ଜାହ୍ନବୀଙ୍କ ଆଉ କିଛି ଫଟୋରେ ସେ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ଏହି ଚିତ୍ରକୁ ଦେଖିଲେ ଆପଣ କହିପାରିବେ ଯେ ଜାହ୍ନବୀ କପୁର 'ଉମରାଓ ଜାନ'(Umrao Jaan) ଦ୍ୱାରା ଅନୁପ୍ରାଣିତ ହୋଇଛନ୍ତି । ଏହି ଫଟୋରେ ଜାହ୍ନବୀ ଖୁବ ସୁନ୍ଦର ଦେଖାଯାଉଛନ୍ତି । ରାଜକୀୟ ପୋଷାକ ଏବଂ ଅଳଙ୍କାରରେ ସଜେଇ ହୋଇଛନ୍ତି।
ନିକଟରେ ଜାହ୍ନବୀଙ୍କ ଫିଲ୍ମ 'ମିଲି' ରିଲିଜ୍ ହୋଇଥିଲା। ଫିଲ୍ମ 'ମିଲି' ୨୦୧୯ ମାଲାୟଲମ୍ ଫିଲ୍ମ ହେଲେନର ରିମେକ୍ । ଫଲ୍ମର ନିର୍ଦ୍ଦେଶକ ମାଥୁକୁଟି ଜାଭିୟର (Mathukutty Xavier) ରହିଥିବା ବେଳେ ପ୍ରଯୋଜନା ଦାୟିତ୍ବରେ ରହିଛନ୍ତି ବୋନି କପୁର ଅର୍ଥାତ ଜାହ୍ନବୀଙ୍କ ପିତା ।
୨୦୨୧ରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଥିଲା। ଏନେଇ ଫିଲ୍ମର କିଛି ଅପଡେଟ ମଧ୍ୟ ନିଜ ଫ୍ୟାନ୍ସକୁ ନିକଟରେ ଇନଷ୍ଟାରେ ଦେଇଥିଲେ ଜାହ୍ନବୀ । ଫିଲ୍ମରେ ଜାହ୍ନବୀ (Janhvi Kapoor) ଙ୍କ ବ୍ୟତିତ ସନ୍ନି କୌଶଲ (Sunny Kaushal) ଓ ମନୋଜ ପାଓ୍ବା (Manoj Pahwa) ଙ୍କୁ ମଧ୍ୟ ଲିଡ୍ ରୋଲରେ ଦେଖିବାକୁ ମିଳିଥିଲେ ।
ଏହାସହ ଫିଲ୍ମ ‘ବାୱାଲ’(Bawaal)ରେ ମଧ୍ୟ ଜାହ୍ନବୀଙ୍କୁ ଦେଖିବାକୁ ମିଳିବ । ଏଥିରେ ସେ ବରୁଣ ଧାଓ୍ବନଙ୍କ ସହ ସ୍କ୍ରିନ ସେୟାର କରିବେ । ଏହା ବ୍ୟତିତ ଜାହ୍ନବୀଙ୍କୁ ଅଭିନେତା ରାଜକୁମାର ରାଓଙ୍କ ସହ ‘ମିଷ୍ଟର ଆଣ୍ତ ମିସେସ୍ ମାହି’(Mr and Mrs. Mahi)ରେ ମଧ୍ୟ ଦେଖିବାକୁ ମିଳିବ।
ट्रेन्डिंग फोटोज़