Advertisement
Photo Details/zeeodisha/odisha1984091
photoDetails0hindi

Today Horoscope: ଶରିପୀଡ଼ା ସହ ଅର୍ଥହାନୀର ଯୋଗ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ

Horoscope Today 30th November 2023: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆଜି ଅର୍ଥାତ ନଭେମ୍ବର ୩୦ ହେଉଛି ଗୁରୁବାର।  ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ...

 

1/12

ମେଷ: ସ୍ୱାସ୍ଥ୍ୟ ସଚେତନ ହେବେ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଅର୍ଥ ଓ ସମ୍ମାନ ମିଳିବ । ସାମାଜିକ ପ୍ରତିଷ୍ଠା ଅକ୍ଷୂର୍ଣ୍ଣ ରହିବ । ଦୂରଯାତ୍ରା ସଫଳ ହେବ। 

2/12

ବୃଷ: ଆଜି ସ୍ୱାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି । ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ । ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ । ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ ।

3/12

ମିଥୁନ: ଉତ୍ତମ ଆୟ  ଯୋଗ ରହୁଛି । ମନ ପ୍ରଫୁଲ୍ଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ସୁସମ୍ବାଦ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖ ବୋଧ ହେବ । ଠାକୁରଙ୍କ ସେବାରେ ମନ ବଳାଇବେ। 

4/12

କର୍କଟ: ହସ ଖୁସିରେ ଦିନ ଅତିବାହିତ କରିବେ । ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ବ୍ୟବସାୟରେ ଅଗ୍ରଗତି ହେବ । ଦୂରଯାତ୍ରା ସଫଳ ହେବ । ଚାକିରିରେ ପଦୋନ୍ନତି ମିଳିବ। 

 

5/12

ସିଂହ: ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ଉତ୍ସାହ ସହ କାର୍ଯ୍ୟ ତୁଳାଇବେ । ଅକସ୍ମାତ ସୁସମ୍ବାଦ ପ୍ରାପ୍ତ ହେବ । ବିଭିନ୍ନ ସୂତ୍ରରୁ ଆୟର ଯୋଗ ରହୁଛି ।

 

6/12

କନ୍ୟା: ଦୃଢମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।

7/12

ତୁଳା: ଜୀବନ ଆନନ୍ଦମୟ ହେବ । ମାନ ସମ୍ମାନ ମିଳିବ । ବନ୍ଧୁ ସହଯୋଗ ପ୍ରାପ୍ତ ହେବ । ଅକସ୍ମାତ ଧନ ଲାଭର ସୂଚନା ମିଳୁଛି । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଦୂରଯାତ୍ରାରୁ ଦୂରେଇ ରୁହନ୍ତୁ । 

8/12

ବିଛା: ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି । ଘରେ ଅଶାନ୍ତି ବାତାବରଣ ଦେଖାଦେବ।

9/12

ଧନୁ: ମନ ବିଷର୍ଣ୍ଣ ରହିବ । କର୍ମ କ୍ଷେତ୍ରରେ ଅଶାନ୍ତିର ବାତାବରଣ ଦେଖାଦେବ । ଦୁଶ୍ଚିନ୍ତା ଦେଇ ଗତି କରିବେ । ଶାରୀରିକ କିମ୍ବା ମାନସିକ ଆଘାତ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ ।  

10/12

ମକର: ମନ ପ୍ରସନ୍ନ ରହିବ । ପ୍ରିୟଜନଙ୍କ ଠାରୁ ଶୁଭ ଖବର ମିଳିବ । ଲିଖନ ପଠନରେ ଅଧିକାଂଶ ସମୟ ବିତିବ । ଅନ୍ୟକୁ ସାହାଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ ।

11/12

କୁମ୍ଭ: କର୍ତ୍ତବ୍ୟନିଷ୍ଠ ହେବେ । ଆୟ ଅବ୍ୟାହତ ରହିବ । ନୂତନ ଦ୍ରବ୍ୟ ଲାଭ ଯୋଗ ରହିଛି । ଉଚ୍ଚ ଆସା ସଫଳ ହେବ । ପାରିବାରିକ ଜୀବନ ଭୋଗବିଳାସରେ କଟିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । 

12/12

ମୀନ: ବ୍ୟସ୍ତତା ମଧ୍ୟେ ଦିନ କଟିବ । କୌଣସି ଦୁଃସମ୍ବାଦ ପାଇ ବିଚଳିତ ହେବେ । ବାଦ ବିବାଦ ଠାରୁ ଦୂରେଇ ରୁହନ୍ତୁ । କଥାବାର୍ତ୍ତାରେ ସଂଯମତା ରଖି ଚଳନ୍ତୁ । ନଚେତ୍ ଅସୁବିଧାରେ ସମ୍ମୁଖୀନ ହେବେ।