Advertisement
photoDetails0hindi

Ileana d'cruz: ବ୍ଲର ଫଟୋ ସେୟାର କରି ଇଲିଆନା ଲେଖିଲେ ମୁଁ ଯେତେବେଳେ...

Ileana d'cruz: ବଲିଉଡ଼ ଅଭିନେତ୍ରୀ ଇଲିଆନା ଡ଼ି କ୍ରୁଜଙ୍କୁ କିଏ ବା ନ ଜାଣେ । ତାଙ୍କ ଅଭିନୟ ଫ୍ୟାନ୍ସଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ତେବେ ବର୍ତ୍ତମାନ ଅଭିନେତ୍ରୀ ଗର୍ଭବତୀ ଥିବା ଖବର ସାମ୍ନାକୁ ଆସିଛି । ତେବେ ନିକଟରେ ଇଲିଆନା ନିଜ ସୋସିଆଲ ମଡ଼ିଆ ଆକାଉଣ୍ଟରେ ଏକ ବ୍ଲର ଫଟୋ ସହ ଏକ କ୍ୟାପସନ୍ ସେୟାର କରିଥିଲେ । ଅଭିନେତ୍ରୀଙ୍କ ଏହି ପୋଷ୍ଟ ପରେ ଫଟୋ ଥିବା ବ୍ୟକ୍ତିଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

1/5

ନିକଟରେ ଇଲିଆନା ଗର୍ଭବତୀ ଥିବା ନେଇ ସୋସିଆଲ ମିଡ଼ିଆରେ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଏହି ଖୁସି ଖବର ଦେଇଥିଲେ । ଅଭିନେତ୍ରୀ ଏକ କଳା ରଙ୍ଗର ଡ୍ରେସ ସହ ନିଜର ଫଟୋ ଓ ‘ମାମା’ ଲେଖା ଥିବା ଏକ ଲକେଟ୍ ଓ ଏକ ଛୋଟ ଛୁଆର ଟି' ସାର୍ଟ ଫଟୋ ସେୟାର କରିଥିଲେ ।

2/5

ଇଲିଆନାଙ୍କ ପିଲାର ବାପା କିଏ ସେ ନେଇ ଅଭିନେତ୍ରୀ ଏଯାଏଁ ସ୍ପଷ୍ଟ କରିନାହାନ୍ତି । ତେବେ ଏହାକୁ ନେଇ ଏବେ କଳ୍ପନା ଜଳ୍ପନା ଲାଗି ରହିଛି ।

3/5

ନିକଟରେ ଇଲିଆନା ଏକ ବ୍ଲର ଫଟୋ ସହ ଏକ ସୁନ୍ଦର କ୍ୟାପସନ୍ ସହ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ କରିଥିଲେ । ଯେଉଁଥିରେ ସେ ଲେଖିଥିଲେ, ‘ଗର୍ଭବତୀ ହେବା ଏକ ସୁନ୍ଦର ଆଶୀର୍ବାଦ ଅଟେ । ତୁମ ଭିତରେ ବଢୁଥିବା ଜୀବନକୁ ଅନୁଭବ କରିବା କେତେ ସୁନ୍ଦର ତାହା ମୁଁ ବର୍ଣ୍ଣନା କରିପାରିବି ନାହିଁ । ମୁଁ ଶୀଘ୍ର ତୁମକୁ ଭେଟିବାକୁ ଯାଉଛି’ ।

4/5

ସେ ଆଉ ମଧ୍ଯ ଲେଖିଛନ୍ତି ଯେ, ‘ମୁଁ ଯେତେବେଳେ ଭାଙ୍ଗିଯାଇଥିଲି ଏହି ସୁନ୍ଦର ଲୋକ ମୋତେ ସାହସ ଦେଇଥିଲେ । ମୋ ଲୁହ ପୋଛିବା ସହ ମୋତେ ହସାଇବା ଲାଗି ଜୋକ୍ସ ଶୁଣାଉଥିଲେ’ ।

5/5

 ଅଭିନେତ୍ରୀଙ୍କ ଏହି ପୋଷ୍ଟ ପରେ ସେହି ବ୍ଲର ଫଟୋରେ ଥିବା ବ୍ୟକ୍ତିଙ୍କୁ ଜଣକ କିଏ ବୋଲି ଫ୍ୟାନ୍ସ ପ୍ରଶ୍ନ କରିବା ସହ ବିଭିନ୍ନ ପ୍ରକାର କମେଣ୍ଟ କରୁଥିବା ଦେଖିବାକୁ ମିଳିଛି ।