Advertisement
Photo Details/zeeodisha/odisha2320278
photoDetails0hindi

Lucky Zodiac Sign: ଜୁଲାଇ ୪ରେ ବୃଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 1st July 2024: ଆଜି ଜୁଲାଇ ୪ ଗୁରୁବାର। ଆଜି ଚନ୍ଦ୍ର ମେଷ ଉପରାନ୍ତ ମିଥୁନ ରାଶିରେ ଚଳନ କରିବେ। ଏହା ସହିତ ଆଜି ଆଷାଢ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି। ଏହି ଦିନ ବୃଦ୍ଧି ଯୋଗ, ଗଜକେଶରୀ ଯୋଗ ଓ ମୃଗଶିରା ନକ୍ଷତ୍ରର ଶୁଭ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହି ଶୁଭ ସଂଯୋଗ ଫଳରେ ୫ଟି ରାଶିକୁ ଧନ ସହିତ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି। ଏହି ୫ ରାଶିଙ୍କ ପାଇଁ ସମସ୍ତ ପ୍ରକାରର ଆୟର ରାସ୍ତା ଖୋଲିବ। ମାଲେମାଲ ହେବେ ଏହି ୫ ରାଶି। 

1/5

ମେଷ ରାଶି ମେଷ ରାଶିର ବ୍ୟକ୍ତିବିଶେଷଙ୍କ ଦିନଟି ବେଶ ସୁଖଦ ରହିବ। ଜୀବନର ପ୍ରତିଟି ସୋପାନରେ ସଫଳତା ପାଇବେ। ଉନ୍ନତିର ପାହାଚ ଚଢିବେ। ନବବିବାହିତଙ୍କ ଘରେ କିଛି ସ୍ୱତନ୍ତ୍ର ଅତିଥିଙ୍କ ଆଗମନ ହୋଇପାରେ। ଦମ୍ପତିଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ବୃଦ୍ଧି ପାଇବ। ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ଦିନଟି ବେଶ ଉତ୍ତମ ରହିଛି। ଚାକିରିଆଙ୍କୁ ତୁଳନାତ୍ମକ ଭାବେ ଭଲ ଅଫର ମିଳିପାରେ। କ୍ୟାରିୟରରେ ସଫଳତା ମିଳିବ। ସନ୍ଧ୍ୟା ସମୟରେ ବନ୍ଧୁଙ୍କ ମେଳରେ ସମୟ ଅତିବାହିତ ହେବ। 

2/5

କର୍କଟ ରାଶି ଆଜି କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉନ୍ନତ ରହିବ। କର୍କଟ ରାଶିର ବ୍ୟକ୍ତିମାନେ ଧାର୍ମିକ କାର୍ଯ୍ୟକ୍ରମେ ସମୟ ଅତିବାହିତ କରିବେ। ପରିବାରରେ ଲାଗି ରହିଥିବା କଳହର ଅନ୍ତ ହେବ। ପରସ୍ପରକୁ ସାହାଯ୍ୟ ପାଇଁ ସହଯୋଗର ହାତ ଲମ୍ବି ଆସିବ। ଚାକିରିଆଙ୍କ ପାଇଁ ନୂଆ ଚାକିରି ମିଳିପାରେ। କ୍ୟାରିୟରରେ ଉନ୍ନତି ହେବ। ବ୍ୟବସାୟୀମାନେ ଲାଭ କରିବେ। ବ୍ୟବସାୟକୁ ବଢାଇ ଦିଗରେ ବ୍ୟବସାୟୀମାନେ କାର୍ଯ୍ୟ କରିବେ। ଆଇନ ଜାଲରେ ଛନ୍ଦି ହୋଇଥିବା ମାମଲାର ସମାଧାନ ହେବ। ପାରିବାରିକ ଜୀବନରେ କଳହର ଅନ୍ତ ଘଟିବ। 

