Advertisement
photoDetails0hindi

Janhvi Kapoor: Jr NTRଙ୍କ ସହ କାମ କରିବେ ଶ୍ରୀଦେବୀଙ୍କ ଲାଡ଼ଲୀ, ଏହି ଫିଲ୍ମରେ ଆସିବେ ନଜର

Janhvi Kapoor: ଶ୍ରୀଦେବୀଙ୍କ ଲାଡ଼ଲୀ ହେଉଛନ୍ତି ଜାହ୍ନବୀ କପୁର (Janhvi Kapoor) । ବଲିଉଡରେ ଅଭିନୟର ଜଲଓ୍ବା ଦେଖାଉଥିବା ବେଳେ ସାଉଥ୍ ଇଣ୍ତଷ୍ଟ୍ରିରେ ମଧ୍ୟ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ, ସାଉଥ୍ ମୁଭିରେ ( South debut) ଜାହ୍ନବୀଙ୍କୁ ଦେଖିବାକୁ ମିଳିବ । ତେବେ, ସେ ତାଙ୍କ ପ୍ରିୟ କଳାକାର ଜୁନିଅର ଏନଟିଆରଙ୍କ (Jr NTR )ସହ କାମ କରିବେ ।

1/5

ଜାହ୍ନବୀ ଏବଂ ଜୁନିଅର ଏନଟିଆର ଫିଲ୍ମ ‘ଏନଟିଆର-୩୦’ (NTR 30) ରେ ଏକାଠି କାମ କରିବେ। ଏହା ସାଉଥ ଫିଲ୍ମରେ ଅଭିନେତ୍ରୀଙ୍କ ଡେବ୍ୟୁ ହେବ। ଜାହ୍ନବୀ କପୁର ଶନିବାର ଅନୁଷ୍ଠିତ ଇଣ୍ଡିଆ ଟୁଡେ କନକ୍ଲେଭ ୨୦୨୩ରେ ଅଂଶଗ୍ରହଣ କରି ଏନଟିଆରଙ୍କ ସହ କାମ କରିବାର ସ୍ୱପ୍ନ କିପରି ପୁରଣ ହେଲା ତାହା କହିଥିଲେ।

 

2/5

ତାଙ୍କ କହିବା ମୁତାବକ, ମୁଁ ଏନଟିଆର ସାରଙ୍କ ସହ କାମ କରିବା ପାଇଁ ଭଗବାନଙ୍କ ଆଗରେ ପ୍ରାର୍ଥନା କରିଥିଲି। ମୁଁ ପ୍ରତ୍ୟେକ ସାକ୍ଷାତକାରରେ କହୁଥିଲି ଯେ ମୁଁ ଏନଟିଆର ସାରଙ୍କ ସହିତ କାମ କରିବାକୁ ଚାହୁଁଛି। ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର ଯାହା ମୋତେ ଏଭଳି କରିବାରୁ ମିଳିଛି। ଭଗବାନ ମୋ କଥା ଶୁଣିଛନ୍ତି। ଫିଲ୍ମ ମିଳିବା ପରେ ଏବେ ସୁଟିଂ ଆରମ୍ଭ ହେବା ଦିନକୁ ମୁଁ ଅନାଇ ବସିଛି। ସୁଟିଂ ଶୀଘ୍ର ଆରମ୍ଭ କରିବାକୁ ମୁଁ ନିର୍ଦ୍ଦେଶକଙ୍କୁ ମେସେଜ ବି କରୁଛି। 

3/5

‘ଆରଆରଆର’ ଚଳଚ୍ଚିତ୍ରରେ ଏନଟିଆର ସାରଙ୍କ ଚରିତ୍ର ମୋତେ ଖୁବ ପ୍ରଭାବିତ କରିଥିଲା। ଏହି ଫିଲ୍ମ ଦେଖିବା ପ‌ରେ ତାଙ୍କ ସହ କାମ କରିବାର ଇଚ୍ଛା ଆହୁରି ବଢ଼ିଯାଇଥିଲା।

 

4/5

ତେବେ, ଏହି ଫିଲ୍ମର ନିର୍ଦ୍ଦେଶନା ଜନତା ଗ୍ୟାରେଜର ନିର୍ଦ୍ଦେଶକ କୋରାତାଲା ଶିବା ଦେବେ । ଆସନ୍ତା ବର୍ଷ ୫ ଏପ୍ରିଲ ୨୦୨୪ରେ ଏହା ରିଲିଜ ହେବ । ଜୁନିୟର ଏନଟିଆର ଓ ଜାହ୍ନବୀଙ୍କ ଯୋଡିକୁ ଦର୍ଶକମାନେ କିଭଳି ପସନ୍ଦ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିଛି । 

5/5

ଅନିରୁଦ୍ଧ ରବିଚନ୍ଦ୍ର ଏହାର ମ୍ୟୁଜିକ ପ୍ରଦାନ କରିବେ । ଜୁନିୟର ଏନଟିଆରଙ୍କ ଫ୍ୟାନ ଫଲୋର୍ସ ଅଧିକ ଥିବାରୁ ଫିଲ୍ମକୁ ଯେପରି ସେମାନେ ପସନ୍ଦ କରିବେ ସେଥିନେଇ ମେକର୍ସଙ୍କ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇଛି ।