Advertisement
Photo Details/zeeodisha/odisha2395660
photoDetails0hindi

Lucky Zodiac Sign: ଅଗଷ୍ଟ ୨୩ରେ ଶୁକ୍ରାଦିତ୍ୟ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 23 August 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ରବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/5

ମେଷ ରାଶି ମେଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଫଳପ୍ରଦ ରହିବ। ମେଷ ରାଶିର ବ୍ୟକ୍ତି ବିଶେଷ ସବୁ କାମରେ ସଫଳତା ହାସଲ କରିବେ। ସଫଳତାର ଶିଖର ଛୁଇଁବେ। ମନରେ ଥିବା ସମସ୍ତ ଇଚ୍ଛା ପୂରଣ ହେବ। ବନ୍ଧୁ ମାନଙ୍କ ସହିତ ବାହାରକୁ ବୁଲିବାକୁ ଯାଇ ପାରନ୍ତି। ବ୍ୟବସାୟୀମାନେ ମାତ୍ରାଧିକ ଲାଭ କରିବେ। ବ୍ୟବସାୟକୁ ବୃଦ୍ଧି କରିବାରେ ସଫଳ ହେବେ। ଚାକିରିଆ ମାନଙ୍କୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ। ପାରିବାରିକ ଜୀବନ ବେଶ ମଧୁର ରହିବ। ସନ୍ଧ୍ୟା ସମୟରେ ପରିବାରର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ। 

2/5

ସିଂହ ରାଶି ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଭୌତିକ ଉନ୍ନତି ପାଇଁ ଯୋଗ ରହିଛି। ମାତା ଲକ୍ଷ୍ମୀଙ୍କ କୃପାରୁ ଆୟରେ ବୃଦ୍ଧି ଘଟିବ।ବ୍ୟବସାୟରେ ଲାଭର ମାତ୍ରା ବଢିବ। ସନ୍ତାନ ମାନଙ୍କୁ ନେଇ ଲାଗି ରହିଥିବା ଚିନ୍ତା ଦୂର ହେବ। ଏହା ସହିତ ଶୁଭ ସମାଚାର ମଧ୍ୟ ମିଳିପାରେ। ଜୀବନସାଥିଙ୍କ ସହଯୋଗ ମିଳିବ। କିଛି ଦାମୀ ଜିନିଷ ଘରକୁ ଆଣିପାରନ୍ତି। ସନ୍ଧ୍ୟାରେ ପରିବାରର ସଦସ୍ୟଙ୍କ ସହିତ ସମୟ ଅତିବାହିତ କରିବେ।

3/5

ତୁଳା ରାଶି ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭଦାୟକ ରହିବ। ପରିବାର ସଦସ୍ୟ ଓ ବନ୍ଧୁ ସହୋଦରଙ୍କର ସହଯୋଗ ତୁଳା ରାଶିର ବ୍ୟକ୍ତିବିଶେଷଙ୍କୁ ମିଳିବ। ବ୍ୟବସାୟୀମାନେ ମୋଟାଅଙ୍କର ଲାଭ ରୋଜଗାର କରିବାକୁ ସକ୍ଷମ ହେବେ। ଚାକିରିଆମାନଙ୍କୁ ନୂଆ କର୍ମକ୍ଷେତ୍ରରେ ଚାକିରି ମିଳିବ। ଜୀବନସାଥୀଙ୍କ ସହିତ ଆନନ୍ଦମୟ ସମୟ ଅତିବାହିତ କରିବେ। ପରିବାର ସଦସ୍ୟ ବେଶ ଖୁସି ନଜର ଆସିବେ। ସନ୍ତାନମାନଙ୍କ ପକ୍ଷରୁ ଖୁସି ଖବର ମିଳିବ। ସନ୍ଧ୍ୟା ସମୟରେ ଦେବ ଦର୍ଶନ କରିପାରନ୍ତି।

4/5

ବିଛା ରାଶି ବିଛା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଶୁଭପ୍ରଦ ରହିବ। ବିଛା ରାଶିର ବ୍ୟକ୍ତି ବିଶେଷ ବିଭିନ୍ନ ଚିନ୍ତାରୁ ମୁକ୍ତି ପାଇବେ। ସମସ୍ୟା ଦୂର ହେବ। ପରାକ୍ରମ ବୃଦ୍ଧି ପାଇବ। ନିବେଶ ପାଇଁ ବେଶ ଉତ୍ତମ ସମୟ। କର୍ମକ୍ଷେତ୍ରରେ ମନମୁତାବକ କର୍ମ କରିବାକୁ ସୁଯୋଗ ମିଳିବ। ଫଳରେ ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ। ମାତା ଲକ୍ଷ୍ମୀଙ୍କ କୃପାରୁ ବ୍ୟବସାୟୀମାନେ ଭଲ ଆୟ କରିବେ। ଛାତ୍ରଛାତ୍ରୀମାନେ ମଧ୍ୟ ପାଠପଢା ସହିତ ଜଡ଼ିତ ଚିନ୍ତାରୁ ମୁକ୍ତି ପାଇବେ।

5/5

ଧନୁ ରାଶି ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ତମ ରହିବ। ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ସଫଳତାର ଦିନ ହେବ। ପ୍ରତିଟି କ୍ଷେତ୍ରରେ ସଫଳତା ହାସଲ କରିବେ। ବ୍ୟବସାୟୀମାନେ ଭଲ ଲାଭ କମାଇବେ। ଚାକିରିଆଙ୍କୁ ସ୍ୱତନ୍ତ୍ର କାମରେ ନିୟୋଜିତ ହେବାକୁ ପଡିପାରେ। ସନ୍ତାନମାନେ ଧାର୍ମିକ କାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ପରିବାରରେ ଲାଗି ରହିଥିବା ବିବାଦର ଅନ୍ତ ହେବ। ସନ୍ଧ୍ୟା ସମୟରେ ବାପା ମାଙ୍କ ସହିତ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।