Advertisement
Photo Details/zeeodisha/odisha1812451
photoDetails0hindi

Friendship Day Special: ଜୀବନରେ ଥରୁଟିଏ ଦେଖିବା ଉଚିତ୍ ଏହି ୬ଟି Film..

ଅଗଷ୍ଟ ମାସର ପ୍ରଥମ ରବିବାର, ଯାହାକୁ ସାରା ବିଶ୍ୱରେ ବନ୍ଧୁତ୍ୱ ଦିବସ(Friendship Day) ଭାବରେ ପାଳନ କରାଯାଏ। ସାଧାରଣତଃ ଯୁବବର୍ଗମାନଙ୍କ ମଧ୍ୟରେ ଏହି ଦିନଟିକୁ ନେଇ ଖୁବ୍ କ୍ରେଜ ଥାଏ। କୁହାଯାଏ ରକ୍ତ ସମ୍ପର୍କ ଅପେକ୍ଷା ବନ୍ଧୁତ୍ୱର ଗୁରୁତ୍ୱ ଅନେକ ବେଶୀ। ଆମେ ବନ୍ଧୁତ୍ୱକୁ ନେଇ ଅନେକ ଜୀବନ୍ତ କାହାଣୀ ବିଷୟରେ ପଢ଼ିଥିବା ଓ ଶୁଣିଥି

1/6

ଦିଲ୍ ଚାହତା ହୈ:

୨୦୦୧ରେ ରିଲିଜ୍ ହୋଇତିବା ଏହି ଚଳଚ୍ଚିତ୍ର ବନ୍ଧୁତାକୁ ନେଇ ଏପରି ଏକ କାହାଣୀନ ଦେଖାଇଛି ଯାହାକି ଖୁବ୍ ମନଛୁଆଁ। ଏହି ଚଳଚ୍ଚିତ୍ରକୁ ଆପଣ ୧୦୦ ଥର ଦେଖିଲେ ବିରକ୍ତିକର ଅନୁଭବ କରିବେ ନାହିଁ।

2/6

ସୋଲେ:

୧୯୭୫ ମସିହାରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ସୋଲେ ଆଜି ବି ଲୋକଙ୍କ ମନରେ ଘର କରି ରହିଛି। ଆଜି ବି ଜୟ ଓ ବିରୁଙ୍କ ବନ୍ଧୁତ୍ୱା ସମସ୍ତଙ୍କ ପାଇଁ ଏକ ଉଦାହରଣ ହୋଇ ରହିଯାଇଛି।

3/6

ସଞ୍ଜୁ:

ଯଦିଓ ଏହି ଚଳଚ୍ଚିତ୍ରଟି ସମ୍ପୂର୍ଣ୍ଣଭାବେ ବନ୍ଧୁତ୍ୱ ଉପରେ ପର୍ଯ୍ୟବେଶୀତ ନୁହେଁ ତଥାପି ଏହାର କିଛିଟା ଅଶଂରେ କମଲେଶ ଓ ସଞ୍ଜୁଙ୍କର ନିସ୍ୱାର୍ଥ ବନ୍ଧୁତ୍ୱା ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି। କିପରି ବିପଦ ସମୟରେ ଜଣେ ପ୍ରକୃତ ବନ୍ଧୁ ଠିଆ ହେବା ସହ ଭୁଲ୍ ବାଟରୁ ଆଣି ସାଙ୍ଗକୁ ଠିକ୍ ରାସ୍ତା ଦେଖାଉଛି ତାହା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି।

4/6

ଜିନ୍ଦେଗି ନା ମିଲେଗି ଦୁବାରା:

ଜୀବନରେ ବଡ଼ ବଡ଼ ନିଷ୍ପତ୍ତି ନେବା ଠାରୁ ଆରମ୍ଭ କରି ବିଭିନ୍ନ ସମମ୍ୟା ମଧ୍ୟରେ ଖୁସିରେ କେମିତି ଜୀବନ ଜିଇଁବା ପର୍ଯ୍ୟନ୍ତ ସାଙ୍ଗମାନଙ୍କ ସହଯୋଗ ଓ ପରାମର୍ଶ କେତେ ଜରୁରୀ ତାହା ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି।

5/6

ରଙ୍ଗ ଦେ ବସନ୍ତି:-

ରାକେଶ ଓମପ୍ରକାଶ ମେହେରଙ୍କ ଦ୍ୱାରା ନିର୍ଦ୍ଦେଶିତ ରଙ୍ଗ ଦେ ବସନ୍ତି ଚଳଚ୍ଚିତ୍ରରେ ବନ୍ଧୁତାକୁ ନେଇ ଏକ ସୁନ୍ଦର କାହାଣୀ ଦେଖିବାକୁ ମିଳିଥାଏ। ଏହି ଚଳଚ୍ଚିତ୍ରଟି ୨୦୦୬ରେ ରିଲିଜ୍ ହୋଇଥିବା ବେଳେ ଏହାର ମନଛୁଆଁ କାହାଣୀ ଆଜି ବି ଲୋକଙ୍କ ମନରେ ଘର କରି ରହିଛି।

6/6

3 ଇଡିଅଟ୍ସ-

୨୦୦୯ରେ ରିଲିଜ ହୋଇଥିବା ରାଜକୁମାର ହିରାନିଙ୍କ ନିର୍ଦ୍ଦେଶିତ 3 ଇଡିଅଟ୍ସ(3 Idiot)ଚଳଚ୍ଚିତ୍ର ବନ୍ଧୁତ୍ୱର ଏକ ନିଚ୍ଛକ କାହାଣୀ। ଯେଉଁଥିଲେ ରାଞ୍ଚୋ, ରାଜୁ ଏବଂ ଫରହାନଙ୍କ ବନ୍ଧୁତ୍ୱର କାହାଣୀ ଖୁବ୍ ହୃଦୟସ୍ପର୍ଶୀ।