Advertisement
Photo Details/zeeodisha/odisha1767390
photoDetails0hindi

Love Case: କଲେଜ୍ ବାହାନାରେ ପ୍ରେମିକ ସହ ଝିଅ ଫେରାର୍: ଘରେ ଶୋକ ସଭା

ପିଲା ବେଳରୁ ସବୁ ଅଳି ଅର୍ଦ୍ଦଳି ସହି ଝିଅଟିକୁ ବଡ଼ କଲେ । ବଡ଼ ହେବା ପରେ ଝିଅ ସ୍କୁଲ୍ ଛାଡି କଲେଜରେ ପଢିଲା । କିନ୍ତୁ ବୟସର ପାହାଚରେ ପାଦ ଖସିଯିବାରୁ ଜଣେ ପୁଅ ସହ ଝିଅଟି ପ୍ରେମରେ ପଡିଗଲା । ପରେ ଘର ଲୋକଙ୍କୁ ପର କରି ପ୍ରେମିକ ସହ ଫେରାର୍ ହୋଇଗଲା ଝିଅ । କେଉଁ ବାପା, ମାଆଙ୍କର ଛାତି ସହିବ?

1/7

Love case: ନିକଟରେ କଲେଜରେ ପରୀକ୍ଷା ଦେଇଥିବା ଝିଅ ପ୍ରିୟଙ୍କା କୁମାରୀ କିଛିଦିନ ହେବ ଘରେ ରହୁଥିଲେ । କିନ୍ତୁ ସେଦିନ କଣ ହେଲା କେଜାଣେ ପ୍ରିୟଙ୍କା ହଠାତ୍ ଘରେ କହିଲେ ମୁଁ କଲେଜ୍ ଯାଉଛି ମାର୍କସିଟ୍ ଆଣିବାର ଅଛି । କିନ୍ତୁ କଲେଜ୍ ବାହାନାରେ ପ୍ରେମିକ ସହ ଫେରାର୍ ହୋଇଗଲେ ପ୍ରିୟଙ୍କା । ବିଳମ୍ୱିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ । ପରେ ଘର ଲୋକେ ଜାଣିଲେ ଯେ, ସେମାନଙ୍କୁ ପର କରି ପ୍ରିୟଙ୍କା ପ୍ରେମିକ ସହ ଫେରାର୍ ହୋଇଯାଇଛି ।

2/7

ଘଟଣାଟି ପରିବାରକୁ ଶକ୍ତ ଝଟକା ଦେଇଥିଲା । ପରିବାର ଲୋକେ ଖୁବ୍ ଭାଙ୍ଗି ପଡିଥିଲେ । ଭାବିଥିଲେ ଗାଁ ଲୋକେ କଣ କହିବେ । ଛାତିରେ ପଥର ରଖି ନିଜ ଝିଅ ମରିଯାଇଛି କହି ଅନ୍ତିମ ସସ୍କାର କରିଲେ ପରିବାର ଲୋକେ । ଶବ ନଥିଲା କିନ୍ତୁ ୬ ଖଣ୍ଡ ବାଉଁଶରେ କୋକୋଇ ତିଆରି ହେଲା । ଶବ ନଥାଇ ବି କୋକେଇକୁ ମଶାଣିକୁ ନେଇଗଲେ । ଶବ ନଥାଇ ବି ଜୁଇ ଜଳିଲା ।  ପରିବାର ଲୋକେ କହିଲେ ଯେ, ଆମ ଝିଅର ମୃତ୍ୟୁ ହୋଇଯାଇଛି ।

3/7

ପ୍ରିୟଙ୍କାଙ୍କର ବିବାହ ଏକ ଭଲ ଯାଗାରେ କରିବା ପାଇଁ ଘର ଲୋକେ ସ୍ଥିର କରିଥିଲେ । ଅନେକ ଜିନିଷ ପ୍ରିୟଙ୍କାଙ୍କୁ ଦେବା ପାଇଁ ପରିବାର ପକ୍ଷରୁ କିଣା ସରିଥିଲା । କିନ୍ତୁ ପ୍ରିୟଙ୍କାଙ୍କ ପାଇଁ ପ୍ରେମ ହିଁ ସବୁକିଛି ଥିଲା ।

4/7

କଲେଜ୍ ଯିବା ପରେ ପ୍ରିୟଙ୍କା ନୀରଜ ନାମକ ଜଣେ ଯୁବକଙ୍କ ସହ ଦେଖା ହୋଇଥିଲେ । ଉଭୟେ ମିଳାମିଶା କରିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

5/7

ଏ ସମ୍ପର୍କରେ ଘରେ ଜଣାଇଥିଲେ ମଧ୍ୟ ଘର ଲୋକେ ରାଜି ହୋଇନଥିଲେ । ବରଂ ଘରେ ଯେଉଁଠି ଠିକ୍ କରାହେବ ସେଠାରେ ବିବାହ କରିବା ପାଇଁ ପରିବାର ସଦସ୍ୟ ବୁଝାଇଥିଲେ । କିନ୍ତୁ ପ୍ରିୟଙ୍କାଙ୍କ ଜିଦ୍ ଆଗରେ ସବୁକିଛି ଅନ୍ଧାର ହୋଇଗଲା ।

6/7

ପ୍ରିୟଙ୍କା ନିଷ୍ପତ୍ତି ନେଇ ଘରୁ ଫେରାର୍ ହୋଇଯିବା ପରେ ଘର ଲୋକେ ହିନ୍ଦୁ ରୀତିନୀତି ଅନୁସାରେ ମିଛିମିଛିକା ଶବ ସତ୍କାର କରିଥିଲେ । ପ୍ରିୟଙ୍କାଙ୍କ ଭାଇ ପ୍ରସାନ୍ତ ମୁଖାଗ୍ନି ଦେଇଥିଲେ । ଏଥିରେ ସମ୍ପର୍କୀୟମାନେ ମଧ୍ୟ ଯୋଗ ଦେଇଥିଲେ । ପ୍ରିୟଙ୍କାଙ୍କ ମାମୁଁଙ୍କ କହିବାନୁଯାୟୀ, ପ୍ରିୟଙ୍କାଙ୍କୁ ତାଙ୍କ ପରିବାର ଖୁବ୍ ଭଲ ପାଉଥିଲେ । କିନ୍ତୁ ଆଜି ଯେଉଁଭଳି ଭାବରେ ବଦନାମ କରି ସେ ଚାଲିଗଲା ସେହି କାରଣରୁ ସମସ୍ତେ ଆଜି ପ୍ରିୟଙ୍କାଙ୍କ ମିଛିମିଛିକା ସତ୍କାର କରିବାକୁ ବାଧ୍ୟ ହେଲେ ।

7/7

ଜଣେ ସ୍ଥାନୀୟବାସୀନ୍ଦା କହିଛନ୍ତି ଯେ, ଏପରି ଘଟଣା ଦିନକୁ ଦିନ ଆମ ସମାଜରେ ବଢିବାରେ ଲାଗିଛି । ପ୍ରାପ୍ତ ବୟସ୍କ ହେଲା ପରେ କିଛି ଝିଅ ନିଜ ପରିବାରକୁ ଭୁଲି ଏପରି ପଦକ୍ଷପ ନେଉଛନ୍ତି । ସେମାନେ ଭାବିବା ଆବଶ୍ୟକ ଯେ, ଆମ ଜୀବନରେ ବାପା, ମାଆଙ୍କର ମଧ୍ୟ ଗୁରୁତ୍ୱ ଅଛି ।