Advertisement
Photo Details/zeeodisha/odisha1949094
photoDetails0hindi

Indian Cricket Team: ବିଶ୍ୱକପରେ ମିଳିଲାନି ଏଣ୍ଟ୍ରି, ହେଲେ ଏହି ସିରିଜ୍ ରେ କରିପାରନ୍ତି କମବ୍ୟାକ୍

Indian Cricket Team: ଜାରି ରହିଛି ବିଶ୍ୱକପ ୨୦୨୩। କିଛି ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ ପଡ଼ିଥିବା ବେଳେ ଆୟୋଜକ ଭାରତ ସେମିଫାଇନାଲରେ ପ୍ରବେଶ କରିଛି । ସେପଟେ ଦକ୍ଷିଣ ଆଫ୍ରିକା ମଧ୍ଯ ସେମିଫାଇନାଲରେ ନିଜ ସ୍ଥାନକୁ ପକ୍କା କରିଛି। ତେବେ ଖାଲି ପଡ଼ିଥିବା ଦୁଇଟି ସ୍ଥାନ ନେଇ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ଯରେ ଲଢେଇ ଜାରି ରହିଛି ।

1/5

ଏହି ସମୟରେ ଟିମ୍ ଇଣ୍ଡିଆକୁ ନେଇ ଏକ ବଡ଼ ଖବର ଆସିଛି। ଦଳରୁ ବାଦ ପଡ଼ିଥିବା ଖେଳାଳି ଖୁବଶୀଘ୍ର ଟିମ୍ କୁ ଫେରିବା ନେଇ ସୂଚନା ମିଳିଛି ।

2/5

ବିଶ୍ୱକପରେ ଟିମ୍ ଇଣ୍ଡିଆର ଧୂଆଁଧାର ପ୍ରଦର୍ଶନ ଦେଖିବାକୁ ମିଳିଛି । ୮ଟି ମ୍ୟାଚ୍ ଖେଳି ଦଳ ଅପରାଜେୟ ରହିଛି । ଏହାସହ ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ବଜାଇ ରଖିଛି ଦଳ । ଏହି ସମୟରେ, ଜଣେ ଖେଳାଳୀଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି ।

3/5

ଟିମ୍ ଇଣ୍ଡିଆରୁ ବାଦ ପଡ଼ିଥିବା ଦ୍ରୁତ ବୋଲର ଭୁବନେଶ୍ୱର କୁମାର ଦଳକୁ ଫେରିବା ନେଇ ଚର୍ଚ୍ଚା ହେଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଶ୍ୱକପ ପରେ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଟି -20 ସିରିଜରେ ଭୁବନେଶ୍ୱର କମବ୍ୟାକ୍ କରିପାରନ୍ତି ବୋଲି କୁହାଯାଇଛି ।

4/5

ପ୍ରକାଶ ଥାଉ କି, ନିକଟରେ ଖେଳାଯାଇଥିବା ସୟଦ ମୁସତାକ ଅଲି ଟ୍ରଫିରେ ସେ ଭଲ ପ୍ରଦର୍ଶନ କରିଥିଲେ। ଏହି କାରଣରୁ ତାଙ୍କୁ ଦଳରେ ସୁଯୋଗ ମିଳିବା ନେଇ ସମ୍ଭବନା ରହିଛି । ଏହି ଟୁର୍ନାମେଣ୍ଟରେ ଖେଳାଯାଇଥିବା ୭ଟି ମ୍ୟାଚରେ ଭୁବନେଶ୍ୱର ୧୬ଟି ୱିକେଟ୍ ନେଇଥିଲେ।

5/5

ଶେଷଥର ପାଇଁ ୨୦୨୨ ମସିହାରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଭୁବନେଶ୍ୱର କୁମାର ଭାରତ ପାଇଁ ଟି -20 ମ୍ୟାଚ୍ ଖେଳିଥିଲେ। ଏଥିରେ ସେ ୪ ଓଭର ବୋଲିଂ କରି କୌଣସି ୱିକେଟ୍ ନେଇପାରିନଥିଲେ। ଏହି ମ୍ୟାଚ୍ ଟି ଟାଏ ହୋଇଥିଲା ।