Advertisement
Photo Details/zeeodisha/odisha2415108
photoDetails0hindi

Lucky Zodiac Sign: ସେପ୍ଟେମ୍ବର ୫ରେ ୱେଶୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Top 5 Lucky Zodiac Sign, 5 september 2024: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗୁରୁବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

1/5

ବୃଷ ରାଶି  ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବେଶ ଶୁଭପ୍ରଦ ରହିବ। ବୃଷ ରାଶିର ବ୍ୟକ୍ତିବିଶେଷ ମାନେ ବେଶ ଖୁସି ରହିବେ। ସମସ୍ତ କାର୍ଯ୍ୟ ସଫଳତାର ସହିତ ଶେଷ ହେବ। ଫଳରେ ଆତ୍ମସନ୍ତୋଷ ଲାଭ କରିବେ। ବ୍ୟବସାୟୀମାନେ ମୋଟା ଅଙ୍କର ଲାଭ କମାଇବେ। ନିବେଶ କରିବାକୁ ଯୋଜନା ମଧ୍ୟ କରିବେ। ବ୍ୟବସାୟ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବ। ପ୍ରତିଷ୍ଠା ଲାଭ କରିବେ। ଚାକିରିଆମାନଙ୍କୁ ସହକର୍ମୀଙ୍କ ସହଯୋଗ ମିଳିବ। ଫଳରେ ଆପଣଙ୍କର ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବ। ପରିବାରରେ ଚାଲିଥିବା ବିବାଦର ଅନ୍ତ ଘଟିବ। ପରିବାରର ସଦସ୍ୟମାନେ ସହଯୋଗର ହାତ ମଧ୍ୟ ବଢାଇବେ। ପରିବାରରେ ଧାର୍ମିକ କାର୍ଯ୍ୟ ମଧ୍ୟ ଅନୁଷ୍ଠିତ ହୋଇପାରେ। 

2/5

ସିଂହ ରାଶି ସିଂହ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଖାସ ହେବାକୁ ଯାଉଛି। ସିଂହ ରାଶିର ବ୍ୟକ୍ତିବିଶେଷ ମାନେ ଅଟକି ଥିବା ଧନରାଶି ଫେରିପାଇବେ। ପରିବାର ବର୍ଗଙ୍କୁ ଉପହାର ମିଳିପାରେ। ଆପଣ ଅନ୍ୟମାନଙ୍କୁ ସହଯୋଗ କରିବାକୁ ଅଗ୍ରସର ହେବେ। ପରୋପକାରୀ କାର୍ଯ୍ୟରେ ଦିନଟି ବିତିପାରେ। ଫଳରେ ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ମୋଟା ଅଙ୍କର ଲାଭ କମାଇବେ। ବ୍ୟବସାୟିକ ଯାତ୍ରାରେ ଯାଇପାରନ୍ତି। ଟଙ୍କା ଅଟକି ରହିଥିଲେ ଆପଣ ଫେରିପାଇବେ। ବୈବାହିକ ଜୀବନରେ ଜୀବନସାଥୀଙ୍କ ଖାମଖିଆଲି ନୀତି ଶେଷ ହେବ। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟ ସମୟ ଅତିବାହିତ ହେବ। 

3/5

ତୁଳା ରାଶି ତୁଳା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ସକରାତ୍ମକ ରହିବ। ତୁଳା ରାଶିର ବ୍ୟକ୍ତି ବିଶେଷଙ୍କୁ ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ। ଖୁସିରେ ଦିନଟି ବିତିବ। ସନ୍ତାନମାନଙ୍କର ବିଶ୍ୱାସ ଜିତିବାରେ ସଫଳ ହେବେ। ଆପଣ ଯେଉଁ କାମ କରିବେ ସେଥିରେ ସନ୍ତୋଷ ଲାଭ କରିବେ। ସୁଖ ସୁବିଧାରେ ମଧ୍ୟ ବୃଦ୍ଧି ହେବାକୁ ଯାଉଛି। କର୍ମକ୍ଷେତ୍ରରେ ଆପଣଙ୍କ ଶତୃ ମଧ୍ୟ ଆପଣଙ୍କର ପ୍ରଶଂସା କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରତିଷ୍ଠା ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହିତ ସମ୍ପର୍କ ମଜବୁତ ହେବ। ସମ୍ପତ୍ତି ତଥା ନୂଆ ଯାନବାହନ କିଣିବାର ଯୋଗ ରହିଚି। ସନ୍ଧ୍ୟାରେ ଧାର୍ମିକ କାର୍ଯ୍ୟରେ ମନ ନିବେଶ କରିବେ। ଛୋଟ ସନ୍ତାନ ସନ୍ତତିଙ୍କ ପାଇଁ କିଛି କିଣାକିଣି କରିପାରନ୍ତି। 

4/5

ମକର ରାଶି ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ସକରାତ୍ମକ ହେବାକୁ ଯାଉଛି । ଶନିଦେବଙ୍କ କୃପାରୁ ଟଙ୍କା ରୋଜଗାର କରିବାରେ ଆପଣ ଆଗରେ ରହିବେ । ବ୍ୟବସାୟରେ ଆପଣ କିଛି ନୂତନ ପ୍ରୟାସ କରିବେ । ଆପଣଙ୍କର ବ୍ୟବସାୟରେ ଭଲ ଲାଭ ହେବ । ନିଯୁକ୍ତ ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଖୁସିର ସହ କାମ କରିବେ । ବନ୍ଧୁଙ୍କ ସହ କୌଣସି ସ୍ଥାନକୁ ଭ୍ରମଣ କରିବାକୁ ଯାଇପାରନ୍ତି । ପ୍ରେମ ଜୀବନରେ କୌଣସି ଭୁଲ ବୁଝାମଣା ଥିଲେ ଜଣେ ପରିଚିତ ବ୍ୟକ୍ତିଙ୍କ ମାଧ୍ୟମରେ ତାହାର ସମାଧାନ ହେବ।

5/5

ମୀନ ରାଶି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବାକୁ ଯାଉଛି । ଶନି ଦେବଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ରହିବ । ଆପଣ ବିପୁଳ ପରିମାଣର ଅର୍ଥ ପାଇପାରନ୍ତି । ଆପଣଙ୍କର ମନୋବଳ ବଢିବାକୁ ଲାଗିବ । ଦିନଟିରେ ଆପଣ ଯେଉଁ କାମରେ ହାତ ମାରିବେ ସେଥିରେ ସଫଳତାର ଅଧିକ ସମ୍ଭାବନା ରହିଛି । କୌଣସି ପୁରୁଣା ବିନିଯୋଗରୁ ଭଲ ରିଟର୍ଣ୍ଣ ପାଇବାର ସମ୍ଭାବନା ଅଛି । ବ୍ୟବସାୟରେ ଚାଲିଥିବା ସମସ୍ୟାଗୁଡିକର ସମାଧାନ ହେବା ସହ ଆପଣ ଭଲ ଲାଭ ପାଇବେ । ଧାର୍ମିକ କାର୍ଯ୍ୟରେ ଆଗ୍ରହ ପ୍ରକାଶ କରିବେ ।

ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ, ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬ 

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।