Advertisement
photoDetails0hindi

Hindu New Year 2023: ହିନ୍ଦୁ ନବ ବର୍ଷ ଦିନ କରନ୍ତୁ ଏହି ୫ଟି ଉପାୟ: ବର୍ଷ ତମାମ ରହିବନି ଅର୍ଥାଭାବ, ଦୂର ହେବ ସମସ୍ୟା

Hindu New Year 2023: ମାର୍ଚ୍ଚ ୨୨ ଠାରୁ ଆରମ୍ଭ ହେବାକୁ ଯାଉଛି ହିନ୍ଦୁ ନବ ବର୍ଷ । କୁହାଯାଏ ହିନ୍ଦୁ ନବ ବର୍ଷର ପ୍ରଥମ ଦିନରେ କିଛି ବିଶେଷ ପଦକ୍ଷେପ ଗ୍ରହଣ କରିବା ଦ୍ବାରା ବର୍ଷସାରା ଘରେ ସୁଖ, ସମୃଦ୍ଧି ଓ ଆଶୀର୍ବାଦ ମିଳିଥାଏ ।

1/5

ହିନ୍ଦୁ ନବ ବର୍ଷ ବୁଧବାର ଠାରୁ ଆରମ୍ଭ ହେଉଛି । କୁହାଯାଏ ଯେ ବୁଧବାର ଦିନ ଜଣେ କିନ୍ନରଙ୍କୁ ସବୁଜ ଜିନିଷ ଦାନ କରିବା ଦ୍ୱାରା ଶୁଭଫଳ ମିଳିଥାଏ। ଏହି ଦିନ ଏକ ଛୋଟ ଝିଅକୁ ଏକ ପାତ୍ରରେ ଚାଉଳ କିମ୍ବା ସବୁଜ ରଙ୍ଗର କପଡ଼ା ଦାନ କରନ୍ତୁ । ଏହା କରିବା ଦ୍ବାରା ବର୍ଷସାରା ଘରେ ସୁଖ ସମୃଦ୍ଧି ବଢିବା ସହ ମଙ୍ଗଳ ହେବ ।

2/5

ନବ ବର୍ଷର ପ୍ରଥମ ଦିନରେ ତୁଳସୀ ଗଛକୁ ଏକ ତମ୍ବା ପାତ୍ରରେ ପାଣି ଦିଅନ୍ତୁ । ସେଥିରେ ପାତ୍ରରେ ଏକ ତୁଳସୀ ପତ୍ର ପକାଇ ଏହି ପାଣିକୁ ଘର ସାରା ଛିଞ୍ଚନ୍ତୁ । କୁହାଯାଏ ଏପରି କରିବା ଦ୍ବାରା ଘରୁ ନକାରାତ୍ମକ ଉର୍ଜ୍ଜା ଦୂର ହୋଇଥାଏ । ସନ୍ଧ୍ୟା ସମୟରେ ତୁଳସୀ ଆଗରେ ଘିଅର ଏକ ଦୀପ ଜାଳି ଏହାକୁ ୧୧ ଥର ଚଉରା ଆଗରେ ବୁଲାନ୍ତୁ । ଏପରି କରିବା ଦ୍ବାରା ଧନର ଦେବୀ ମାଆ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇଥାଆନ୍ତି । ବର୍ଷସାରା ଅର୍ଥର ଅଭାବ ହୋଇନଥାଏ ।

3/5

ଚଳିତ ବର୍ଷ ନୂଆ ହିନ୍ଦୁ ବର୍ଷ ୨୨ ମାର୍ଚ୍ଚ ଅର୍ଥାତ୍ ବୁଧବାର ଦିନ ପଡୁଛି । ବୁଧବାର ପ୍ରଭୁ ଗଣେଶଙ୍କ ବାର ବୋଲି ମନାଯାଇଥାଏ । ଏହି ଦିନ ଭଗବାନ ଗଣେଶଙ୍କୁ ଲଡୁ଼ ଭୋଗ ଲଗାଇ ପୂଜା କରନ୍ତୁ। ଏପରି କରିବା ଦ୍ବାରା ଜୀବନରୁ ବାଧା ବିଘ୍ନ ଦୂର ହେବ । ଚୈତ୍ର ନବରାତ୍ରୀର ଏହା ପ୍ରଥମ ଦିନରେ ଗଣେଷଙ୍କ ଆରାଧନା କରିବା ଦ୍ବାରା ଶତ୍ରୁ ଭୟ ଦୂର ହେବ ।

4/5

ହିନ୍ଦୁ ନବ ବର୍ଷର ପ୍ରଥମ ଦିନରେ ଅଫିସ କିମ୍ବା ଦୋକାନର ମୁଖ୍ୟ ଦ୍ୱାରରେ କିଛି ହଳଦୀ ଖଣ୍ତ ରଖନ୍ତୁ । ଏପରି କରିବା ଦ୍ବାରା ବ୍ୟବସାୟରେ ଅଗ୍ରଗତି ପାଇଁ ବାଟ ଖୋଲିଥାଏ ।  ଏହାସହ ନୂତନ ବର୍ଷରୁ ଚାକିରି କ୍ଷେତ୍ରରେ ଅଗ୍ରଗତି ହେବ ।

5/5

ପାଞ୍ଚ ଦେବତାଙ୍କ ମଧ୍ୟରୁ ସ୍ବର୍ଯ୍ୟଙ୍କୁ ପ୍ରକୃତ ଦେବତା ଭାବେ ବିବେଚନା କରାଯାଇଥାଏ । ହିନ୍ଦୁ ନବ ବର୍ଷରେ ଶୁଭ ଫଳ ପାଇବାକୁ ଚାହୁଁଥିଲେ ସୂର୍ଯ୍ୟଙ୍କ ପୂଜାରୁ ଦିନ ଆରମ୍ଭ କରନ୍ତୁ । ଏହି ଦିନ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ଦ୍ବାରା ବର୍ଷ ତମାମ ଘରେ ସୁଖ ଶାନ୍ତି ବଜାଇ ରହିବା ସହ ମାନ ସମ୍ମାନ ବୃଦ୍ଧି ପାଇଥାଏ ବୋଲି ବିଶ୍ବାସ କରାଯାଏ ।