Guru Margi 2025: ଦେବତାମାନଙ୍କର ଗୁରୁ ବୃହସ୍ପତି ଜ୍ଞାନ, ଶିକ୍ଷା, ସନ୍ତାନ, ଧାର୍ମିକ କାର୍ଯ୍ୟ ଏବଂ ଦୃଢ଼ ଭାଗ୍ୟର ପ୍ରତୀକ ବୋଲି ବିବେଚନା କରାଯାଏ । ୨୦୨୫ ଫେବ୍ରୁଆରୀ ୪ ତାରିଖରେ ବୃହସ୍ପତି ସିଧା ଚଳନ କରିବାକୁ ଯାଉଛନ୍ତି। ବୃହସ୍ପତିଙ୍କ ପ୍ରତ୍ୟକ୍ଷ ଗତି ଅର୍ଥ ହେଉଛି ତାଙ୍କର ସିଧା ଗତି । ଏହା ପୂର୍ବରୁ ଅକ୍ଟୋବର ୯ ତାରିଖରେ ବୃହସ୍ପତି ବୃଷ ରାଶିରେ ପ୍ରବେଶ କରିଥିଲେ। ଏବେ ବୃହସ୍ପତି ୪ ଫେବୃଆରୀ ୨୦୨୫ ଅପରାହ୍ନ ୧ଟା ୪୬ରେ ସିଧା ଚଳନ କରିବେ । ବୃହସ୍ପତିଙ୍କ ପଥ ମେଷଠାରୁ ମୀନ ପର୍ଯ୍ୟନ୍ତ ସମସ୍ତ ୧୨ଟି ରାଶିଉପରେ ପ୍ରଭାବ ପକାଇବ।
ହେଲେ ୧୨ଟି ରାଶି ମଧ୍ୟରୁ ବୃହସ୍ପତିଙ୍କ ମାର୍ଗୀ ବା ସିଧାଚଳନ ମେଷ ସମେତ ୪ଟି ରାଶି ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହେବାକୁ ଯାଉଛି। ମେଷ ରାଶି ସମେତ ୪ଟି ରାଶିର ଶୁଭ ଦିନ ଆରମ୍ଭ ହେବ ଏବଂ କ୍ୟାରିୟର ଓ ବ୍ୟବସାୟରେ ବଡ଼ ସଫଳତା ପାଇବେ। ଆସନ୍ତୁ ଜାଣିବା ମେଷ ରାଶି ସମେତ କେଉଁ ରାଶି ମାନଙ୍କ ପାଇଁ ବୃହସ୍ପତିଙ୍କ ସିଧାଚଳନ ଶୁଭ ରହିବ ।
Also Read: Cancer Cause: ମଦ ପିଉଥିବା ଲୋକ ସାବଧାନ ! ଶରୀରରେ ୫ ପ୍ରକାରର କ୍ୟାନସରକୁ ଦେଉଛନ୍ତି ନିମନ୍ତ୍ରଣ
Also Read: Money Lines on Palm: ହାତରେ ଅଛି କି ଏମିତି ରେଖା, ତା ହେଲେ ଜାଣନ୍ତୁ ଆପଣ କେତେ ଧନବାନ
ମେଷ ରାଶି ପାଇଁ ୨୦୨୫ରେ ବିଶେଷ କରି ବୃହସ୍ପତିଙ୍କ ସିଧା ଚଳନ ଯୋଗୁଁ ଧନ ଲାଭ ହେବାର ସମ୍ଭାବନା ରହିଛି। ବୃହସ୍ପତି ଦ୍ବିତୀୟ ଗୃହରେ ପ୍ରବେଶ କରିବେ, ଯାହା ଧନ ଘର ଅଟେ । ଏହାଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିବ ବୋଲି ଆଶା କରାଯାଉଛି। ହଠାତ୍ ଆର୍ଥିକ ଲାଭ ହୋଇପାରେ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ପଦୋନ୍ନତି ମିଳିପାରେ। ସାମଗ୍ରିକ ଅର୍ଥନୈତିକ ସ୍ଥିତି ଭଲ ରହିବ। ଆନନ୍ଦ ଓ ସ୍ଥିରତାର ସମୟ ଆସିବ। ପାରିବାରିକ ଜୀବନରେ ମଧ୍ୟ ଉନ୍ନତି ଆସିବ, ଯାହା ସୁଖ ଓ ସନ୍ତୋଷ ଆଣିବ।
