Advertisement
Photo Details/zeeodisha/odisha1817617
photoDetails0hindi

Graveyard on Moon: ଚନ୍ଦ୍ରପୃଷ୍ଠରେ ରହିଛି ଏହି ବ୍ୟକ୍ତିଙ୍କ କବର; ଜାଣନ୍ତୁ କିଏ ସେହି ବ୍ୟକ୍ତି?

Eugene Merle Shoemaker Graveyard: ଆଜିର ଆଧୁନିକ ଯୁଗରେ ବିଜ୍ଞାନ ଏତେ ଅଗ୍ରଗତି କରିଛି ଯେ ମଣିଷ ଚନ୍ଦ୍ର ପୃଷ୍ଠରେ ପାଦ ଦେଇସାରିଛି। ଆପଣ ଜାଣିଛନ୍ତି ଯେ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ହେଉଛନ୍ତି ଆମେରିକୀୟ ମହକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ୍। ହେଲେ କ'ଣ ଆପଣ ଜାଣଛନ୍ତି ଚନ୍ଦ୍ର ପୃଷ୍ଠରେ ଏକ ମାନବ କବର ମଧ୍ୟ ରହିଛି।

1/5

ଆମେରିକୀୟ ମହକାଶଚାରୀ ନିଲ୍ ଆର୍ମଷ୍ଟ୍ରଙ୍ଗ୍ ଙ୍କ ପରେ ଆହୁରି ଅନ୍ତରୀକ୍ଷ ଯାତ୍ରୀ ଚନ୍ଦ୍ର ଅଭିଯାନରେ ସାମିଲ ହୋଇ ଜୀବନ୍ତ ଅବସ୍ଥାରେ ପୃଥିବୀ ପୃଷ୍ଠକୁ ଫେରି ଆସିଥିଲେ। ହେଲେ କ'ଣ ଆପଣ ଜାଣିଛନ୍ତି ବିଶ୍ୱରେ ଜଣେ ବ୍ୟକ୍ତିଙ୍କ କବର ଚନ୍ଦ୍ର ପୃଷ୍ଠରେ ରହିଛି। 

2/5

ବିଶ୍ୱରେ ଏପରି ଜଣେ ବ୍ୟକ୍ତି ରହିଛନ୍ତି ଯାହାଙ୍କ କବର ପୃଥିବୀଠାରୁ ଲକ୍ଷ ଲକ୍ଷ କିଲୋମିଟର ଦୂରରେ ଚନ୍ଦ୍ର ପୃଷ୍ଠରେ ନିର୍ମିତ ହୋଇଛି। ଚନ୍ଦ୍ର ପୃଷ୍ଠରେ ଯେଉଁ ବ୍ୟକ୍ତିଙ୍କ କବର ନିର୍ମିତ ନିର୍ମିତ ହୋଇଛି ସେହି ବ୍ୟକ୍ତିଙ୍କ ନାଁ ହେଉଛି ୟୁଜିନ୍ ମର୍ଲେ ଶୋମେକର୍। ଯିଏ ବିଶ୍ୱର ଜଣେ ସର୍ବଶ୍ରେଷ୍ଠ ବୈଜ୍ଞାନିକ ଥିଲେ।

3/5

ୟୁଜିନ୍ ମର୍ଲେ ଶୋମେକର୍ ବିଶ୍ୱର ବିଭିନ୍ନ ମହାକାଶଚାରୀଙ୍କୁ ତାଲିମ ଦେଇଥିଲେ। କେବଳ ସେତିକି ନୁହେଁ ସେ ୟୁଟା ଏବଂ କଲୋରଡୋ ଅଞ୍ଚଳରେ ୟୁରାନିୟମ ଆବିଷ୍କାର କରିଥିଲେ। ଏହା ତାଙ୍କର ପ୍ରଥମ ଅଭିଯାନ ଥିଲା।

4/5

ବୈଜ୍ଞାନିକ ୟୁଜିନ୍ ମର୍ଲେ ଶୋମେକର୍ ଙ୍କୁ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ୍ ମଧ୍ୟ ବିଜ୍ଞାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ କରିଥିଲେ।

5/5

ଏକ ସଡ଼କ ଦୁର୍ଘଟଣାରେ ୟୁଜିନ୍ ମର୍ଲେ ଶୋମେକର୍ ପ୍ରାଣ ହରାଇଥିଲେ। ତାଙ୍କ ମୃତ୍ୟୁ ଆମେରିକୀୟ ମହକାଶ ଗବେଷଣା ସଂସ୍ଥା ନାସା ସହଯୋଗରେ ତାଙ୍କ କବର ଚନ୍ଦ୍ର ପୃଷ୍ଠରେ ତିଆରି କରାଯାଇଥିଲା। ନାସା ତାଙ୍କ ହାଡ଼ର ପାଉଁଶକୁ ଚନ୍ଦ୍ର ପୃଷ୍ଠରେ ପୋତି ଦେଇଥିଲା।