Advertisement
Photo Details/zeeodisha/odisha1781739
photoDetails0hindi

Nisha Maharana: ଫଟୋରେ ଖବର, ଜାଣନ୍ତୁ ନିଶାଙ୍କ ବିଷୟରେ କିଛି ରୋଚକ କଥା

Nisha Maharana: ସାରା ଓଡ଼ିଶାର ଘରେ ଘରେ ପରିଚିତ ଚେହେରା ହେଉଛି ନିଶା ମହାରଣା (Nisha Maharana) । ଅଭିନେତ୍ରୀ ନିଶା ମହାରଣାଙ୍କୁ (Actress Nisha Maharana) କିଏବା ନ ଜାଣେ । ନିଜ ବିବାଦୀୟ ବୟାନ୍ ପାଇଁ ଅଧିକାଂଶ ସମୟରେ ସେ ଚର୍ଚ୍ଚାରେ ରୁହନ୍ତି ।

1/5

ନିକଟରେ ନିଶା ଆଉ ଏକ  ବିବାଦିୟ ବୟାନ ପାଇଁ ଚର୍ଚ୍ଚାକୁ ଆସିଥିଲେ। ଓଲିଉଡ଼ର ଅଭିନେତା ବବି ମିଶ୍ର (Ollywood Actor Bobby Mishra) ଆଉ ଥରେ ବିବାହ କରିବାକୁ ଚାହୁଛନ୍ତି ବୋଲି ଏକ ସାକ୍ଷାତକାରରେ କହିଥିଲେ। ଏଥିପାଇଁ ଉପଯୁକ୍ତ ଝିଅ ମିଳୁ ନଥିବା ସେ ଗଣମାଧ୍ୟମ ଆଗରେ କହିଥିଲେ। ଏହି କଥା ଶୁଣି ନିଶା ମହାରଣା ଏକ ଭିଡ଼ିଓ ମାଧ୍ୟମରେ  ବବି ମିଶ୍ରଙ୍କୁ ବିବାହ କରିବାକୁ ଚାହୁଁଥିବା ପ୍ରକାଶ କରିଥିଲେ ।

2/5

ସେ କହିଛନ୍ତି ବବିଙ୍କୁ ମୁଁ ଭାଇ ଡାକିବି କି କଣ ଡାକିବି ଜାଣିପାରୁନାହିଁ। କିନ୍ତୁ,ତାଙ୍କର ଅଭିନୟକୁ ମୁଁ ବହୁତ ପସନ୍ଦ କରେ। କେବଳ ସେତିକି ନୁହେଁ ତାଙ୍କ ବ୍ୟକ୍ତିତ୍ବ ମୋତେ ବହୁତ ଭଲ ଲାଗେ ବୋଲି ନିଶା କହିଛନ୍ତି। ବବିଙ୍କୁ ଜୀବନ ସାଥୀ କରିବା ପାଇଁ ସୋସିଆଲ ମିଡିଆରେ ବିବାହ ପ୍ରସ୍ତାବ ଦେଇଥିଲେ। 

3/5

କିନ୍ତୁ ଏ-ପର୍ଯ୍ୟନ୍ତ ବବିଙ୍କ ତରଫରୁ କୌଣସି ଉତ୍ତର ନିଶାଙ୍କୁ ମିଳିନାହିଁ। ଏପେଟେ, ନିଶା ବବିଙ୍କ ଉତ୍ତରକୁ ଅପେକ୍ଷା କରିଛନ୍ତି ।

4/5

ନିକଟରେ,  ଅଭିନେତ୍ରୀ ନିଶା ମହାରଣାଙ୍କ ଗାଡି଼ ଦୁର୍ଘଟଣାଗ୍ରସ୍ତ (Nisha Maharana Car Accident)ହୋଇଥିଲା। ନିଶାଙ୍କ କାରଟି ଏକ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇ ଯାଇଥିବାରୁ ଦୁର୍ଘଟଣା ଘଟିଥିଲା । ଅରଖକୁଦା ବ୍ରହ୍ମଗିରି ରାସ୍ତାର ସହଦେବ ପୁର ଗାଁ ନିକଟରେ ତାଙ୍କ କାରଟି ଦୁର୍ଘଟଣାଗସ୍ତ (Car Accident) ହୋଇଥିଲା ।

 

5/5

ତେବେ, ଏହି କାରରେ ନିଶାଙ୍କ ସହିତ ୫ ଜଣ ଥିଲେ। ତେବେ, ନିଶାଙ୍କ ଗାଡି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଭିଡ଼ ଜମାଇଥିଲେ। ଏବଂ କାରରୁ ନିଶା ଓ ତାଙ୍କ ସହିତ ଥିବା ଲୋକଙ୍କୁ କାରରୁ ବାହାର କରି ମେଡିକାଲ ପଠାଇଥିଲେ ସ୍ଥାନୀୟ ଲୋକେ ।