ରାଶିର ନବମ ଗୃହରେ ବୃହସ୍ପତି ସିଧାସଳଖ ଗତି କରିବା ଆରମ୍ଭ କରିବେ। କନ୍ୟା ରାଶିର ଲୋକଙ୍କ ପାଇଁ ଏହି ପରିବର୍ତ୍ତନ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି । ଫେବୃଆରୀ ୨୦୨୫ରେ ହେବାକୁ ଥିବା ଏହି ପରିବର୍ତ୍ତନ ଜୀବନର ସମସ୍ତ କ୍ଷେତ୍ରକୁ ପ୍ରଭାବିତ କରିବ । ଚାକିରି ଖୋଜୁଥିବା ବ୍ୟକ୍ତିଙ୍କୁ ସନ୍ତୋଷ ମିଳିବ ଓ ଉନ୍ନତିର ନୂଆ ବାଟ ଖୋଲିବ। ବ୍ୟବସାୟରେ ଭଲ ଲାଭ ମିଳିବ। ଆପଣଙ୍କ ଯୋଜନା ସଫଳ ହେବ। ହଠାତ୍ ଆର୍ଥିକ ଲାଭ ମଧ୍ୟ ହୋଇପାରେ।
ବିଛା ରାଶିର ବୃହସ୍ପତିଙ୍କ ସିଧାଚଳନ ଅନେକ ଶୁଭ ଫଳ ଆଣିବ। ଏହାଦ୍ୱାରା ଉଭୟ ଚାକିରି ଓ ବ୍ୟବସାୟରେ ଲାଭ ମିଳିବ। ଅଟକି ରହିଥିବା କାମ ପୂରା ହେବ। ବୃହସ୍ପତିଙ୍କ ପ୍ରଭାବ ପ୍ରଗତିର ବାଟ ଖୋଲିବ। ବୃହସ୍ପତି ପଞ୍ଚମ ଘରର ସ୍ୱାମୀ ଏବଂ ସପ୍ତମ ଗୃହରେ ବସିବେ । ଏହାଦ୍ୱାରା ଉଭୟ ବ୍ୟକ୍ତିଗତ ଓ କର୍ମଜୀବନରେ ସଫଳତା ମିଳିବ। ଯେଉଁମାନଙ୍କ ର କାମ ଅଟକି ରହିଛି ସେମାନଙ୍କ ପାଇଁ ଏହା ଭଲ ସମୟ ଅଟେ । କାମ ପୂରା ହେବ ଓ ବାଧା ବିଘ୍ନ ଦୂର ହେବ। ଚାକିରି କରୁଥିବା ବ୍ୟକ୍ତିମାନେ ସହକର୍ମୀ ଓ ବରିଷ୍ଠଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ।
ମକର ରାଶିର ବ୍ୟକ୍ତିଙ୍କ ପାଇଁ ଏହା ପରିବର୍ତ୍ତନର ସମୟ ହେବ, ତେଣୁ ଆପଣଙ୍କ ଜୀବନରେ ଆସୁଥିବା ସକାରାତ୍ମକ ପରିବର୍ତ୍ତନକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ରୁହନ୍ତୁ । ହଠାତ୍ ଆପଣଙ୍କ ଅଟକି ରହିଥିବା ପଦୋନ୍ନତି କୁ ନେଇ ପୁଣି ଥରେ ବିଚାର କରାଯିବ। ଆପଣଙ୍କ କାମର ପ୍ରଶଂସା ହେବ। ଏଥିସହିତ ବିଦେଶ ଯିବାର ସମ୍ଭାବନା ରହିବ। କଠିନ ପରିଶ୍ରମ ଜାରି ରଖନ୍ତୁ, କାରଣ ବୃହସ୍ପତିଙ୍କ ଚଳନ ଆପଣଙ୍କ ପାଇଁ ମଧ୍ୟ ଅନେକ ସୁଯୋଗ ଆଣିଦେବ ।
(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)
ट्रेन्डिंग फोटोज़