3/5

କନ୍ୟା ରାଶି କନ୍ୟା ରାଶିର ଲୋକମାନଙ୍କ ପାଇଁ ଦିନଟି ବେଶ ଲାଭଦାୟକ ରହିବ। କନ୍ୟା ରାଶିର ଲୋକମାନଙ୍କ ପାଇଁ ଆର୍ଥିକ ସ୍ଥିତି ମଜବୁତ ହେବ। ପରିବାରର ସମସ୍ତ ଆବଶ୍ୟକତା ପୂରଣ କରିବାକୁ ପ୍ରୟାସ କରିବେ। ପରିବାରରେ ଚାଲିଥିବା କଳହର ଅନ୍ତ ଘଟିବ। ସ୍ୱାସ୍ଥ୍ୟକୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ। ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ଚାକିରିଆ ମାନେ ସହକର୍ମୀଙ୍କ ସହିତ ଉପରିସ୍ଥ ଅଧିକାରୀଙ୍କ ମନ ଜିଣିବାରେ ସକ୍ଷମ ହେବେ।  କାର୍ଯ୍ୟ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସମ୍ମାନ ଅର୍ଜନ କରିବେ। ଉଚ୍ଚ ଶିକ୍ଷା ହାସଲ କରିବାକୁ ଚାହୁଁଥିବା ଛାତ୍ରଙ୍କୁ ସଫଳତା ମିଳିବ। 

4/5

ମକର ରାଶି ମକର ରାଶିରେ ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଲାଭ ଦାୟକ ରହିବ। ନୂଆ ସମ୍ପର୍କ ସ୍ଥାପନ କରିବାରେ ସକ୍ଷମ ହେବ। ନୂଆ ଘର କିମ୍ବା ଯାନ ବାହାନ କିଣିବାର ଯୋଗ ରହିଛି। ଆପଣଙ୍କର ମନୋସ୍କାମନା ପୂରଣ ହୋଇପାରେ। କୌଣସି ଏକ ଧାର୍ମିକ ଯାତ୍ରା ସାମିଲ ହୋଇ ପାରନ୍ତି। ଚାକିରି ଖୋଜୁଥିବା ଯୁବକଙ୍କୁ ନୂଆ ଚାକିରି ମିଳିପାରେ। ନିବେଶକଙ୍କୁ ଭଲ ରିଟର୍ଣ୍ଣ ମିଳିବ। ସନ୍ତାନ ସୁଖ ଲାଭ କରିପାରନ୍ତି। ଘରେ ପରିବାର ମଧ୍ୟରେ ଖୁସିର ମାହୋଲ ରହିବ। 

5/5

ମୀନ ରାଶି ମୀନ ରାଶିର ଲୋକଙ୍କ ପାଇଁ ବେଶ ଶୁଭପ୍ରଦ ରହିବାକୁ ଯାଉଛି। ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଦାନ କରି ପୂଣ୍ୟ ଅର୍ଜନ କରିପାରନ୍ତି। ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ଘଟିବ। ବ୍ୟବସାୟରେ ଜଡ଼ିତ ଥିବା ବ୍ୟକ୍ତିବିଶେଷଙ୍କୁ ବହୁ ମାତ୍ରା ଲାଭ ମିଳିବ। ଟ୍ରାନ୍ସପୋର୍ଟ ବ୍ୟବସାୟରେ ଜଡ଼଼ିତ ଥିବା ବ୍ୟକ୍ତିବିଶେଷ ଲାଭରେ ରହିବେ। ବେରୋଜଗାରମାନେ ନୂଆ ଚାକିରିର ଯୋଗ ଦେଇପାରନ୍ତି। ବଡ଼ ଭାଇଙ୍କ ସହଯୋଗ ମିଳିବ। ନୂଆ କାମ ଆରମ୍ଭ କରିପାରନ୍ତି। ପାରିବାରିକ ଜୀବନ ସୁଖମୟ ହେବ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।