Advertisement
Photo Details/zeeodisha/odisha2010305
photoDetails0hindi

IRCTC Thailand Package: ମିଳିବ ଫୁଡ୍ ସହ ହୋଟେଲ ଷ୍ଟେ ! ଦେବାକୁ ପଡ଼ିବ ମାତ୍ର ଏତିକି ଟଙ୍କା

IRCTC Thailand Package: ଆରମ୍ଭ ହୋଇଯାଇଛି ଶୀତଋତୁ । ଆଉ ଭାରତୀୟମାନେ ଏହି ସମୟରେ ଛୁଟି ବିତାଇବାକୁ ବେଶି ଭଲପାଇଥାନ୍ତି । ଦୀର୍ଘ ସମୟ ଧରି ଦେଶ ହେଉ ବା ବିଦେଶର କୋଣ ଅନୁକୋଣକୁ ଯାତ୍ରା କରିବାକୁ ଭଲ ପାଆନ୍ତି । କେବଳ ଏତିକି ନୁହେଁ, ବ୍ୟାଙ୍କକକ୍, ଥାଇଲ୍ୟାଣ୍ଡ ଏବଂ ମଲଦୀପସ୍ ପରି ଦେଶ ଏଠାରେ ଥିବା ଲୋକଙ୍କ ପ୍ରିୟ ତଥା ଭ୍ରମଣକାରୀ ସ୍ଥାନ ଅଟେ। ଯଦି ଆପଣ ମଧ୍ୟ ଥାଇଲ୍ୟାଣ୍ଡ ବୁଲିବାକୁ ଯିବାକୁ ପ୍ଲାନ କରୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ IRCTC ର ଥାଇଲ୍ୟାଣ୍ଡ ପ୍ୟାକେଜ୍ ବିଷୟରେ କହିବାକୁ ଯାଉଛୁ । ଯାହା ନିଜେ ଭାରତୀୟ ରେଳବାଇର IRCTC ୱେବସାଇଟ୍ ଦ୍ୱାରା ଲଞ୍ଚ କରାଯାଇଛି । 

 

1/7

ଯଦି ଆପଣ ଚଳିତ ବର୍ଷ ବିଦେଶ ଭ୍ରମଣ କରିବାକୁ ଚାହୁଁଛନ୍ତି, ତେବେ IRCTC ଆପଣଙ୍କ ପାଇଁ ଥାଇଲ୍ୟାଣ୍ଡ ଯିବାକୁ ଏକ ଭଲ ଟୁର୍ ପ୍ୟାକେଜ୍ ଆଣିଛି । 

2/7

ପୂର୍ବ ଏସିଆର ଥାଇଲ୍ୟାଣ୍ଡ ଏକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଏବଂ ପ୍ରତିବର୍ଷ ଭାରତରୁ ହଜାର ହଜାର ଲୋକ ଥାଇଲ୍ୟାଣ୍ଡ ବୁଲିବାକୁ ଯାଆନ୍ତି । ବ୍ୟାଚେଲର ବା ଫ୍ୟାମିଲି ଏହିସ୍ଥାନଟି ଟୁର୍ ପାଇଁ ବହୁତ ସୁନ୍ଦର ସ୍ଥାନ ଭାବେ ପରିଗଣିତ ହୋଇଛି। 

3/7

ଭାରତୀୟ ରେଳବାଇର IRCTC Pink ସିଟି ଜୟପୁରରୁ ଥାଇଲ୍ୟାଣ୍ଡ ଟୁର୍ ପର୍ଯ୍ୟନ୍ତ ଏକ ନିଆରା ତଥା ସୁଲଭ ଯାତ୍ରା ପ୍ୟାକେଜ୍ ଆଣିଛି।

4/7

ଏହି ପ୍ୟାକେଜରେ ୬ଦିନ ଏବଂ ୫ରାତି ଅନ୍ତର୍ଭୁକ୍ତ ରହିଛି । ଏହି ପ୍ୟାକେଜରେ ଆପଣ ପଟ୍ଟାୟା ଏବଂ ବ୍ୟାଙ୍କକକ୍ ଯାତ୍ରା କରିବାର ସୁଯୋଗ ମଧ୍ୟ ପାଇବେ। ଏଥିସହ, ଟୁରିଷ୍ଟ ମାନଙ୍କୁ ସଫାରି ୱାର୍ଲ୍ଡ, ମେରାଇନ୍ ପାର୍କ, କ୍ରୁଜ୍ ଏବଂ ବିଭିନ୍ନ ବୌଦ୍ଧ ମନ୍ଦିର ପରିଦର୍ଶନ କରିବାର ସୁଯୋଗ ରହିଛି। 

5/7

ଏହି ପ୍ୟାକେଜରେ ଆପଣ ଜୟପୁରରୁ ବ୍ୟାଙ୍କକକ୍ ପର୍ଯ୍ୟନ୍ତ ଏକ ରାଉଣ୍ଡ ଟ୍ରିପ୍ ଫ୍ଲାଇଟ ଟିକେଟର ସୁବିଧା ପାଇବେ । 

6/7

ଏହି ପ୍ୟାକେଜ୍ ସମୟରେ ଆପଣ ମାଗଣା ଜଳଖିଆ, ମଧ୍ୟାହ୍ନ ଭୋଜନ ଏବଂ ରାତ୍ରୀ ଭୋଜନ ପାଇବେ । ଏହା ବ୍ୟତୀତ ପ୍ରତ୍ୟେକ ହୋଟେଲରେ ରହିବା ବ୍ୟବସ୍ଥା, ଟୁର ଗାଇଡ୍ ଏବଂ ଟ୍ରାଭେଲ ଇନସୁରାନ୍ସ ମଧ୍ୟ ଉପଲବ୍ଧ ହେବ । 

7/7

ଏହି ଯାତ୍ରା ପାଇଁ ଜଣେ ବ୍ୟକ୍ତିଙ୍କୁ ୬୧ ହଜାର ୯୯୫ ଟଙ୍କା ଦେବାକୁ ପଡି଼ବ ।  ଯଦି ଆପଣ କପଲ୍ ହିସାବରେ ଯିବେ ତେବେ ଆପଣଙ୍କୁ ପ୍ରତି ବ୍ୟକ୍ତିଙ୍କ ପାଇଁ ୫୪ ହଜାର ୮୬୦ ଟଙ୍କା ଦେବାକୁ ପଡିବ । 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ସମ୍ପୃକ୍ତ ବ୍ୟାଙ୍କର ଅଫିସିଆଲ ୱେବସାଇଟ କିମ୍ବା କଷ୍ଟମର କେୟାରର ସାହାଯ୍ୟ ନେଇପାରନ୍ତି।)