Advertisement
Photo Details/zeeodisha/odisha1830779
photoDetails0hindi

Chandrayaan 3 Mission: ଚନ୍ଦ୍ରର ଚମତ୍କାର ଦୃଶ୍ୟ ପଠାଇଲା ବିକ୍ରମ ଲ୍ୟାଣ୍ଡର, ଦେଖନ୍ତୁ ଫଟୋ

Chandrayaan 3 Mission Update: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଚନ୍ଦ୍ରାୟନ-୩ ମିଶନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି ।

 

1/6

Chandrayaan 3: ୧୫ ଅଗଷ୍ଟ ଓ ୧୭ ଅଗଷ୍ଟରେ, ଚନ୍ଦ୍ରଯାନ-୩ ଏହାର ଲ୍ୟାଣ୍ଡର ପୋଜିସନ୍ ଡିଟେକସନ୍ କ୍ୟାମେରା (IPDC) ବ୍ୟବହାର କରି ଚନ୍ଦ୍ରର ଚମତ୍କାର ଚିତ୍ର ଉଠାଇଥିଲା ।

 

2/6

ମିଶନ୍ ଚନ୍ଦ୍ରାଯାନ-୩ ରେ ପ୍ରପୁଲସନ୍ ମଡ୍ୟୁଲ୍ ଠାରୁ ଅଲଗା ହେବା ପରେ, ବର୍ତ୍ତମାନ ଲ୍ୟାଣ୍ଡର (ବିକ୍ରମ ଲ୍ୟାଣ୍ଡର) ନିଜେ ଆଗକୁ ଦୂରତା ଅତିକ୍ରମ କରୁଛନ୍ତି ।

 

3/6

ଲ୍ୟାଣ୍ଡର ମଡ୍ୟୁଲର ଡିବୋଷ୍ଟିଂ ପରେ, ବର୍ତ୍ତମାନ ଏହାର ଗତି ଆହୁରି ହ୍ରାସ ପାଇଛି, ଯାହାଫଳରେ ଏହା ସଫଳତାର ସହିତ ଚନ୍ଦ୍ରରେ ଅବତରଣ ହୋଇପାରିବ । ବର୍ତ୍ତମାନ ଲ୍ୟାଣ୍ଡର ମଡ୍ୟୁଲ୍ ଧୀର ବେଗରେ ଚନ୍ଦ୍ରର ଟିକିଏ ନିକଟତର ହୋଇଛି ।

 

4/6

ଲ୍ୟାଣ୍ଡରକୁ ପ୍ରୋପଲିସନ୍ ମଡ୍ୟୁଲରୁ ଅଲଗା କରିବା ଓ ମହାକାଶଯାନର କକ୍ଷପଥରେ ୧୦୦ କିଲୋମିଟର x ୨୦ କିଲୋମିଟର ପହଞ୍ଚିବା ପରେ, ସଫ୍ଟ ଲ୍ୟାଣ୍ଡିଂ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେବ ।

 

5/6

ବର୍ତ୍ତମାନ ବିକ୍ରମ ଲ୍ୟାଣ୍ଡରକୁ (Vikram Lander) ଏହି ମିଶନରେ ପ୍ରାୟ ୧୦୦ କିଲୋମିଟର ଦୂରତା ଅତିକ୍ରମ କରିବାକୁ ପଡିବ । ଚନ୍ଦ୍ରର ଫଟୋ ମଧ୍ୟ ୧୭ ଅଗଷ୍ଟ ୨୦୨୩ ରେ ନିଆଯାଇଥିଲା, ଲ୍ୟାଣ୍ଡର ମଡ୍ୟୁଲକୁ ପ୍ରପୁଲସନ ମଡ୍ୟୁଲରୁ ପୃଥକ ହେବା ପରେ, ଯାହା ISRO ଟ୍ୱିଟ କରି ସେୟାର କରିଥିଲା ​।

 

6/6

୨୩ ଅଗଷ୍ଟରେ ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବାର ସମ୍ଭାବନା ଅଛି । ଏହାକୁ ୧୪ ଜୁଲାଇରେ ଲଞ୍ଚ କରାଯାଇଥିଲା ।