Advertisement
Photo Details/zeeodisha/odisha1674269
photoDetails0hindi

Happy birthday Rohit Sharma: ଏହି ୫ଟି କାରଣ ଯୋଗୁଁ ରୋହିତଙ୍କୁ କୁହାଯାଏ ହିଟମ୍ୟାନ୍…

Happy birthday Rohit Sharma: ରୋହିତ ଶର୍ମା ଏହି ନାଁ ହିଁ ଯଥେଷ୍ଟ । ଘରେ ଘରେ ସେ ହିଟମ୍ୟାନ ଭାବେ ପରିଚିତ । ଆଜି ଭାରତୀୟ କ୍ରିକେଟ ଦଳର ଅଧିନାୟକଙ୍କ ଜନ୍ମଦିନ । ଏହି ମହାନ ଖେଳାଳି ଆଜି ୩୬ ବର୍ଷରେ ପର୍ଦାପଣ କରିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟ୍ ରେ ୧୭ ହଜାରରୁ ଅଧିକ ରନ୍ ସଂଗ୍ରହ କରିଥିବା ହିଟମ୍ୟାନ୍ ୨୦୦୭ ମସିହାରେ ପ୍ରଥମ ODI ଖେଳିଥିଲେ। ସେହି ବର୍ଷ ସେ ସେପ୍ଟେମ୍ବରରେ ଟି -20 ଇଣ୍ଟରନ୍ୟାସନାଲରେ ଡେବ୍ୟୁ କରିବାର ସୁଯୋଗ ପାଇଥିଲେ। ଟେଷ୍ଟ ମ୍ୟାଚ୍ ଖେଳିବା ପାଇଁ ରୋହିତଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଲା। ୨୦୧୩ରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଥିଲେ । ରୋହିତ କେବଳ କ୍ରିକେଟ୍ ର ଦୀର୍ଘତମ ଫର୍ମାଟ୍ ନୁହଁନ୍ତି, ବରଂ ତିନୋଟି ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ଅଟନ୍ତି ।

1/5

ଆନ୍ତର୍ଜାତୀୟ କ୍ରିକେଟରେ ଛକା ମାରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରୋହିତ ୪୫୯ ଇନିଂସରେ ୫୨୬ଟି ଛକା ମାରିଥିବା ବେଳେ ୫୫୧ଟି ଇନିଂସରେ ୫୫୩ଟି ଛକା ମାରିଛନ୍ତି ।

2/5

ରୋହିତ  ହେଉଛନ୍ତି ଏକମାତ୍ର ଖେଳାଳି ଯିଏ ODI କ୍ରିକେଟରେ ତିନି ତିନି ଥର ଦ୍ୱିଶତକ ହାସଲ କରିଛନ୍ତି। ୨୦୧୩ ମସିହାରେ ବେଙ୍ଗାଲୁରୁରେ ଅଷ୍ଟ୍ରେଲିଆ ବିପକ୍ଷରେ ୨୦୯ ସ୍କୋର କରିଥିଲେ। ଏହାପରେ, ୨୦୧୪ ରେ ସେ ଇଡେନ୍ ଗାର୍ଡେନ୍ସରେ ଶ୍ରୀଲଙ୍କା ବିପକ୍ଷରେ ୨୬୪ ରନ୍ ସଂଗ୍ରହ କରିଥିଲେ। ପରେ ୨୦୧୭ ମସିହାରେ ସେ ମୋହଲିରେ ଶ୍ରୀଲଙ୍କା ବିପକ୍ଷରେ ଅପରାଜିତ ୨୦୮ ସ୍କୋର କରିଥିଲେ।

3/5

ଟି -20 ଇଣ୍ଟରନ୍ୟାସନାଲରେ ସର୍ବାଧିକ ୪ଟି ଶତକ ହାସଲ କରିଥିବା ଏକମାତ୍ର ଖେଳାଳି ହେଉଛନ୍ତି ରୋହିତ ଶର୍ମା ।  

4/5

 ବିଶ୍ୱକପରେ ସର୍ବାଧିକ ଶତକ ହାସଲ କରିଥିବା ଖେଳାଳି ଭାବେ ଏହି ରେର୍କଡ଼ ମଧ୍ଯ ରୋହିତଙ୍କ ନାଁରେ ରହିଛି ।

5/5

ରୋହିତଙ୍କ ଅଧିନାୟକତ୍ୱରେ ମୁମ୍ବାଇ ଇଣ୍ତିଆନ୍ସ ସର୍ବାଧିକ ପାଞ୍ଚ ଥର ଚାମ୍ପିୟନ୍ ହୋଇଛି । ୨୦୧୩, ୨୦୧୫, ୨୦୧୭, ୨୦୧୯ ଓ ୨୦୨୦ ମସିହାରେ ଦଳ ବିଜୟ ହାସଲ କରିଛି ।