Advertisement
Photo Details/zeeodisha/odisha2397722
photoDetails0hindi

Chandrayaan 4: ପୁଣି ଇତିହାସ ରଚିବ କି ଭାରତ, ଚନ୍ଦ୍ରଯାନ-4 କୁ ନେଇ ଆସିଲା ବଡ଼ ଅପଡେଟ୍

Chandrayaan 4: ୨୦୨୭ରେ ଭାରତ ଚନ୍ଦ୍ରଯାନ-4କୁ ଉତକ୍ଷେପଣ କରିବ। ଜାତୀୟ ମହାକାଶ ଦିବସ (ଅଗଷ୍ଟ ୨୩) ଅବସରରେ ଇସ୍ରୋ ମୁଖ୍ୟ ଡକ୍ଟର ଏସ୍ ସୋମନାଥ କହିଛନ୍ତି ଯେ ଚନ୍ଦ୍ରଯାନ-4ର ଡିଜାଇନ୍ ଚୂଡ଼ାନ୍ତ ହୋଇଛି। ଏହି ମିଶନ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରିଛି।

1/6
ଚନ୍ଦ୍ରଯାନ-4 ଅଭିଯାନ ଅଧୀନରେ ଚନ୍ଦ୍ର ପୃଷ୍ଠରୁ ୩-୫ କେଜି ମାଟି ଓ ପଥର ନମୁନା ପୃଥିବୀକୁ ଅଣାଯିବ। ଚନ୍ଦ୍ରଯାନ-4 ମହାକାଶଯାନରେ ୫ଟି ଭିନ୍ନ ଭିନ୍ନ ମଡ୍ୟୁଲ୍ ରହିବ। ଚନ୍ଦ୍ରଯାନ-୩ରେ ୩ଟି ମଡ୍ୟୁଲ ଥିଲା- ପ୍ରୋପଲସନ ମଡ୍ୟୁଲ (ଇଞ୍ଜିନ), ଲ୍ୟାଣ୍ଡର ଓ ରୋଭର।

2/6
ଇସ୍ରୋ ମୁଖ୍ୟ କହିଛନ୍ତି ଯେ ଭାରତୀୟ ମହାକାଶ ଷ୍ଟେସନର ପ୍ରଥମ ମଡ୍ୟୁଲ ୨୦୨୮ରେ ଉତକ୍ଷେପଣ କରାଯିବ । ପ୍ରଥମ ମଡ୍ୟୁଲରେ ମଣିଷ ଭିତରେ ବଞ୍ଚିବାର କ୍ଷମତା ରହିବ ନାହିଁ, ଏଥିରେ ଯାହା ବି କାର୍ଯ୍ୟକଳାପ ହେବ ତାହା ରୋବୋଟିକ୍ ହେବ। ଏହି ଷ୍ଟେସନରେ ସମୁଦାୟ ୫ଟି ମଡ୍ୟୁଲ ରହିବ ଯାହାକୁ ପର୍ଯ୍ୟାୟ କ୍ରମେ ମହାକାଶକୁ ପଠାଯିବ । 

3/6

ଚନ୍ଦ୍ରଯାନ-4 ଅଭିଯାନ ବିଭିନ୍ନ ପର୍ଯ୍ୟାୟରେ ଶେଷ ହେବ। ଚନ୍ଦ୍ର କକ୍ଷପଥରେ ପହଞ୍ଚିବା ପରେ ମୁଖ୍ୟ ମହାକାଶଯାନଠାରୁ ୨ଟି ମଡ୍ୟୁଲ୍ ଅଲଗା ହୋଇ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ। ଉଭୟ ମଡ୍ୟୁଲ୍ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ କରିବେ। 

4/6

ତା'ପରେ ଚନ୍ଦ୍ର ପୃଷ୍ଠରୁ ଏକ ମଡ୍ୟୁଲ୍ ଉତକ୍ଷେପଣ କରାଯିବ ଏବଂ ଚନ୍ଦ୍ରର କକ୍ଷପଥରେ ଥିବା ମୁଖ୍ୟ ମହାକାଶଯାନ ସହ ସଂଯୁକ୍ତ ହେବ। ନମୁନାଗୁଡ଼ିକୁ ସ୍ଥାନାନ୍ତର କରାଯାଇ ପୃଥିବୀକୁ ଫେରୁଥିବା ମହାକାଶଯାନକୁ ପଠାଯିବ।

5/6

ଚନ୍ଦ୍ରଯାନ-4 ପାଇଁ ଚନ୍ଦ୍ର ପୃଷ୍ଠରୁ ନମୁନା ସଂଗ୍ରହ ପାଇଁ ଏକ ରୋବଟ୍ ପ୍ରସ୍ତୁତ କରାଯାଉଛି। ଗଭୀର ଖନନ କୌଶଳ ଉପରେ କାମ କରାଯାଉଛି। ଚନ୍ଦ୍ରରୁ ନମୁନା ସଂଗ୍ରହ ପାଇଁ କଣ୍ଟେନର ଏବଂ ଡକିଂ ମେକାନିଜମର ଜ୍ଞାନକୌଶଳ ବିକଶିତ କରାଯାଉଛି ।

6/6
ଇସ୍ରୋ ବିକ୍ରମ ଲ୍ୟାଣ୍ଡରର ୧୨୦୦ କ୍ଷୁଦ୍ର ମଡେଲ ପ୍ରସ୍ତୁତ କରିଛି । ଏହି ମଡେଲ ଭାରତକୁ ଆସୁଥିବା ବୈଜ୍ଞାନିକ ଏବଂ ବିଶେଷ ଅତିଥିଙ୍କୁ ଉପହାର ଦିଆଯାଉଛି । ଗୁଜରାଟର ଭଦୋଦରାର ଉଦ୍ୟୋଗୀ ଧୱଲ ଏବଂ ଆଦିତ୍ୟ ଦାମର ଏମଡିଏଫ ବୁଡେନ୍ ରୁ ଏହି ମଡେଲ ଡିଜାଇନ୍ କରିଛନ୍ତି। ଏଥିରେ ୧୪୦ଟି ସ୍ପେୟାର ପାର୍ଟ୍ସ ରହିଛି, ଯାହାକୁ ଏକାଠି ହେବାକୁ ୨.୩୦ ଘଣ୍ଟା ସମୟ ଲାଗିଥାଏ। ଆଦିତ୍ୟ ଦାମର କହିଛନ୍ତି ଯେ ବିକ୍ରମ ଲ୍ୟାଣ୍ଡର ସହିତ ପ୍ରଜ୍ଞାନ ରୋଭର ମଧ୍ୟ ପ୍ରସ୍ତୁତ କରାଯାଇଛି ।