Advertisement
Photo Details/zeeodisha/odisha1690718
photoDetails0hindi

Jyotish upay: ଶୋଇବା ସମୟରେ ତକିଆ ତଳେ ରଖନ୍ତୁ ଏହି ଜିନିଷ: ଦୂର ହେବ ସମସ୍ୟା, ମଜଭୁତ ହେବ ଆର୍ଥିକ ସ୍ଥିତି!

Jyotish upay: ଜୀବନରେ ସଫଳତା ପାଇବା ଲାଗି ଜ୍ୟୋତିଷ ଶାସ୍ତ୍ର ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ଏହି ସମସ୍ତ ଉପାୟ କରିବା ଦ୍ବାରା ବ୍ୟକ୍ତି ତା ଜୀବନରେ ସଫଳତା ପାଇଥାଏ । ସେହିପରି କିଛି ଏପରି ଉପାୟ ବିଷୟରେ କୁହାଯାଇଛି ଯାହାକୁ କରିବା ଦ୍ବାରା ଜୀବନର ସମସ୍ୟା ଦୂର ହୋଇଥାଏ  । ତେବେ ଶୋଇବା ସମୟରେ ତକିଆ ତଳେ ଏହିସବୁ ଜିନିଷ ରଖି ଶୋଇବା ଦ୍ବାରା ରାତାରାତି ସଫଳତା ମିଳିଥାଏ । ଆସନ୍ତୁ ସେ ନେଇ ଆଲୋଚନା କରିବା ।

1/5

ମୁଗ ରଖିବା ଦ୍ୱାରା ମିଳେ ଶୁଭ ଫଳ- କ୍ୟାରିୟରରେ ଉନ୍ନତି ପାଇଁ ମଙ୍ଗଳବାର ରାତିରେ ଏକ ସବୁଜ କପଡାରେ କିଛି ମୁଗ ବାନ୍ଧି ତକିଆ ତଳେ ରଖି ଶୁଅନ୍ତୁ। ପରଦିନ ଏହାକୁ କୌଣସି କନ୍ୟା କିମ୍ବା ମାଆ ଦୁର୍ଗାଙ୍କ ମନ୍ଦିରରେ ଅର୍ପଣ କଲେ ବୁଧ ଗ୍ରହ ଶୁଭ ଫଳ ପ୍ରଦାନ କରିଥାଆନ୍ତି।

2/5

କଇଁଚି ରଖି ଶୋଇବା ହୋଇଥାଏ ଅତ୍ୟନ୍ତ ଶୁଭ- ରାତିରେ ନିଦ ନ ହେଲେ କିମ୍ବା ଖରାପ ସ୍ୱପ୍ନ ଆସୁଥିଲେ ତକିଆ ତଳେ ଲୁହାର ଚାବି କିମ୍ବା କଇଁଚି ରଖି ଶୁଅନ୍ତୁ। ଏହାଦ୍ୱାରା ରାହୁ ଓ କେତୁଙ୍କ ଦୋଷ ଦୂର ହୋଇଥ।

3/5

ମୂଳା ରଖିଲେ କଟେ ରାହୁ ଦୋଷ- ଜାତକରେ ରାହୁ ଦୋଷ ଥିଲେ ରାତିରେ ତକିଆ ତଳେ ମୂଳା ରଖି ଶୁଅନ୍ତୁ। ଏହି ମୂଳାକୁ ସକାଳେ ଶିବ ଲିଙ୍ଗରେ ଅର୍ପଣ କଲେ ରାହୁ ସମ୍ବନ୍ଧୀତ ସମସ୍ତ ବାଧା ଦୂର ହୋଇଥାଏ।

4/5

ସିନ୍ଦୁର ପରୁଆ- ମଙ୍ଗଳ ଦୋଷ ଦୂର କରିବା ପାଇଁ ସୋମବାର ରାତିରେ ଶୋଇବା ପୂର୍ବରୁ ଏକ ଛୋଟ ସିନ୍ଦୁର ଫରୁଆ ତକିଆ ତଳେ ରଖି ଶୁଅନ୍ତୁ। ମଙ୍ଗଳବାର ଦିନ ଏହାକୁ ହନୁମାନଙ୍କୁ ଅର୍ପଣ କଲେ ସଫଳତା ପ୍ରାପ୍ତ ହେବା ସହ ଆୟ ବୃଦ୍ଧି ହୋଇଥାଏ।

5/5

ସୁନ୍ଦରାକାଣ୍ଡ- କର୍ମକ୍ଷେତ୍ରରେ ସଫଳତା ପାଇଁ ରାତିରେ ତକିଆ ତଳେ ସୁନ୍ଦରାକାଣ୍ଡ କିମ୍ବା ଗୀତା ରଖି ଶୋଇବା ଉଚିତ୍। ଏହା ଦ୍ୱାରା ମନ ଶାନ୍ତ ରହିବା ସହ ସକରାତ୍ମକତା ବୃଦ୍ଧି ପାଇଥାଏ।