Top 5 Lucky Zodiac Sign, 5th July 2024: ଆଜି ଜୁଲାଇ ୫ ଶୁକ୍ରବାର। ଆଜି ଚନ୍ଦ୍ର ବୁଧ ଗ୍ରହର ରାଶି ମିଥୁନକୁ ଚଳନ କରିବେ। ଏହା ସହିତ ଆଜି ଆଷାଢ ମାସ କୃଷ୍ଣପକ୍ଷ ଅମାବାସ୍ୟା ତିଥି। ଏହି ଦିନକୁ ଆଷାଢ ଅମାବାସ୍ୟା ନାମରେ ମଧ୍ୟ ଜଣାଯାଇଥାଏ। ଏହି ଦିନ ଧୃବ ଯୋଗ, ସର୍ବାର୍ଥ ଯୋଗ ଓ ଆଦ୍ରା ନକ୍ଷତ୍ରର ଶୁଭ ସଂଯୋଗ ମଧ୍ୟ ସୃଷ୍ଟି ହେଉଛି। ଏହି ଶୁଭ ସଂଯୋଗ ଫଳରେ ୫ଟି ରାଶିକୁ ଧନ ସହିତ ପ୍ରଚୁର ଲାଭ ମଧ୍ୟ ମିଳିବାକୁ ଯାଉଛି। ଏହି ୫ ରାଶିଙ୍କ ପାଇଁ ସମସ୍ତ ପ୍ରକାରର ଆୟର ରାସ୍ତା ଖୋଲିବ। ମାଲେମାଲ ହେବେ ଏହି ୫ ରାଶି।
Top 5 Lucky Zodiac Sign, 5 July 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ । ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।
1/5ବୃଷ ରାଶି ବୃଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ତମ ରହିବ। ଜୀବନରେ ଦେଖାଦେଉଥିବା ଅଶାନ୍ତି ଦୂର ହେବ। ଚିନ୍ତାମୁକ୍ତ ରହିବେ। ନିବେଶକମାନେ ଲାଭରେ ରହିବେ। ଚାକିରିଆ ମାନଙ୍କ ପାଇଁ ଦିନଟି ବେଶ ଲାଭପ୍ରଦ ରହିବେ। କର୍ମକ୍ଷେତ୍ର ବଦଳାଇବାକୁ ଚାହୁଁଥିଲେ ଆଜିର ଦିନଟି ବେଶ ଉତ୍ତମ ରହିବ। ବ୍ୟବସାୟୀଙ୍କ ପାଇଁ ଲାଭର ଦିନ ରହିବ। କିଛି ବଡ଼ ଯୋଜନା କରିଥିଲେ ତାହା ଫଳପ୍ରଦ ହେବ। ପ୍ରେମୀଯୁଗଳଙ୍କ ପାଇଁ ଦିନଟି ବେଶ ସୁଖଦପୂର୍ଣ୍ଣ ରହିବ।
2/5ସିଂହ ରାଶି ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଫଳପ୍ରଦ ରହିବ। ଶିକ୍ଷା ଲାଭ କରିବା ପାଇଁ ଦିନଟି ବେଶ ଉତ୍ତମ। ଧନ ପ୍ରାପ୍ତି ହେବ। ମାତା ଲକ୍ଷ୍ମୀଙ୍କ କୃପାରୁ ଆୟରେ ମଧ୍ୟ ବୃଦ୍ଧି ଘଟିବ। ସଂଚୟରେ ମଧ୍ୟ ବୃଦ୍ଧି ହେବ। ସମାଜରେ ନିଜର ସମ୍ମାନ ବୃଦ୍ଧି ହେବ। ଚାକିରି କରୁଥିବା ବ୍ୟକ୍ତିଙ୍କୁ ମୋଟା ଅଙ୍କର ଦରମା ସହିତ ନୂଆ ଚାକିରିର ଅଫର ମିଳିପାରେ। କ୍ୟାରିୟରରେ ମଧ୍ୟ ଉନ୍ନତି ହେବ। ଜୀବନସାଥୀଙ୍କ ସହିତ ତାଳମେଳ ଭଲ ରହିବ। ନିବେଶକଙ୍କୁ ମୋଟା ଅଙ୍କର ଲାଭ ମିଳିବ। ସନ୍ତାନ ସୁଖ ମିଳିପାରେ। ବନ୍ଧଙ୍କୁ ନିକଟରୁ ସହଯୋଗ ମିଳିବ।
