Advertisement
photoDetails0hindi

Hockey World Cup 2023: କାଲି କଳିଙ୍ଗରେ ଭାରତ ଓ ଓ୍ୱେଲ୍ସ ମଧ୍ୟରେ ମହାମୁକାବିଲା, ଜାଣନ୍ତୁ କାହାର ପଲ୍ଲା ଭାରି

Hockey World Cup 2023: ହକି ବିଶ୍ୱକପର ଶେଷ ପୁଲ୍ ମ୍ୟାଚରେ ଓ୍ୱେଲ୍ସକୁ ଭେଟିବାକୁ ଥିବା ବେଳେ ବଡ଼ ବ୍ୟବଧାନରେ ଜିତି ସିଧାସଳଖ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି ଭାରତ । ଆସନ୍ତା କାଲି ସନ୍ଧ୍ୟା ୭ଟାରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍ । ଭାରତର ସବୁ ପ୍ଲେୟାର ଫିଟ୍ ଅଛନ୍ତି । ଗତ କିଛିଦିନ ତଳେ ମିଡ ଫିଲ୍ଡର ହାର୍ଦ୍ଦିକ ସିଂ ଅସୁସ୍ଥ ଥିବା ବେଳେ ଟିମରେ ତାଙ୍କ ସ୍ଥାନ ନେଇ କୌଣସି ସ୍ପଷ୍ଟତା ଆସିନାହିଁ। ସେପଟେ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆସନ୍ତାକାଲିର ମ୍ୟାଚ ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ଦଳ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର କୋଚ ଗ୍ରାହାମ ରିଡ୍ ଓ ଅଧିନାୟକ ହରମନପ୍ରିତ୍ ସିଂ ।

1/5

ଟିମ୍ ଇଣ୍ଡିଆ ପେନାଲଟିକୁ ସଠିକ ପରିଚାଳନା କରିବାକୁ ଧ୍ୟାନ ଦେବ ବୋଲି ଉଭୟେ ଗୁରୁତ୍ବାରୋପ କରିଛନ୍ତି । ଭାରତ ପୁଲ୍ ପର୍ଯ୍ୟାୟରେ ସ୍ପେନ ବିପକ୍ଷରେ ୨-୦ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ଡ୍ର’ ରଖିଥିଲା ।

2/5

ତେବେ ଭାରତ କ୍ୱାର୍ଟର ଫାଇନାଲରେ ସିଧା ପ୍ରବେଶ କରିବ କି କ୍ରସ୍ ଓଭର ଖେଳିବ ଏହା ସ୍ପେନ୍ ଓ ଇଂଲଣ୍ଡ ମ୍ୟାଚର ଫଳାଫଳ ଉପରେ ମଧ୍ୟ ନିର୍ଭର କରେ ।

3/5

ହକି ବିଶ୍ୱକପର ତୃତୀୟ ଦିନରେ ଦ୍ୱିତୀୟ ମ୍ୟାଚ୍ ଅତ୍ୟନ୍ତ ରୋମାଞ୍ଚକର ରହିଥିଲା । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖାଳାଯାଇଥିବା ମ୍ୟାଚ୍ ଟାଇ ହୋଇଥିଲା । ଶେଷଯାଏଁ ସଂଘର୍ଷପୂର୍ଣ୍ଣ ରହିଥିଲା ମ୍ୟାଚ୍ । ସବୁ କ୍ବାଟରରେ ଦେଖିବାକୁ ମିଳିଥିଲା ଜୋରଦାର ଟକ୍କର । ହେଲେ କୌଣସି ବି ଦଳ ନିର୍ଦ୍ଧାରିତ ସମୟ ମଧ୍ୟରେ ଗୋଲ୍ ଦେବାରେ ସଫଳ ହୋଇନଥିଲେ । 

4/5

ଟାଇ କାରଣରୁ ଉଭୟ ଟିମକୁ ୧-୧ ଲେଖାଏଁ ପଏଣ୍ଟ ଦିଆଯାଇଛି । ଏକ ପଏଣ୍ଟ ସହ ଭାରତର ମୋଟ୍ ପଏଣ୍ଟ ସଂଖ୍ୟା ୪ରେ ପହଞ୍ଚିଛି । ପ୍ରଥମ ମ୍ୟାଚରେ ସ୍ପେନକୁ ହରାଇଥିଲା ଟିମ ଇଣ୍ଡିଆ । ଭାରତୀୟ ହକି ଦଳ ଏବେ ଗ୍ରୁପ ଡି’ର ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛି । ସେହିପରି ଇଂଲଣ୍ଡ ମଧ୍ୟ ଭାରତକୁ ଟପି ପ୍ରଥମ ସ୍ଥାନରେ ରହିଛି । 

5/5

ଭାରତର ଆଗାମୀ ମ୍ୟାଚ୍ ଆସନ୍ତା ୧୯ ଅର୍ଥାତ ଆସନ୍ତାକାଲି ୱେଲ୍ସ ବିପକ୍ଷରେ ଅଛି । ତେବେ  ଆସନ୍ତା କାଲି ସନ୍ଧ୍ୟା ୭ଟାରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବ ଏହି ମ୍ୟାଚ୍ । ଭାରତର ସବୁ ପ୍ଲେୟାର ଫିଟ୍ ଅଛନ୍ତି ବୋଲି ପ୍ରେସମିଟରେ କହିଛନ୍ତି ଭାରତୀୟ ହକି ଟିମର କୋଚ୍।