Advertisement
Photo Details/zeeodisha/odisha1605344
photoDetails0hindi

Indian Railways: ଭାରତର ଏପରି ଏକ ରେଳ ଷ୍ଟେସନ: ଏହିଠାରୁ ଚାଲି ଚାଲି ଯାଇପାରିବେ ବିଦେଶ, କରିବାକୁ ହେବ ଏହି କାମ

Indian Railways: ଆପଣ ଜାଣନ୍ତି କି ଭାରତୀୟ ରେଳର ଶେଷ ରେଳ ଷ୍ଟେସନ କେଉଁଠି ଅଛି ? ତେବେ ଏବେ ସୁଦ୍ଧା ଏନେଇ କୌଣସି ଅଫିସିଆଲ ଆନାଉନ୍ସମେଣ୍ଟ କରାଯାଇ ନାହିଁ, କିନ୍ତୁ କିଛି ଷ୍ଟେସନ ଅଛି ଯାହା ଦେଶର ଶେଷ ଭାଗରେ ଅବସ୍ଥିତ ।

1/5

ଯଦି ଆମେ ଦେଶର ଶେଷ ରେଳ ଷ୍ଟେସନ ବିଷୟରେ କହିବା ତାହାଲେ ଏକ ଷ୍ଟେସନ ବିହାରର ଆରାରିଆ(Araria railway station) ଜିଲ୍ଲାରେ ଥିବାବେଳେ ଅନ୍ୟଟି ପଶ୍ଚିମବଙ୍ଗରେ ରହିଛି ।  ତେବେ କୌତୁହଳ କଥା ଏଇଟା କି, ଆରାରିଆର ଜୋଗବାନୀ ଷ୍ଟେସନକୁ ଦେଶର ଶେଷ ରେଳ ଷ୍ଟେସନ ଭାବେ ବିବେଚନା କରାଯାଏ କାରଣ ଏଠାରେ ଟ୍ରେନରେ ଓହ୍ଲାଇବା ପରେ ଆପଣ ପାଦ ଚାଲି ଚାଲି ନେପାଳରେ ପହଞ୍ଚିପାରିବେ ।

2/5

ସେହିପରି ପଶ୍ଚିମବଙ୍ଗରେ ସିଙ୍ଗହାବାଦ ଷ୍ଟେସନକୁ ମଧ୍ଯ ଦେଶର ଶେଷ ରେଳ ଷ୍ଟେସନ ଭାବେ ବିବେଚନା କରାଯାଏ । ଦକ୍ଷିଣ ଭାରତରେ, ଯେଉଁଠାରେ ଦେଶର ସମୁଦ୍ର ସୀମା ଆରମ୍ଭ ହୁଏ, ସେଠାରେ ଥିବା ଏକ ଷ୍ଟେସନକୁ ଦେଶର ଶେଷ ରେଳ ଷ୍ଟେସନ ବୋଲି କୁହାଯାଏ ।

3/5

ପଶ୍ଚିମବଙ୍ଗ ମାଲଦା ଜିଲ୍ଲାର ହାବିପୁର ଅଞ୍ଚଳରେ ନିର୍ମିତ ସିଙ୍ଗହାବାଦ ଷ୍ଟେସନ ହେଉଛି ଭାରତ ଶେଷ ରେଳ ଷ୍ଟେସନ । ଏହା ବାଂଲାଦେଶର ସୀମା ନିକଟରେ ଅବସ୍ଥିତ । ବ୍ରିଟିଶ ଶାସନ ସମୟରେ ନିର୍ମିତ ଏହି ଷ୍ଟେସନ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଲୋଡ଼ା ଭାବେ ପଡ଼ିରହିଥିଲା । ଆଜି ମଧ୍ଯ ଏହାର ଅବସ୍ଥାରେ କୌଣସି ପରିବର୍ତ୍ତନ ଆସିନାହିଁ । ସ୍ବାଧୀନତା ପରେ ଏହି ରେଳ ଷ୍ଟେସନର କାମ ବନ୍ଦ ହୋଇଯାଇଥିଲା । 

4/5

୧୯୭୮ ମସିହାରେ ଏଠାରେ ଯେତେବେଳ ମାଲଗାଡ଼ି ଚାଲିଥିଲା ସେହି ସମୟରେ ଏଠାରେ ଟ୍ରେନର ଶଦ୍ଦ ଶୁଣିବାକୁ ମିଳିଥିଲା । ପ୍ରଥମେ ଏହି ଟ୍ରେନଟି ଭାରତରୁ ବାଲାଂଦେଶ ଚଳପ୍ରଚଳ କରୁଥିଲା । ୧୧ ବର୍ଷ ପୂର୍ବେ ଏକ ପୁରୁଣା ଚୁକ୍ତିର  ସଂଶୋଧନ କରିବା ପରେ ଅର୍ଥାତ୍ ୨୦୧୧ ମସିହାରେ ଭାରତର ପଡ଼ୋଶୀ ଦେଶ ବାଲାଂଦେଶକୁ ମଧ୍ଯ ଏହି ରୁଟରେ ସାମିଲ କରାଯାଇଥିଲା ।

5/5

ସିଙ୍ଗହାବାଦ(Singhabad) ରେଳ ଷ୍ଟେସନ ବାଲାଂଦେଶର ଏତେ ନିକଟତର ଯେ, ଯାତ୍ରୀ ମାନେ ପାଦରେ ଚାଲି କରି ଯିବା ଆସିବା କରିପାରିବେ । ବିଶେଷ କରି ମାଲ ଗାଡ଼ି ଚଳାଚଳ ନେଇ ଏହି ଷ୍ଟେସନକୁ ବ୍ୟବହାର କରାଯାଇଥାଏ । ଏଠାରେ ମୈତ୍ରୀ ଏକ୍ସପ୍ରେସ ନାମକ ଦୁଇଟି ଯାତ୍ରୀବାହୀ ଟ୍ରେନ ମଧ୍ଯ ଗମନାଗମନ କରିଥାଏ । ଏହି ଷ୍ଟେସନ ସହିତ ଜଡ଼ିତ ସିଗନାଲ, ଯୋଗାଯୋଗ ଓ ଯନ୍ତ୍ରପାତି ମଧ୍ୟ ବିଶେଷ ପରିବର୍ତ୍ତନ ହୋଇନାହିଁ ।