Advertisement
Photo Details/zeeodisha/odisha2394168
photoDetails0hindi

Lucky Zodiac Sign: ଅଗଷ୍ଟ ୨୨ରେ ସର୍ୱାର୍ଥ ସିଦ୍ଧି ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 22 August 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

 

1/5

ମିଥୁନ ରାଶି ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭ ଦାୟକ ରହିବ। ମିଥୁନ ରାଶିର ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ରହିବ। ଫଳରେ ସବୁ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଆଜି ଆପଣଙ୍କ ମାନ ସମ୍ମାନରେ ମଧ୍ୟ ବୃଦ୍ଧି ଘଟିବ। ଆପଣ ଅନ୍ୟମାନଙ୍କୁ ନିଜ ବାକ୍ ପ୍ରତିଭା ବଳରେ ଆକର୍ଷଣ କରିବାରେ ସମର୍ଥ ହେବେ। ଚାକିରିଆମାନଙ୍କ ପାଇଁ ପଦୋନ୍ନତିର ଦିନ ହେବ। ନିବେଶରୁ ଭଲ ଲାଭ ମିଳିବ। ଜୀବନସାଥିଙ୍କୁ ମନେଇବା ପାଇଁ ସୁଯୋଗ ପାଇବେ। 

2/5

କର୍କଟ ରାଶି  କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ଭଗବାନ ବିଷ୍ଣୁଙ୍କ ଆଶିର୍ବାଦରୁ ପୈତୃକ ସମ୍ପତ୍ତିରୁ ଲାଭ ମିଳିବ। କାନୁନି ମାମଲାରେ ଆପଣଙ୍କ ବିଜୟ ହେବ। ପରିବାରରେ ବିବାହ କାର୍ଯ୍ୟ ହୋଇପାରେ। ସନ୍ତାନ ମାନଙ୍କ ନିକଟରୁ ଖୁସି ଖବର ମିଳିପାରେ। ପରିବାରରେ ମାହୋଲ ବେଶ ଖୁସିର ମାହୋଲ ରହିବ। ଚାକିରିଆମାନଙ୍କର ଦରମାରେ ବୃଦ୍ଧି ହେବାର ସମ୍ଭାବନା ରହିଛି। ନୂଆ ଚାକିରି ଖୋଜୁଥିବା ଯୁବକମାନଙ୍କୁ ସଫଳତା ମିଳିବ। ସମ୍ପତ୍ତି ବାଡି ବ୍ୟବସାୟରେ ଲିପ୍ତ ଯୁବକମାନେ ମୋଟାଅଙ୍କର ଲାଭ ରୋଜଗାର କରିବେ। 

3/5

ମୀନ ରାଶି ଆଜିଠାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦିର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିବ। ବ୍ୟବସାୟୀମାନେ ଲାଭବାନ୍ ହେବେ। ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିବ। ବ୍ୟବସାୟକୁ ନେଇ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଯାହା ଆପଣଙ୍କୁ ଭବିଷ୍ୟତରେ ଲାଭଦେବ। ଆର୍ଥିକ ଦେଣନେଣ ପାଇଁ ସମୟ ବେଶ୍ ଭଲ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିପାରେ। ସ୍ବାସ୍ଥ୍ୟଭଲ ରହିବ। ଗାଡ଼ି ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। 

4/5

କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ଆଜି ଆପଣଙ୍କର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଚିନ୍ତା ଦୂର ହେବ। ଆଜି ନିବେଶରୁ ଭଲ ରିଟର୍ଣ୍ଣ ପାଇବା ସମ୍ଭାବନା ଅଛି। ଆଜି ଆପଣଙ୍କର ଆୟ ବୃଦ୍ଧି ପାଇପାରେ। ଆପଣ ଯାହା ବି କରିବାକୁ ନିଷ୍ପତ୍ତି ନିଅନ୍ତି, ଆପଣ ଆପଣଙ୍କ ସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ। ଉଚ୍ଚଶିକ୍ଷା ପଢୁଥିବା ଲୋକଙ୍କ ପାଇଁ ଆଜି ଏକ ଭଲ ଦିନ ହେବାକୁ ଯାଉଛି।

 

5/5

କୁମ୍ଭ ରାଶି କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭଦାୟକ ରହିବ। ଆଜି ଆପଣ ଏକ ବଡ ଆର୍ଥିକ ନିଷ୍ପତ୍ତି ନେଇପାରିବେ। ଦିନଟି ଆର୍ଥିକ ଦୃଷ୍ଟିରୁ ଲାଭଦାୟକ ହେବ। ବୃତ୍ତିଗତ ସାମ୍ନାରେ ବିଚାରାଧୀନ କାର୍ଯ୍ୟ ସମାପ୍ତ କରିବାକୁ ଏହା ଏକ ଅନୁକୂଳ ଦିନ। ଆଜି ଆପଣ ଘର କାମ କିମ୍ବା ଆନୁଷଙ୍ଗିକ ଜିନିଷରେ ଟଙ୍କା ଖର୍ଚ୍ଚ କରିପାରିବେ। ଆପଣ ନିଜ ପିଲାମାନଙ୍କଠାରୁ ଭଲ ଖବର ପାଇପାରନ୍ତି। ପରିବାର ସହିତ ଭଲ ସମୟ ବିତାଇବ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।