Advertisement
Photo Details/zeeodisha/odisha1956834
photoDetails0hindi

Cricketers Diwali: ପରିବାର ଓ ସାଙ୍ଗମାନଙ୍କ ସହ ଧୋନୀ ପାଳିଲେ ଦୀପାବଳି, ସୋସିଆଲ ମିଡିଆରେ ଫଟୋ ଭାଇରାଲ..

 ଗତ କାଲି ସାରା ଦେଶ ପାଳିଛି ଦୀପାବଳି ମହୋତ୍ସବ। ସେହିପରି ସିନେଜଗତ ଠାରୁ ଆରମ୍ଭ କରି କ୍ରୀଡ଼ା ଜଗତ ପର୍ଯ୍ୟନ୍ତ ସମସ୍ତେ ବେଶ୍ ଆନନ୍ଦ ଉଲ୍ଲାସରେ ଏହି ପର୍ବ ପାଳନ କରିଥିବା ଦେଖିବାକୁ ମିଳିଛି। ତେବେ ଏ ନେଇ ଅନେକ ଅଭିନେତା, ଅଭିନେତ୍ରୀ ଓ କ୍ରୀଡ଼ାବିତମାନେ ଅନେକ ଫଟୋ ସେୟାର କରି ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ।

1/6

ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଅଧିନାୟକ ତଥା କ୍ୟାପଟେନ୍ କୁଲ୍ ମହେନ୍ଦ୍ର ସିଂ ଧୋନୀ ନିଜ ପତ୍ନୀ ସାକ୍ଷୀ ଧୋନୀ ଓ ପରିବାର ସଦସ୍ୟ, ବନ୍ଧୁମାନଙ୍କ ସହ ଦୀପାବଳି ପର୍ବ ପାଳନ କରିଛନ୍ତି।

2/6

ଦୀପାବଳି ପାଳନର ଫଟୋ ମହେନ୍ଦ୍ର ସିଂ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଧୋନୀ(Sakshi Dhoni) ନିଜ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି ‘ଆମ ତରଫରୁ ଆପଣ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା’।

3/6

ମହେନ୍ଦ୍ର ସିଂ ଧୋନୀ ୨୦୧୫ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ, କିନ୍ତୁ ସେ ଆଇପିଏଲରେ(IPL) ଚେନ୍ନାଇ ସୁପର କିଙ୍ଗ୍ସର(Chennai Super King) ଅଧିନାୟକ ଅଛନ୍ତି।

4/6

ଏମଏସ ଧୋନି ତାଙ୍କ ପରିବାର ସହିତ ଦୀପାବଳି ପର୍ବ ପାଳନ କରିଛନ୍ତି। ଏଥନିକ୍ ଲୁକରେ ସାକ୍ଷୀ ଧୋନି ଖୁବ୍ ସୁନ୍ଦର ଲାଗୁଛନ୍ତି।

5/6

ସାକ୍ଷୀ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ଋଷଭ ପନ୍ତ ମଧ୍ୟ ତାଙ୍କ ସହ ନଜର ଆସିଛନ୍ତି। ବାସ୍ତବରେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ଏହି ବିଶେଷ ପର୍ବରେ ଧୋନିଙ୍କ ସହ ଦୀପାବଳି ପାଳନ କରିଛନ୍ତି।

6/6

ଗତ ବର୍ଷ ଡିସେମ୍ବର ମାସରେ ପନ୍ତଙ୍କର ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା, ଯାହା ପରେ ସେ ଟିମରୁ ବାଦ ପଡିଥିଲେ। ତେବେ ସେ ଶୀଘ୍ର ଦଳକୁ ଫେରିପାରନ୍ତି ବୋଲି କୁହାଯାଉଛି।