Advertisement
Photo Details/zeeodisha/odisha1956545
photoDetails0hindi

Diwali Celebration: ନିଜ ପରିବାର ସହ ଦୀପାବଳି ପାଳିଲେ ବଲିଉଡ୍ ସେଲିବ୍ରିଟି ଦେଖନ୍ତୁ ଏହି ସୁନ୍ଦର ଫଟୋ..

ସମଗ୍ର ଦେଶରେ ଖୁବ୍ ଧୁମଧାମରେ ପାଳନ ହୋଇଯାଇଯାଇଛି ଆଲୋକର ପର୍ବ ଦୀପାବଳି। ଏପରି ସ୍ଥଳେ ବଲିଉଡ୍ ସେଲିବ୍ରିଟି ମାଧ୍ୟ ଏହି ପର୍ବକୁ ଖୁବ୍ ଆନନ୍ଦ ଉତ୍ସାହରେ ପାଳନ କରିଛନ୍ତି।

1/5

କିଆରା ଆଡଭାନୀ-ସିଦ୍ଧାର୍ଥ ମଲହୋତ୍ରା: ବିବାହ ପରେ ଏହା କିଆରା ଏବଂ ସିଦ୍ଧାର୍ଥଙ୍କର ପ୍ରଥମ ଦୀପାବଳି। ଯାହାକୁ ଏହି ଦମ୍ପତି ନିଜ ପରିବାର ସହିତ ଦିଲ୍ଲୀରେ ପାଳନ କରିଛନ୍ତି। ଦୀପାବଳିରେ ସିଦ୍ଧାର୍ଥ ଏବଂ କିଆରା(Kiara Advani) ଟ୍ୱିନିଂ କରି ଧଳା ପୋଷାକ ପିନ୍ଧିଥିଲେ। ଫଟୋରେ କିଆରା କଟ-ସ୍ଲିଭ୍ ଧଳା ସୁଟ୍ ପିନ୍ଧିଥିବାବେଳେ ସିଦ୍ଧାର୍ଥ କୁର୍ତ୍ତା-ପାଇଜାମାରେ ଖୁବ୍ ହ୍ୟାଣ୍ଡସମ୍ ଦେଖାଯାଉଛନ୍ତି।

2/5

ଦୀପିକା ପାଦୁକୋନ-ରଣଭୀର ସିଂ: ଦୀପିକା ପାଦୁକୋନ(Deepika padukone)ମଧ୍ୟ ତାଙ୍କର ଦୀପାବଳିର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ପ୍ରଥମ ଫଟୋରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ରଣଭୀର ସିଂଙ୍କ ସହ ରୋମାଣ୍ଟିକ୍ ପୋଜ୍ ଦେଉଥିବା ବେଳେ ଦ୍ୱିତୀୟ ଫଟୋରେ ଏହି ଦମ୍ପତି ପୂଜା କରୁଥିବା ନଜର ଆସିଛନ୍ତି।

3/5

ଆଲିଆ ଭଟ୍ଟ-ରଣବୀର କପୁର: ଆଲିଆ ଭଟ୍ଟ(Alia Bhatt) ମଧ୍ୟ ଦୀପାବଳି ଉପଲକ୍ଷେ ନିଜ ଫ୍ୟାନ୍ସଙ୍କୁ ଶୁଭେଚ୍ଛା ଜଣାଇବା ସହ ଖୁବ୍ ଆନନ୍ଦର ସହ ଏହି ପର୍ବ ପାଳନ କରିଛନ୍ତି। ତାଙ୍କ ଦୀପୀବଳି ପୋଷ୍ଟରେ ଅଭିନେତ୍ରୀ ରଣବୀର କପୁର ଅଛନ୍ତି। ଆଲିଆଙ୍କ ଦୀପାବଳି ଫଟୋ ଖୁବ୍ ସୁନ୍ଦର ଲାଗୁଛି।

4/5

କ୍ୟାଟ୍ରିନା କୈଫ ଏବଂ ବିକି କୌଶଲଙ୍କ ଦୀପାବଳି ପର୍ବ ଖୁବ୍ ଭଲରେ ପାଲନ କରିଛନ୍ତି। ଦିପାବଳୀ ଫଟୋରେ ଏହି ଦମ୍ପତି ଧଳା ରଙ୍ଗରେ କପଡ଼ା ପିନ୍ଧିଥିବାର ନଜର ଆସିଛନ୍ତି ।ଗୋଟିଏ ପଟେ କ୍ୟାଟ୍ରିନା କୈଫ ଏକ ଧଳା ଫୁଲ ପ୍ରିଣ୍ଟ ସାଢ଼ୀରେ ନଜର ଆସୁଥିବା ବେଳେ ସ୍ୱାମୀ ବିକି କୌଶଲଙ୍କ ହାତ ଧରିଥିବାର ନଜର ଆସିଛନ୍ତି। ବିକି ଏକ ଧଳା ଫୁଲ ପକା ଏମ୍ବ୍ରୋଡୋରୀ କୁର୍ତାରେ ମଧ୍ୟ ବହୁତ ସୁନ୍ଦର ଦେଖାଯାଉଛନ୍ତି।

5/5

କରୀନା କପୁର: କରୀନା କପୁର ମଧ୍ୟ ତାଙ୍କ ପାରିବାର ସହ ଦୀପାବଳି ପାଳନ କରିବାର ଫଟୋ ସୋସିଆଲ ମିଡିଆରେ ଦିୱାଲୀରେ ସେୟାର କରିଛନ୍ତି। ଫଟୋରେ ସୈଫ ଅଲ୍ଲୀ ଖାନ ଧଳା ଧୋତି ଏବଂ କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି। ଅଭିନେତ୍ରୀ ଗୋଲାପୀ ରଙ୍ଗର ସୁଟ ପିନ୍ଧିଛନ୍ତି ଏବଂ କରୀନା କପୁରଙ୍କ ୨ ପୁଅ ମଧ୍ୟ କୁର୍ତ୍ତା ଏବଂ ଧୋତିରେ ପୋଜ୍ ଦେଇଛନ୍ତି।