Advertisement
Photo Details/zeeodisha/odisha1884784
photoDetails0hindi

Asia Largest Airport: ଦେଶରେ ନିର୍ମିତ ହେଉଛି ଏସିଆ ମହାଦେଶର ବୃହତ୍ତମ ବିମାନବନ୍ଦର, ଜାଣନ୍ତୁ ଏହାର ବିଶେଷତ୍ୱ

Largest Airport of Asia: ଭାରତରେ ନିର୍ମିତ ହେଉଛି ଏସିଆ ମହାଦେଶର ବୃହତ୍ତମ ଅନ୍ତର୍ଜାତୀୟ ବିମାନବନ୍ଦର। ଏହି ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ବହୁତ ଦ୍ରୁତ ଗତିରେ ଜାରି ରହିଛି। ଉତ୍ତର ପ୍ରଦେଶ ଗୌତମବୁଦ୍ଧ ନଗର ଜିଲ୍ଲାର ଜେୱାର ନଗର ପଞ୍ଚାୟତରେ ଏସିଆ ମହାଦେଶର ସର୍ବବୃହତ୍ତ ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି।

 

1/4

ଏନେଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଖ୍ରୀଷ୍ଟୋଫ୍ ସ୍ନେଲମ୍ୟାନ୍ କହିଛନ୍ତି ଯେ ଏହି ବିମାନ ବନ୍ଦରର ରନ୍ ୱେ ପ୍ରାୟ ୪ ହଜାର ମିଟର ଲମ୍ବ ହେବ ଏବଂ ଏହାର ମୋଟେଇ ୪୫ ମିଟର ହେବ। ସିଇଓ ଆହୁରି ମଧ୍ୟ କହିଛନ୍ତି ଯେ ନୋଏଡା ବିମାନ ବନ୍ଦରରେ ସେବା ପ୍ରଦାନ କରିବା ବିଭିନ୍ନ ଏୟାରଲାଇନ୍ସ ସେମାନଙ୍କର ଆଗ୍ରହ ଦେଖାଉଛନ୍ତି।

2/4

ସିଇଓ ଖ୍ରୀଷ୍ଟୋଫ୍ ସ୍ନେଲମ୍ୟାନ୍ କହିଛନ୍ତି ଯେ ଜେୱାର ବିମାନ ବନ୍ଦରର ରନ୍ ୱେ ହେଉଛି ଏହାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଂଶ। ଜେୱାର ଏୟାରପୋର୍ଟ ରନୱେ ନିର୍ମାଣ କରିବା ପାଇଁ ଅତି କମରେ ବର୍ଷେ ସମୟ ଲାଗିବ। କାରଣ ଏୟାରପୋର୍ଟ ରନ୍ ୱେ ନିର୍ମାଣ ଅନେକ ସ୍ତରରେ ହୋଇଥାଏ। 

 

3/4

ସିଇଓ ଆହୁରି କହିଛନ୍ତି ଯେ ନୋଏଡା ଅନ୍ତର୍ଜାତୀୟ ବିମାନ ବନ୍ଦର ସହିତ ଅନେକ ଏୟାରଲାଇନ୍ସ ସେମାନଙ୍କ କଥାବାର୍ତ୍ତା ଜାରି ରଖିଛନ୍ତି। ଏହି ବିମାନ ବନ୍ଦରର ଟର୍ମିନାଲ୍ ବିଲଡିଂ ଆକାର ୧ ଲକ୍ଷ ବର୍ଗ ମିଟର ହେବ। ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରର ବାର୍ଷିକ ଯାତ୍ରୀ କ୍ଷମତା ୧ କୋଟି ୨୦ ଲକ୍ଷ ହେବ।

 

4/4

ଏହି ବିମାନ ବନ୍ଦରର ସମ୍ପୂର୍ଣ୍ଣ ଦାୟିତ୍ୱ Zurich Airport International AG ପାଖରେ ରହିଛି। ଏହା ସହିତ ଏହି ବିମାନ ବନ୍ଦରର ନିର୍ମାଣ କାର୍ଯ୍ୟ ତିନୋଟି ପର୍ଯ୍ୟାୟରେ ଶେଷ ହେବ। ପ୍ରାୟ ୫୦୦୦ ହେକ୍ଟର ଜମିରେ ନିର୍ମିତ ହେଉଛି ନୋଏଡା ଅନ୍ତର୍ଜାତୀୟ ବିମାନ (ଜେୱାର ବିମାନ ବନ୍ଦର)।