Advertisement
Photo Details/zeeodisha/odisha2390680
photoDetails0hindi

Sesha Sombar: ଆଜି ଶ୍ରାବଣ ମାସର ଶେଷ ସୋମବାର, ବିଭିନ୍ନ ଶୈବପୀଠରେ କାଉଡ଼ିଆଙ୍କ ଭିଡ଼

Sesha Sombar: ଆଜି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର। ଏହି ଦିନରେ ରାଜ୍ୟର ବିଭିନ୍ନ ଶୈବପୀଠରେ ଭିଡ଼ ଦେଖିବାକୁ ମିଳିଛି। ବାବା ଭୋଳାନାଥଙ୍କୁ ଜଳଲାଗି କରିବାକୁ ହଜାର ହଜାର କାଉଡିଆଙ୍କ ଭିଡ ଲାଗିଛି । କାନ୍ଧରେ କାଉଡି ଧରି ନଦୀରେ ବୁଡ଼ ପକାଇ ଜଳଲାଗି କରିବାକୁ ମାଇଲ ମାଇଲ ଦୂର ଚାଲିଛନ୍ତି କାଉଡିଆ। ଆଜି ଶେଷ ସୋମବାର ଥିବାରୁ ରାଜ୍ୟର ବିଭିନ୍ନ ଶୈବପୀଠରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି। ସେପଟେ ଜଳଲାଗି କିପରି ସୁରୁଖୁରୁରେ ହେବ ସେନେଇ ଜିଲ୍ଲା ପ୍ରଶାସନ ଓ ମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସୁବିଧା କରାଯାଇଛି। 

 

1/5

ଭଦ୍ରକରେ ବାବା ଆଖଣ୍ଡଳମଣିଙ୍କୁ ଜଳାଲାଗି କରିବା ପାଇଁ ହଜାର ହଜାର କାଉଡିଆଙ୍କ ଭିଡ ଲାଗିଛି । ବହୁ ଦୂରଦୂରାନ୍ତରୁ ଆଖଣ୍ଡଳମଣି ପୀଠକୁ ଶ୍ରଦ୍ଧାଳୁ ଛୁଟି ଆସିଛନ୍ତି। ଭଦ୍ରକ ଆରଡି ପ୍ରସିଦ୍ଧ ଶୈବପୀଠ ବାବା ଆଖଣ୍ଡଳମଣିଙ୍କ ପୀଠରେ ରାତ୍ର ଚାରିଟାରେ ମନ୍ଦିରର ଦ୍ଵାର ଫିଟାଯାଇ ସମସ୍ତ ରୀତିନୀତି ସମାପନ କରାଯାଇଥିଲା । ଏହାପରେ ସର୍ବସାଧାରଣଙ୍କ ଦର୍ଶନ ସହିତ କାଉଡ଼ିଆମାନେ ଜଳଲାଗି କରିଥିଲେ ।

 

2/5

ଆଜି ଶେଷ ସୋମବାର ଓ ପୂର୍ଣ୍ଣିମା ପଡିଥିବାରୁ କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ଢେଙ୍କାନାଳ କପିଳାସ ମନ୍ଦିରରେ ବି କଡା ସୁରକ୍ଷା ବ୍ଯବସ୍ଥା କରାଯାଇଛି। ଭକ୍ତମାନେ ବହୁ ଦୂରଦୂରାନ୍ତରୁ ଆସି ଜଳଲାଗି କରିଛନ୍ତି।

3/5

ଆଜି ଶ୍ରାବଣ ମାସର ଶେଷ ସୋମବାର । ବାବା ଭୋଳାନାଥଙ୍କୁ ସୁମରଣା କରି ଜଳଲାଗି କରିଛନ୍ତି କାଉଡିଆ ଭକ୍ତ। ପୁରୀ ଲୋକନାଥ ପୀଠରେ ଏନେଇ କାଉଡ଼ିଆଙ୍କ ଖଚାଖଚ ଭିଡ଼ ଦେଖିବାକୁ ମିଳିଛି। ଜିଲ୍ଲାପ୍ରଶାସନ ତରଫରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।

 

4/5

ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ମଧ୍ୟ ଭିଡ ପରିଲକ୍ଷିତ ହୋଇଛି। କାଉଡ଼ିଆ ମାନେ ଲମ୍ବା ଧାଡିରେ ଆସି ପ୍ରଭୁ ଭୋଳନାଥଙ୍କୁ ଜଳ ଲାଗି କରିଛନ୍ତି। 

5/5

କଟକ ଧବଳେଶ୍ୱର ପୀଠରେ କାଉଡ଼ିଆଙ୍କ ଭିଡ଼ ଦେଖିବାକୁ ମିଳିଛି। ଆଜି ଶେଷ ଶ୍ରାବଣ ସୋମବାରକୁ ରାକ୍ଷୀ ପୂର୍ଣ୍ଣିମା ଥିବାରୁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ଭିଡ଼ ନିୟନ୍ତ୍ରଣ କରିବାକୁ ପୋଲିସ ପ୍ରଶାସନ ସବୁ ପ୍ରକାରର ବ୍ୟବସ୍ଥା କରିଛି।