Advertisement
Photo Details/zeeodisha/odisha1777693
photoDetails0hindi

Aishwarya Rajinikanth: ଧନୁଷଙ୍କଠାରୁ ଅଲଗା ହେବା ପରେ ଦ୍ବିତୀୟ ବିବାହ କରିବେ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା!

Aishwarya Rajinikanth: ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ବର୍ତ୍ତମାନ ତାଙ୍କ ଚଳଚ୍ଚିତ୍ର 'ଲାଲ ସଲାମ'ରେ ଲାଗି ବ୍ୟସ୍ତ ଅଛନ୍ତି। କିନ୍ତୁ ନିକଟରେ ଐଶ୍ୱର୍ଯ୍ୟାଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । କୁହାଯାଇଛି ଯେ, ସ୍ବାମୀ ଧନୁଷଙ୍କଠାରୁ ଅଲଗା ହେବା ପରେ ଐଶ୍ୱର୍ଯ୍ୟା ପୁଣିଥରେ ବିବାହ କରିବେ ବୋଲି ଏବେ ଚର୍ଚ୍ଚା ହେଉଛି । ତେବେ ଆସନ୍ତୁ ଜାଣିବା ଏହି ଖବରର ସତ୍ୟତା କ’ଣ ...

1/5

ଏକ ରିପୋର୍ଟରେ, ଚେନ୍ନାଇର ଏକ ରିସୋର୍ଟରେ ଅନ୍ୟ ଜଣେ ହିରୋଙ୍କ ସହ ଐଶ୍ୱର୍ଯ୍ୟା ଦେଖିବାକୁ ମିଳିଥିବା କୁହାଯାଇଥିଲା । ଏନେଇ ଏକ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଐଶ୍ୱର୍ଯ୍ୟା କହିଛନ୍ତି ଯେ, "ଏସବୁ ଖବର ସମ୍ପୂର୍ଣ୍ଣ ମିଛ ଅଟେ । ଏଥିରେ କୌଣସି ସତ୍ୟତା ନାହିଁ। "

2/5

ସମ୍ପର୍କରେ ତିକ୍ତତା ଆସିବା ପରେ ଐଶ୍ୱର୍ଯ୍ୟା ଓ ଧନୁଷଙ୍କ ୨୦୨୨ ମସିହାରେ ପରସ୍ପରଠାରୁ ଅଲଗା ହୋଇଥିଲେ । ଉଭୟ ଦୀର୍ଘ ୧୮ ବର୍ଷ ଧରି ଏକାଠି ରହିବା ପରେ ଅଲଗା ହେବା ନେଇ ନିଷ୍ପତ୍ତି ନେଇଥିଲେ । ତଥାପି ବର୍ତ୍ତମାନ ଏପର୍ଯ୍ୟନ୍ତ ଉଭୟଙ୍କର ଆନୁଷ୍ଠାନିକ ଭାବେ ଛାଡପତ୍ର ହୋଇନାହିଁ ।

3/5

୨୦୦୪ ମସିହାରେ ଐଶ୍ୱର୍ଯ୍ୟା ଓ ଧନୁଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଉଭୟଙ୍କର ଦୁଇ ପୁଅ ମଧ୍ଯ ଅଛନ୍ତି। ଐଶ୍ୱର୍ଯ୍ୟା ଦୁଇ ପୁଅଙ୍କ ସହ ବହୁତ ସମୟ ବିତାଇଥାଆନ୍ତି । ଏନେଇ ସେ ଅନେକ ସମୟରେ ସୋସିଆଲ ମିଡିଆରେ ଫଟୋ ସେୟାର କରିଥିବା ଦେଖିବାକୁ ମିଳିଥାଏ ।

4/5

ଧନୁଷ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଭାଥୀ', 'କ୍ୟାପଟେନ ମିଲର', 'ସାର୍' ଓ 'ତେରେ ଇଶ୍କ ମେଁ'ର ସିୁଟିଂରେ ବ୍ୟସ୍ତ ଅଛନ୍ତି।

5/5

ସେପଟେ ଐଶ୍ୱର୍ଯ୍ୟା ତାଙ୍କ ଆଗାମୀ ଫିଲ୍ମ 'ଲାଲ ସଲାମ'ର ଲାଗି ବ୍ୟସ୍ତ ଅଛନ୍ତି। ତାଙ୍କ ନିର୍ଦ୍ଦେଶନାରେ ତିଆରି ହେଉଥିବା ଏହି ଚଳଚ୍ଚିତ୍ରରେ ପିତା ତଥା ସୁପରଷ୍ଟାର ରଜନୀକାନ୍ତ ନଜର ଆସିବେ ।