Advertisement
Photo Details/zeeodisha/odisha2374911
photoDetails0hindi

10th August Horoscope: କାହା ପାଇଁ ଶୁଭ ତ କାହା ପାଇଁ ଅଶୁଭ ରହିବ ଶନିବାର...

Horoscope 10th August 2024: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ଅଧିପତି ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଶନିବାର କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ...

 

1/12

ମେଷ ରାଶି: ଆଗାମୀ ଶନିବାର ଦିନଟି ଆପଣଙ୍କ ପାଇଁ ବେଶ ଅନୁକୂଳ ରହିବ। ନିଜ ସନ୍ତାନଙ୍କ ଠାରୁ ଖୁସି ଖବର ପାଇବେ। ବନ୍ଧୁଙ୍କ ସହ ଦୂର ଯାତ୍ରା କରିପାରନ୍ତି । ପାରିବାରିକ ବିବାଦର ଅନ୍ତ ଘଟିବ। ଧାର୍ମିକ କାର୍ଯ୍ୟରେ ମନ ବଳାଇବେ।

2/12

ବୃଷ ରାଶି: ଶନିବାର ବ୍ୟବସାୟରେ କୌଣସି ପ୍ରକାର ଅର୍ଥ ବିନିଯୋଗ କରନ୍ତୁ ନାହିଁ । ନଚେତ୍ ବଡ଼ ଧରଣର କ୍ଷତି ସହିପାରନ୍ତି। ଶନିବାର ଆପଣ ଆବଶ୍ୟକ କାର୍ଯ୍ୟ କରିବେ। ଏଥିପାଇଁ ଏକ ତାଲିକା ପ୍ରସ୍ତୁତ କରି ଆପଣଙ୍କୁ ଚାଲିବାକୁ ହେବ। ଯୋଜନା ନ କରି କାର୍ଯ୍ୟ କଲେ ଅସୁବିଧାରେ ପଡିପାରନ୍ତି। ପୁରୁଣା ରୋଗ ଆପଣଙ୍କୁ ସମସ୍ୟାରେ ପକାଇବ।

 

3/12

ମିଥୁନ ରାଶି: ବ୍ୟବସାୟୀଙ୍କ ଲାଗି ଦିନଟି ମଧ୍ୟମ ରହିବ । ପରିବାରରେ ମାତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । ପ୍ରିୟଜନଙ୍କ ସହ କଥା କଟାକଟି ହେବାରୁ ମନ ଅଶାନ୍ତ ରହିବ । ଦୁଃ-ସମ୍ବାଦ ମିଳିପାରେ । କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ନେଇ ସମ୍ଭବନା ରହିଛି ।

4/12

କର୍କଟ ରାଶି: ଶନିବାର ଦିନ ଆପଣ ଯେତେ କଠିନ ପରିଶ୍ରମ କଲେ ମଧ୍ୟ ସେହି ଅନୁସାରେ ଫଳ ପାଇବେ ନାହିଁ। କାରବାର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବେ। ଯଦି ଆପଣ କାହାଠାରୁ ଧନ ଉଧାର ନେଇଛନ୍ତି, ତେବେ ତାହାକୁ ଠିକ୍ ସମୟରେ ଫେରସ୍ତ କରିବାକୁ ପଡ଼ିବ। 

5/12

ସିଂହ ରାଶି: ଶତ୍ରୁ ପରାଜୟ ହେବେ । ବନ୍ଧୁଙ୍କ ସହ ଉତ୍ତମ ସମୟ ବିତେଇବେ । ବିଦେଶ ଯାତ୍ରା କରିବେ । ବ୍ୟାପାରରେ ଲାଭବାନ ହେବେ । ପରିବାରରେ ସୁଖରେ ସମୟ ବିତିବ। ବିଦ୍ୟାର୍ଥୀ ମାନେ ସଫଳତା ପାଇବେ ।

6/12

କନ୍ୟା ରାଶି: ଜିଦଖୋର ସ୍ଵଭାଵ ଯୋଗୁଁ କାର୍ଯ୍ୟ ବିଗିଡି ଯାଇପାରେ । ବ୍ୟାପାରରେ କ୍ଷତି ହୋଇପାରେ । ପରିବାରରେ ସଦସ୍ୟଙ୍କ ସହ ମନୋମାଳିନ୍ୟ ଦେଖାଦେବ । ଶନିବାର କୌଣସି ଜରୁରୀ ନିଷ୍ପତ୍ତି ନିଅନ୍ତୁ ନାହିଁ । ଭାବିଚିନ୍ତି କାର୍ଯ୍ୟ କରନ୍ତୁ ।

