Advertisement
Photo Details/zeeodisha/odisha1743168
photoDetails0hindi

Ollywood Couple: ଆସନ୍ତୁ ଜାଣିବା ଏହି ଓଲିଉଡ ଦମ୍ପତ୍ତିଙ୍କ ବିଷୟରେ

Ollywood News: ଓଲିଉଡର ଏହି ଦମ୍ପତୀଙ୍କୁ ନେଇ ସବୁବେଳେ ହୋଇଥାଏ ଚର୍ଚ୍ଚା । ତେବେ ଆସନ୍ତୁ ଜାଣିବା ଏମାନଙ୍କ ବିଷୟରେ ।

1/10

ସବ୍ୟସାଚୀ ମିଶ୍ର ଓ ଅର୍ଚ୍ଚିତା ମହାପାତ୍ର 

ଓଲିଉଡ ଦମ୍ପତ୍ତିଙ୍କ ମଧ୍ୟରେ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଯୋଡ଼ି ଅନ୍ୟତମ । ଏହି ଦମ୍ପତ୍ତି ନିଜର ଭିନ୍ନ ଜୀବନ ଶୈଳୀକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଏହାଛଡ଼ା ଦୁହେଁ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ୍ ସକ୍ରିୟ ଥାନ୍ତି ।

2/10

ଓଲିଉଡର ଆଗଧାଡ଼ିର ନାୟକ ନାୟିକା ସବ୍ୟସାଚୀ ଓ ଅର୍ଚ୍ଚିତା ସବୁବେଳେ ଦର୍ଶକଙ୍କ ହୃଦୟରେ ଥାନ୍ତି ।  ଏହି ଅଭିନେତା ଓ ଅଭିନେତ୍ରୀ  ନିଜ ଦାମ୍ପତ୍ୟ ଜୀବନରେ ମଧ୍ୟ ବେଶ୍ ଶୃଙ୍ଖଳିତ। ଦୁହେଁ ରାଜସ୍ଥାନରେ ମାର୍ଚ୍ଚ ୨୦୨୧ ରେ ବିବାହ କରିଥିଲେ ।

3/10

ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତି

ଅନୁଭବ ମହାନ୍ତି ଜଣେ ଅଭିନେତା,ଚଳଚ୍ଚିତ୍ର ନିର୍ମାତା,ଟେଲିଭିଜନ ବ୍ୟକ୍ତିତ୍ୱ ତଥା ରାଜନେତା । ବର୍ଷା ପ୍ରିୟଦର୍ଶିନୀ ମଧ୍ୟ ଆଗ ଧାଡ଼ିର ନାୟିକାଙ୍କ ମଧ୍ୟରେ ଜଣାଶୁଣା, ଏହା ବ୍ୟତୀତ ସେ ବର୍ତ୍ତମାନ ସମାଜସେବୀ ମଧ୍ୟ । ୨୦୧୪ ଫେବୃଆରୀ ୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀ। ଏହି ଦମ୍ପତ୍ତିଙ୍କ ବିବାହ ଓ ରିସେପସନ ପାର୍ଟିରେ ରାଜ୍ୟର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ । 

4/10

ତେବେ ବିବାହର କିଛି ବର୍ଷ ମଧ୍ୟରେ ଉଭୟଙ୍କର ପାରିବାରିକ ଜୀବନରେ ଝଡ଼ ଆସିଥିଲା। ଅନୁଭବ ବର୍ଷାଙ୍କ ଠାରୁ ଅଲଗା ହେବା ପାଇଁ ଦିଲ୍ଲୀ ପଟିଆଲା କୋର୍ଟରେ  ଆବେଦନ କରିଥିଲେ। ବର୍ତ୍ତମାନ ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚାରାଧୀନ ଅଛି ।

5/10

ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ର

ସିଦ୍ଧାନ୍ତ ମହାପାତ୍ର ଓ ମାମା ମିଶ୍ର ଓଲିଉଡ଼ର ଏକ ଜଣାଶୁଣା ଯୋଡ଼ି। ଏହି ଯୋଡ଼ିକୁ ଦର୍ଶକ ମାନେ ମଧ୍ୟ ବେଶ୍ ପସନ୍ଦ କରିଥିଲେ । ଆଉ ଏହା ପରେ ଦୁହେଁ ରିଲ୍ ଲାଇଫରୁ ରିଅଲ ଲାଇଫର ଜୀବନସାଥି ପାଲଟି ଯାଇଥିଲେ।

6/10

୨୦୦୪ ମସିହାରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତେବେ ବିବାହ ପରେ ମାମା ମିଶ୍ରଙ୍କୁ ଆଉ ଟିଭି ପରଦାରେ ଦେଖିବାକୁ ମିଳିନଥିଲା। ବର୍ତ୍ତମାନ ଏହି ଯୋଡ଼ି ଦାମ୍ପତ୍ୟ ଜୀବନରେ ବହୁତ ଖୁସିରେ ଅଛନ୍ତି। ଏହି ତାରକା ଦମ୍ପତ୍ତିଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି ।

7/10

କୋଏଲ ବାନାର୍ଜୀ ଓ ବବି ମିଶ୍ର

କୋଏଲ ବାନାର୍ଜୀ ଜଣେ ଓଡ଼ିଆ ଅଭିନେତ୍ରୀ ଭାବେ ଜଣାଶୁଣା ନାମ । ସେ ୨୦୧୦ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ତୁ ଥାଆ ମୁଁ ଯାଉଚି ରୁଷିରୁ ଅଭିନୟ ଆରମ୍ଭ କରିଥିଲେ । 

8/10

ପଶ୍ଚିମ ବଙ୍ଗରେ ଜନ୍ମିତା ଏହି ଅଭିନତ୍ରୀ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ ଅଭିନେତା ବବି ମିଶ୍ରଙ୍କୁ ବିବାହ କରିଥିଲେ । ଏବେ ଦୁହିଁଙ୍କର ବିବାହ ବିଚ୍ଛେଦ ହୋଇସାରିଛି। ଅଭିନେତ୍ରୀ ପୁନାର୍ବିବାହ କରିବା ପରେ ପଶ୍ଚିମ ବଙ୍ଗରେ ରହୁଛନ୍ତି

 

9/10

ଜିନା ସାମଲ ଓ ରୁଦ୍ର ପାଣିଗ୍ରାହୀ 

ଏହି ଦମ୍ପତ୍ତି ଓଲିଉଡ଼ର ଜଣାଶୁଣା ଯୋଡି। ଫେରିଆ ମୋ ସୁନା ଭଉଣୀରୁ ଓଲିଉଡ଼ରେ ନାୟିକା ଭାବେ ପ୍ରବେଶ କରିଥିଲେ ଜିନା।

10/10

ସେହିପରି ମନେ ରହିବ ଏ ପ୍ରେମ କାହାଣୀ ଜରୀଆରେ ଡେବ୍ୟୁ କରିଥଲେ ରୁଦ୍ର ସାମଲ। ଏହା ପରେ ଦୁହେଁ ବିବାହ କରିଥିଲେ। ଏକ ରିଆଲିଟି ସୋ ରେ ନିଜର ବରକୁ ଚୟନ କରିଥଲେ ଜିନା ।