Advertisement
Photo Details/zeeodisha/odisha1812687
photoDetails0hindi

deaths in space: ମହାକାଶରେ ପ୍ରାଣ ହରାଇଲେ ମୃତ ଶରୀର ସହ କ'ଣ ହୁଏ? କ'ଣ ମୃତ ଶରୀର ମହାକାଶରେ ଫିଙ୍ଗି ଦିଆଯାଏ? ଜାଣନ୍ତୁ

deaths in space mission: ମଣିଷକୁ ମହାକାଶକୁ ପଠାଇବା ଏକ ଅସାଧାରଣ, କଷ୍ଟସାଧ୍ୟ ଏବଂ ବିପଜ୍ଜନକ କାର୍ଯ୍ୟ। ଏଭଳି ପରିସ୍ଥିତିରେ ଯଦି କୌଣସି କାରଣରୁ ମହାକାଶରେ ଯଦି କେହି ପ୍ରାଣ ହରାନ୍ତି, ତାହେଲେ ତାଙ୍କ ମୃତ ଶରୀର ସହ କ'ଣ ହେବ? ମହାକାଶରେ ମୃତ୍ୟୁ ହେଲେ କ'ଣ ରହିଛି ପ୍ରୋଟୋକଲ୍ ସେ ସମ୍ପର୍କରେ ଜାଣନ୍ତୁ।

 

1/5

ଯଦି କୌଣସି ମହାକାଶଚାରୀ ପୃଥିବୀର ନିମ୍ନ କକ୍ଷପଥକୁ ଯାତ୍ରା କରିଛନ୍ତି ଯେପରିକି ଅନ୍ତର୍ଜାତୀୟ ସ୍ପେଶ ଷ୍ଟେସନ, ଯଦି ସେଠାରେ କୌଣସି ମହାକାଶଚାରୀଙ୍କ ମୃତ୍ୟୁ ହୁଏ, ତାହେଲେ ଅନ୍ୟ କର୍ମଚାରୀକିଛି ଘଣ୍ଟା ମଧ୍ୟରେ ଏକ  କ୍ୟାପସୁଲ ମଧ୍ୟରେ ମୃତ ଶରୀରକୁ ରଖି ପୃଥିବୀ ପୃଷ୍ଠକୁ ଫେରାଇ ଆଣି ପାରିବେ।

 

2/5

ଯଦି ଚନ୍ଦ୍ର ପୃଷ୍ଠରେ କେହି ପ୍ରାଣ ହରାନ୍ତି ତାହେଲେ ମହାକାଶଚାରୀ ପୃଥିବୀ ପୃଷ୍ଠକୁ ଫେରିପାରିବେ। ଏହି ପ୍ରକ୍ରିୟା କାର୍ଯ୍ୟକାରୀ ହେବା ପାଇଁ କିଛି ଦିନ ସମୟ ଲାଗିପାରେ। ଏଭଳି ପରିସ୍ଥିତିରେ ନାସା ପକ୍ଷରୁ ବିସ୍ତୃତ ପ୍ରୋଟୋକଲ ଜାରି କରାଯାଇଛି।

3/5

ଯଦି ୩୦ କୋଟି ମାଇଲ ଦୂରରେ ଥିବା ମଙ୍ଗଳ ଗ୍ରହକୁ ଯାତ୍ରା କରିବା ସମୟରେ ଯଦି କୌଣସି ମହାକାଶଚାରୀ ପ୍ରାଣ ହରାନ୍ତି, ତାହେଲେ ପରିସ୍ଥିତି ଅଲଗା ହୋଇଯିବ। ଏହି ଅଭିଯାନରେ ସାମିଲ ହୋଇଥିବା କର୍ମଚାରୀ ଏଠାରୁ ଫେରିପାରିବେ ନାହିଁ। ହେଲେ ଅଭିଯାନ ଶେଷରେ ମୃତ ଶରୀର ସହିତ ସେମାନେ ପୃଥିବୀ ଫେରିବେ। ଏହି ସମୟ ମଧ୍ୟରେ ମୃତ ଶରୀରକୁ ଏକ ଅଲଗା କୋଠରୀ କିମ୍ବା ସ୍ୱତନ୍ତ୍ର ବ୍ୟାଗ ମଧ୍ୟରେ ସଂରକ୍ଷିତ କରି ରଖାଯାଇଥାଏ। 

4/5

ଯଦି ଆପଣ ଭାବୁଛନ୍ତି ଯେ ମୃତ ଶରୀରକୁ ମଙ୍ଗଳ ଗ୍ରହର ପୃଷ୍ଠରେ ପୋତି ଦିଆଯାଏ, ତେବେ ଏହା ଏକ ସଠିକ୍ ପଦକ୍ଷେପ ହେବ ନାହିଁ। କାରଣ ମୃତ ଶରୀରରୁ ନିର୍ଗତ ହେଉଥିବା ଜୀବାଣୁ ଏବଂ ଅନ୍ୟ ଅଣୁଜୀବ ମଙ୍ଗଳ ଗ୍ରହର ପରିବେଶକୁ ଦୂଷିତ କରିପାରନ୍ତି।

5/5

ଯଦି ଶବ ମାଟିରେ ପୋତା ଯାଇ ପାରିବ ନାହିଁ ତାହେଲେ ପୋଡ଼ି ଦିଆଯାଇପାରେ। ମାତ୍ର ଏହା ମଧ୍ୟ ଏକ ସଠିକ୍ ପଦକ୍ଷେପ ହେବ ନାହିଁ। କାରଣ ମଙ୍ଗଳ ଗ୍ରହରେ ଅମ୍ଳଜାନର ପରିମାଣ ବହୁତ କମ୍। ଏଭଳି ପରିସ୍ଥିତିରେ ସେଠାରେ ନିଆଁ ଜଳାଇବା ପାଇଁ ବହୁ ଶକ୍ତି ଆବଶ୍ୟକ। ବଞ୍ଚି ରହିଥିବା ଅନ୍ୟ ମହାକାଶଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ ଏତେ ଶକ୍ତି ନଷ୍ଟ କରିବା ମୂର୍ଖାମୀ ହେବ।