Advertisement
Photo Details/zeeodisha/odisha2490147
photoDetails0hindi

Lucky Zodiac Sign: ଅକ୍ଟୋବର ୨୭ରେ ବ୍ରହ୍ମ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 27th October 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରବିବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/5

ବୃଷ ରାଶି ଆଜି ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି। ବୃଷ ରାଶିର ବ୍ୟକ୍ତିବିଶେଷ ଆଜି ବେଶ ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରୁ କାର୍ଯ୍ୟ ବ୍ୟସ୍ତତାରୁ ମୁକ୍ତି ମିଳିବ। ଘରର ଜରୁରୀ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଆର୍ଥିକ ଲାଭ ମିଳିବ। ବ୍ୟବସାୟରେ ନୂଆ ଯୋଜନା ମୁତାବକ କାର୍ଯ୍ୟ କରିଲେ ମୋଟା ଅଙ୍କର ଲାଭ ମିଳିବ। ଅଟକି ରହିଥିବା ଟଙ୍କା ଫେରିପାଇବେ। ସନ୍ଧ୍ୟା ସମୟରେ ଦୀପାବଳି ପାଇଁ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି। 

2/5

ମେଷ ରାଶି ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଲାଭଦାୟକ ରହିବ। ମେଷ ରାଶିର ବ୍ୟକ୍ତି ବିଶେଷମାନେ ମହାଦେବଙ୍କ ଆଶିର୍ବାଦ ଲାଭ କରିବେ। ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଯୋଗଦେବେ। ଯୁବକମାନେ ପ୍ରେମରେ ପଡିପାରନ୍ତି। ଚାକିରିଆମାନଙ୍କ ପାଇଁ କର୍ମକ୍ଷେତ୍ରରେ ଲାଭରେ ରହିବେ। ନୂଆ ଚାକିରିର ସୁଯୋଗ ମିଳିପାରେ। ନିବେଶ କରିବାକୁ ଚାହୁଁଥିଲେ ଆଜି ଦିନଟି ବେଶ ଲାଭ ଦାୟକ ରହିବ। ବ୍ୟବସାୟୀମାନେ ବ୍ୟବସାୟରେ ମଜବୁତ ସ୍ଥିତିରେ ରହିବେ। ସମସ୍ତଙ୍କ ଠାରୁ ପ୍ରଶଂସାର ପାତ୍ର ହେବେ। ପାରିବାରିକ ଜୀବନରେ ଚାଲିଥିବା ବିବାଦର ଅନ୍ତ ହେବ। ଘରର ସଦସ୍ୟଙ୍କ ସହିତ ଆପଣଙ୍କର ସମ୍ପର୍କ ମଜବୁତ ହେବ। ସନ୍ଧ୍ୟାରେ ବନ୍ଧୁ ମାନଙ୍କ ସହିତ ସମୟ ଅତିବାହିତ କରିପାରନ୍ତି।

 

3/5

କନ୍ୟା ରାଶି କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବାକୁ ଯାଉଛି। ଆଜି ମନମୁତାବକ କାର୍ଯ୍ୟ କରିବେ। ଇଶ୍ୱରଙ୍କ ପ୍ରତି ଆସ୍ଥା ବୃଦ୍ଧି ପାଇବ।ସ୍ୱାସ୍ଥ୍ୟ ଜନିତ ସମସ୍ୟାରୁ ମୁକ୍ତି ମିଳିବ। ରବିବାର ଥିବାରୁ କିଛି ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ବ୍ୟବସାୟୀମାନେ ନିଜ ବ୍ୟବସାୟକୁ ନେଇ ବ୍ୟସ୍ତ ରହିପାରନ୍ତି। ବୈବାହିକ ଜୀବନରେ ଚାଲିଥିବା ସମସ୍ୟା ଦୂର ହେବ। ସନ୍ଧ୍ୟା ସମୟରେ ଧାର୍ମିକ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। 

4/5

ତୁଳା ରାଶି ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଫଳପ୍ରଦ ରହିବାକୁ ଯାଉଛି। ସୂର୍ଯ୍ୟଦେବଙ୍କ କୃପାରୁ ତୁଳା ରାଶିର ବ୍ୟକ୍ତି ବିଶେଷ ଧନ ଓ ସମ୍ମାନ ଲାଭ କରିବାକୁ ଯାଉଛନ୍ତି। ଆପଣଙ୍କ କାର୍ଯ୍ୟ ଆପଣଙ୍କୁ ବେଶ ଖୁସି ପ୍ରଦାନ କରିବ। ରବିବାର ଛୁଟି କାରଣଣରୁ ପରିବାର ସହିତ ସମୟ ଅତିବାହିତ କରିବେ। ବ୍ୟବସାୟୀମାନେ ଆଜି ମୋଟା ଅଙ୍କର ଧନ ଲାଭ କରିବେ। ଜୀବନସାଥିଙ୍କ ସହିତ ମିଶି ନୂଆ ସମ୍ପତ୍ତି କିଣିାପାରନ୍ତି। ସନ୍ତାନମାନଙ୍କୁ ନୂଆ ପାଠ୍ୟକ୍ରମ ପାଇଁ ଶିକ୍ଷାନୁଷ୍ଠାନରେ ଆଡମିଶନ ଦେଇପାରନ୍ତି। ସନ୍ଧ୍ୟାରେ ପରିବାର ସହିତ ସମୟ ଅତିବାହିତ କରିପାରନ୍ତି।

5/5

ମକର ରାଶି ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଫଳପ୍ରଦ ରହିବ। ମକର ରାଶିର ଲୋକମାନେ ମହାଦେବଙ୍କ ଆଶିର୍ବାଦ ଲାଭ କରିବେ। ବ୍ୟବସାୟୀଙ୍କୁ ପରିଶ୍ରମର ଫଳ ମିଳିବ। ଲାଭାନ୍ୱିତ ହେବ। ଶତୃଙ୍କର ସଂଖ୍ୟା ବୃଦ୍ଧି ପାଇବ। ନୂଆ ରୋଜଗାର ଅପେକ୍ଷାରେ ରହିଥିବା ବ୍ୟକ୍ତିବିଶେଷଙ୍କୁ ଶୁଭ ଖବର ମିଳିପାରେ। ସନ୍ତାନମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି 

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।