3/5ତୁଳା ରାଶି ତୁଳା ରାଶିର ବ୍ୟକ୍ତିମାନେ ବେଶ ଲାଭ କମାଇବେ। ମାତା ଲକ୍ଷ୍ମୀଙ୍କ କୃପାରୁ ସମ୍ପତ୍ତିରେ ବୃଦ୍ଧି ହେବ। ଆର୍ଥିକ ସ୍ଥିତି ମଜବୁତ ହେବ। ମନୋସ୍କାମନା ପୂରଣ ହେବ। ପ୍ରଭାବଶାଳୀ ଲୋକଙ୍କ ସହିତ ସମ୍ପର୍କ ବଢିପାରେ। ସନ୍ତାନମାନଙ୍କ ନିକଟରୁ ଉତ୍ତମ ଖବର ମିଳିପାରେ। ସନ୍ତାନମାନଙ୍କର କ୍ୟାରିୟରରେ ଉନ୍ନତି ହେବ। ମନ ହାଲୁକା ରହିବ। ବ୍ୟବସାୟରେ ଥିବା ବ୍ୟକ୍ତିବିଶେଷ ଲାଭରେ ରହିବେ। ବ୍ୟବସାୟ ବୃଦ୍ଧି ହେବ। ଘର ନିର୍ମାଣ କରିପାରନ୍ତି। ଜମିବାଡି ମଧ୍ୟ କିଣିବାର ସୁଯୋଗ ରହିଛି। ଅଯଥା ଖର୍ଚ୍ଚରୁ ଦୁରେଇ ରହିବେ।
4/5ଧନୁ ରାଶି ଧନୁ ରାଶିର ବ୍ୟକ୍ତିମାନେ ଆଜି ସୌଭାଗ୍ୟ ଲାଭ କରିବେ। ବିବାଦମୁକ୍ତ ରହିବେ। ପୁରୁଣା ବିବାଦର ସମାଧାନ ହେବ। ବନ୍ଧୁମାନଙ୍କର ପୂର୍ଣ୍ଣ ସହଯୋଗ ମିଳିବ। ଘରେ ଛୋଟ ପିଲାଙ୍କ ସହିତ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ଆପଣ ପ୍ରଭାବଶାଳୀ ରହିବେ। ନିଜର ସମ୍ମାନ ବୃଦ୍ଧି ହେବ। ମାନସିକ ଶାନ୍ତି ମିଳିବ। କିଛି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ପୁରୁଣାସ୍ମୃତି ତାଜା ହୋଇପାରେ। କର୍ମକ୍ଷେତ୍ରରେ ପଦ ମର୍ଯ୍ୟାଦା ବୃଦ୍ଧି ହୋଇପାରେ। ପାରିବାରିକ ଜୀବନ ଅତ୍ୟନ୍ତ ସୁଖମୟ ରହିବ। ସାମାଜିକ କାର୍ଯ୍ୟରେ ସମୟ ଅତିବାହିତ କରିବେ।
5/5କୁମ୍ଭ ରାଶି କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସ୍ୱତନ୍ତ୍ର ରହିବ। ପ୍ରତିଟି ପାହାଚରେ ସଫଳତା ମିଳିବ। ଦିନଟି ସମ୍ପୂର୍ଣ୍ଣ ବିରୋଧୀଶୂନ୍ୟ ରହିବ। ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ ଉଠାଇପାରନ୍ତି। ଅଭିଜ୍ଞତାରୁ କିଛିଟା ଶିକ୍ଷା ଲାଭ କରିପାରନ୍ତି। ଛାତ୍ରଛାତ୍ରୀମାନଙ୍କୁ ସଫଳତା ମିଳିବ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା ମଧ୍ୟ କରିବାରୁ ସୁଯୋଗ ରହିଛି। ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ ହେବ। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ବେରୋଜଗାରୀଙ୍କୁ ନୂତନ ଚାକିରି ମିଳିପାରେ। ସନ୍ଧ୍ୟା ସମୟରେ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ।
ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬
Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।