Advertisement
Photo Details/zeeodisha/odisha1812144
photoDetails0hindi

Samantha Ruth Prabhu: ଚିକିତ୍ସା ପାଇଁ ୨୫ କୋଟି ଧାର! ଷ୍ଟୋରୀ ସେୟାର କରି ସମାନ୍ଥା କହିଲେ...

Samantha Ruth Prabhu: ଅନେକ ଦିନ ଧରି ଚିକିତ୍ସା ପାଇଁ ଅଭିନେତ୍ରୀ ସମାନ୍ଥା ଟଙ୍କା ଧାର ନେଇ ଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏନେଇ ବର୍ତ୍ତମାନ ଅଭିନେତ୍ରୀ ନୀରବତା ଭାଙ୍ଗିଛନ୍ତି ।

1/5

ଅସୁସ୍ଥତା କାରଣରୁ ବର୍ଷେ ପାଇଁ ଅଭିନୟରୁ ବ୍ରେକ ନେଇଛନ୍ତି ସମାନ୍ଥା ରୁଥ ପ୍ରଭୁ । ସେ ମାୟୋସିଟିସରେ (Myositis) ପୀଡିତ ଅଛନ୍ତି । ଅଭିନୟରୁ ବ୍ରେକ୍ ନେବା ପରେ ସେ ସମସ୍ତ ଅଗ୍ରୀମ ଫି (Advance fee) ସହ ସାଇନ୍ କରିଥିବା ସମସ୍ତ ପ୍ରୋଜେକ୍ଟର ଫି’ ଫେରସ୍ତ କରିଥିବା ନେଇ ଖବର ସାମ୍ନାକୁ ଆସିଥିଲା।

2/5

ଏସବୁ ଚର୍ଚ୍ଚା ମଧ୍ୟରେ ଏବେ ଅଭିନେତ୍ରୀଙ୍କ ଏକ ନୂତନ ପୋଷ୍ଟ ସାମ୍ନାକୁ ଆସିଛି। ଯେଉଁଥିରେ ସେ ରୋଗର ଚିକିତ୍ସା ପାଇଁ ନେଇଥିବା ଋଣ ଠାରୁ ଆରମ୍ଭ କରି ‘ସେଟାଡେଲ’ର ଫି ଫେରସ୍ତ ନେଇ ଆଲୋଚନା କରିଛନ୍ତି।

3/5

ସମାନ୍ଥା ନିକଟରେ ନିଜ ଇନଷ୍ଟାଗ୍ରାମ ଏକ ଷ୍ଚୋର ଦେଇ ଟଙ୍କା ଧାର ନେଇଥିବା ଗୁଜବକୁ ଖଣ୍ଡନ କରିଥିଲେ । ସେ ଲେଖିଥିଲେ ଯେ, ମାୟୋସିଟିସର ଚିକିତ୍ସା ପାଇଁ ୨୫ କୋଟି!? କେହି ଜଣେ ବହୁତ ଖରାପ ଥଟ୍ଟା କରିଛନ୍ତି । ମୁଁ ଖୁସି ଯେ, ମୁଁ ଏହି ପରିମାଣର ଅଳ୍ପ ଅଂଶ ଖର୍ଚ୍ଚ କରୁଛି ।

4/5

 ସେ ଆଉ ମଧ୍ଯ କହିଛନ୍ତି ଯେ,’ ମୋତେ ଲାଗୁନି ଯେ, ମୁଁ ମୋ କ୍ୟାରିୟରରେ ଯେତେ କାମ କରିଛି ସେଥିପାଇଁ ମୋତେ ଅଳ୍ପ ଫି’ ମିଳିଛି । ତେଣୁ ମୁଁ ସହଜରେ ମୋର ଯତ୍ନ ନେଇପାରିବି ।  ଧନ୍ୟବାଦ’।

5/5

'ମାୟୋସିଟିସରେ ହଜାର ହଜାର ଲୋକ ପୀଡିତ । ଚିକିତ୍ସା ପାଇଁ ଦିଆଯାଇଥିବା ସୂଚନା ପାଇଁ ଦୟାକରି ଦାୟୀ ହୁଅନ୍ତୁ’। ପ୍ରକାଶ ଥାଉ କି, ନିକଟରେ ଏକ ଗଣମାଧ୍ଯମ ରିପୋର୍ଟ ଅନୁଯାୟୀ, କୁହାଯାଉଥିଲା ଯେ ସମାନ୍ଥା ଚିକିତ୍ସା ଲାଗି ସାଉଥ ଫିଲ୍ମ ଇଣ୍ତଷ୍ଟ୍ରିର ଏକ ବଡ ଷ୍ଟାରଙ୍କ ଠାରୁ ୨୫ କୋଟି ଟଙ୍କା ଧାର-ନେଇଛନ୍ତି । ତେବେ ବର୍ତ୍ତମାନ ଏହି ଖବରକୁ ଭୁଲ୍ ବୋଲି କହିଛନ୍ତି ଅଭିନେତ୍ରୀ ।