Advertisement
Photo Details/zeeodisha/odisha2583230
photoDetails0hindi

LPG Cylnder Price: ଗ୍ୟାସଦରକୁ ନେଇ ଆସିଲା ଖୁସିଖବର, ସିଲିଣ୍ଡର ପିଛା ଏତିକି ଟଙ୍କା ହ୍ରାସ

LPG Cylnder Price: ନୂଆଦିଲ୍ଲୀ: ପ୍ରତ୍ୟେକ ମାସ ଆରମ୍ଭରେ ତୈଳ କମ୍ପାନୀଗୁଡିକ ଦ୍ୱାରା ସିଲିଣ୍ଡର ଦର ସଂଶୋଧିତ ହୋଇଥାଏ। ନୂତନ ବର୍ଷ ଆରମ୍ଭରେ ଗ୍ୟାସ ଦରକୁ ନେଇ ମିଳିଛି ଖୁସି ଖବର। ବର୍ଷର ପ୍ରଥମ ଦିନରେ ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ସଂଶୋଧନ କରିଛନ୍ତି, ଯାହା ପରେ ଏହାର ମୂଲ୍ୟ ହ୍ରାସ କରାଯାଇଛି। ଏଥର ଜାନୁଆରୀ ପହିଲାରେ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ତୈଳ ଏବଂ ଗ୍ୟାସ ମାର୍କେଟିଂ କମ୍ପାନୀଗୁଡିକ ଦ୍ୱାରା ବ୍ୟବସାୟିକ ସିଲିଣ୍ଡରର ହାର ହ୍ରାସ କରାଯାଇଛି।

1/5

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର ଏଲପିଜି ସିଲିଣ୍ଡରର ମୂଲ୍ୟ ୧୪ ରୁ ୧୬ ଟଙ୍କାକୁ ହ୍ରାସ କରାଯାଇଛି। ତେବେ ଗ୍ୟାସ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି। କିନ୍ତୁ ଘରୋଇ ସିଲିଣ୍ଡରରେ କୌଣସି ପରିବର୍ତ୍ତନ ହୋଇନଥିବା ଜଣାଯାଇଛି। 

2/5

ଇଣ୍ଡିଆନ ଅଏଲ ସରକାରୀ ୱେବସାଇଟ ଅନୁଯାୟୀ ଜାନୁଆରୀ ୧ ତାରିଖରେ ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ଶସ୍ତା ହୋଇଛି। ଦିଲ୍ଲୀରେ ୧୯ କିଲୋଗ୍ରାମ ସିଲିଣ୍ଡର ୧୮୧୮.୫୦ ଟଙ୍କା ବଦଳରେ ୧୪.୫୦ ହ୍ରାସ ପାଇ ୧୮୦୪ ଟଙ୍କାରେ ଉପଲବ୍ଧ ହେବ। 

3/5

ସେହିପରି ମୁମ୍ବାଇରେ ଏହି ବ୍ୟବସାୟିକ ସିଲିଣ୍ଡର ପିଛା ୧୫ ଟଙ୍କା ହ୍ରାସ ପାଇଛି। ୧୯ କିଲୋଗ୍ରାମ ବ୍ୟବସାୟିକ ସିଲିଣ୍ଡର ୧୭୭୧ ଟଙ୍କା ପରିବର୍ତ୍ତେ ୧୭୫୬ ଟଙ୍କା ହ୍ରାସ ପାଇଛି। 

4/5

କୋଲକାତାରେ ବ୍ୟବସାୟିକ ସିଲିଣ୍ଡର ପିଛା ୧୬ ଟଙ୍କା ହ୍ରାସ ପାଇଛି। ଫଳରେ ଏହି ୧୯ କିଲୋଗ୍ରାମ ବିଶିଷ୍ଟ ବ୍ୟବସାୟିକ ସିଲିଣ୍ଡର ଏବେ ୧୯୨୭ ଟଙ୍କା ପରିବର୍ତ୍ତେ ୧୯୧୧ ଟଙ୍କାରେ ଉପଲବ୍ଧ ହେବ। 

 

5/5

ଏଠାରେ କହି ରଖୁ କି ଘରୋଇ ସିଲିଣ୍ଡର ମୂଲ୍ୟ ଦୀର୍ଘ ଦିନ ଧରି ସ୍ଥିର ରହିଛି। ଏହି ଗ୍ୟାସ ସିଲିଣ୍ଡର ପିଛା କୌଣସି ପରିବର୍ତ୍ତନ ହୋଇନାହିଁ। ଶେଷଥର ପାଇଁ ଅଗଷ୍ଟ ମାସରେ ପରିବର୍ତ୍ତନ କରାଯାଇଥିଲା। ଦିଲ୍ଲୀରେ ଏହି ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ୮୦୩ ଟଙ୍କା ରହିଥିବା ବେଳେ ମୁମ୍ବାଇରେ ୮୦୨.୫୦, ଚେନ୍ନାଇରେ ୮୧୮.୫୦ ଓ କୋଲକାତାରେ ୮୨୯ ଟଙ୍କାରେ ଉପଲବ୍ଧ ହେଉଛି।