7/12

ତୁଳା ରାଶି: ବନ୍ଧୁ ପରିଜନଙ୍କ ଠାରୁ ଉପହାର ମିଳିପାରେ। କୌଣସି ଶୁଭ ସମାଚାର ପାଇ ମନ ଉଲ୍ଲସିତ ହେବ । କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ଦ୍ୱାରା କାମ ସଫଳତାର ସହ ଶେଷ ହେବ । ବ୍ୟବସାୟରେ ଉନ୍ନତି ଯୋଗୁଁ ମାନସିକ ଶାନ୍ତି ମିଳିବ । ଉତ୍ତମ ଭୋଜନ ଲାଗି ମନ ପ୍ରଫୁଲ୍ଲିତ ରହିବ ।

8/12

ବିଛା ରାଶି: ଶନିବାର ଦିନ ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ପ୍ରଦାନ କରିବ। ବୈବାହିକ ଜୀବନ ସୁଖମୟ ହେବ। ପରିବାରରେ କିଛି ମାଙ୍ଗଳିକ କାର୍ଯ୍ୟକ୍ରମ ଆୟୋଜିତ ହୋଇପାରେ। କର୍ମକ୍ଷେତ୍ରରେ ଆପଣଙ୍କୁ ଜୁନିୟରମାନଙ୍କ ସାହାଯ୍ୟ ଆବଶ୍ୟକ ହୋଇପାରେ।

9/12

ଧନୁ ରାଶି: ଶାରୀରିକ ଅସୁସ୍ଥତା ଯୋଗୁଁ ଧନ ଖର୍ଚ୍ଚ ହୋଇପାରେ । ବାକ-ସଂଯତ ରୁହନ୍ତୁ; ନଚେତ୍ ବାଦ ବିବାଦ ମଧ୍ଯରେ ପଡ଼ିପାରନ୍ତି । ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ । ତେଣୁ ଶନିବାର ଦିନ ତର୍କ ବିତର୍କରୁ ଦୂରେଇ ରହିବା ସହିତ ସାବଧାନତାର ସହକାରେ ଆପଣଙ୍କୁ ଚଳିବାକୁ ପଡି଼ବ

10/12

ମକର ରାଶି: ଶନିବାର ଦିନ ଆପଣଙ୍କୁ କିଛି ଶୁଭ ଖବର ମିଳିପାରେ । କୋର୍ଟ କଚେରୀ କାମରେ ଆପଣଙ୍କୁ ସଫଳତା ମିଳିବ। ଆଜି କିଛି ନୂଆ କାମ ମିଳିବ। ବେପାରିଙ୍କ ପାଇଁ ଦିନଟି ଅଳ୍ପ ଖରାପ ରହିବ । ଆର୍ଥିକ ସ୍ଥିତି ଯୋଗୁ ଚିନ୍ତିତ ରହିବେ । ରାଜନୀତିରେ ଥିବା ଲୋକଙ୍କ ପାଇଁ ଦିନଟି ଭଲ ରହିବ । ଅଫିସ୍‌ରେ ସହକର୍ମିଙ୍କ ସହଯୋଗ ମିଳିବ । ପ୍ରେମୀଯୁଗଳଙ୍କ ପାଇଁ ପାଇଁ ଦିନଟି ଭଲ ରହିବ ।

11/12

କୁମ୍ଭ ରାଶି: କାର୍ଯ୍ୟକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ପାଇ ଖୁସି ହେବେ । ବ୍ୟାପାରରେ ନୂତନ ନିବେଶ ଯୋଗୁଁ ଲାଭବାନ ହେବେ । ପରିବାରରେ କୌଣସି ଶୁଭ କାର୍ଯ୍ୟ ଆୟୋଜନରେ ବ୍ୟସ୍ତ ରହିବେ ।

12/12

ମୀନ ରାଶି: ଶନିବାର ପ୍ରତିଟି କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଧନ ଲାଭ ନେଇ ଯୋଗ ରହିଛି । ଦୀର୍ଘ ଦିନରୁ ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ମନ ପ୍ରଫୁଲ୍ଲ ରହିବ । ଗୁରୁଜନଙ୍କଠାରୁ ଆଶୀର୍ବାଦ ମିଳିବ। କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପାରରେ ନିବେଶ ଶୁଭ ରହିବ । ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଶୁଭ ରହିବ ।

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)