Advertisement
photoDetails0hindi

ଶିବରାତ୍ରୀରେ ବାବା ଭୋଲେନାଥଙ୍କ ଦର୍ଶନ କରିବାକୁ ପ୍ଲାନ୍ କରୁଛନ୍ତି କି? ତେବେ ଜାଣନ୍ତୁ ଭାରତର ଶ୍ରେଷ୍ଠ ୭ଟି ଶିବ ମନ୍ଦିର ବିଷୟରେ

Maha Shivratri 2023: ପ୍ରତିବର୍ଷ ମହାଶିବରାତ୍ରୀ ସମଗ୍ର ଦେଶରେ ଧୁମଧାମରେ ପାଳନ କରାଯାଏ । ଏହି ବର୍ଷ ଏହି ପର୍ବ ୧୮ ଫେବୃଆରୀରେ ଏହା ପାଳନ କରାଯିବ । ଏହି ଦିନ ସମସ୍ତେ ବାବା ଭୋଲେନାଥଙ୍କୁ ପୂଜା କରନ୍ତି । ଯଦି ଆପଣ ମଧ୍ୟ ଏହି ଦିନ ଶିବଙ୍କ ଦର୍ଶନ କରି କୃପା ଲାଭ ବାକୁ ଚାହାଁନ୍ତି, ତେବେ ଆପଣ ଭାରତର ଏହି ୭ଟି ଶ୍ରେଷ୍ଠ ଶିବ ମନ୍ଦିରକୁ ଯାଇପାରିବେ ।

 

1/7

ଲିଙ୍ଗରାଜ ମନ୍ଦିର, ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ଭୁବନେଶ୍ୱରର ସର୍ବ ପୁରାତନ ଶିବ ମନ୍ଦିର ମଧ୍ୟରୁ ଅନ୍ୟତମ । ଏହି ମନ୍ଦିରଟି ସୋମବଂଶୀ ରାଜବଂଶର ରାଜା ଜଜାତି କେଶରୀଙ୍କ ଦ୍ୱାରା ନିର୍ମିତ ଓ ପରେ ଗଙ୍ଗ ରାଜ୍ୟର ଶାସକମାନଙ୍କ ଦ୍ୱାରା ପରିବର୍ତ୍ତିତ ହୋଇଥିବା ବିଶ୍ୱାସ କରାଯାଏ । ଏହି ମନ୍ଦିର ପ୍ରାୟ ୧୦୦୦ ବର୍ଷ ପୁରୁଣା ଓ ଏହାର ବର୍ତ୍ତମାନର ସଂରଚନା ଏକାଦଶ ଶତାବ୍ଦୀରେ ନିର୍ମିତ ହୋଇଥିଲା । 

2/7

କେଦାରନାଥ, ଉତ୍ତରାଖଣ୍ଡ: ଭାରତର ଚାରୋଟି ପ୍ରମୁଖ ଧାମ ମଧ୍ୟରୁ କେଦାରନାଥ ଅନ୍ୟତମ । ଉତ୍ତରାଖଣ୍ଡର ଗଡ଼ୱାଲର ମନ୍ଦାକିନୀ ନଦୀ ନିକଟରେ ଅବସ୍ଥିତ କେଦାରନାଥ ମନ୍ଦିର ଏପ୍ରିଲରୁ ନଭେମ୍ବର ପର୍ଯ୍ୟନ୍ତ ଖୋଲା ରହିଥାଏ, କାରଣ ଶୀତ ଋତୁରେ ପ୍ରବଳ ତୁଷାରପାତ ହୁଏ । ଏହି ମନ୍ଦିର ସମୁଦ୍ର ପତ୍ତନଠାରୁ ୩୫୮୩ ମିଟର ଉଚ୍ଚରେ ଅବସ୍ଥିତ ।

3/7

ନାଗେଶ୍ୱରନ ମନ୍ଦିର, ଗୁଜୁରାଟ: ଏହି ମନ୍ଦିର ଦ୍ୱାରକା ଠାରୁ ୧୫ କିଲୋମିଟର ଦୂରରେ ଅବସ୍ଥିତ ଓ ଏହା ଭାରତର ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ଏହି ମନ୍ଦିରକୁ ନାଗନାଥ ମନ୍ଦିର ମଧ୍ୟ କୁହାଯାଏ । ଏହା ଗୁଜରାଟର ସବୁଠାରୁ ଲୋକପ୍ରିୟ ଶିବ ମନ୍ଦିର ମଧ୍ୟରୁ ଅନ୍ୟତମ । 

4/7

କାଶୀ ବିଶ୍ୱନାଥ, ଉତ୍ତରପ୍ରଦେଶ: କାଶୀ ବିଶ୍ୱନାଥ ମନ୍ଦିର ବାରାଣାସୀର ପବିତ୍ର ଗଙ୍ଗା ନଦୀ କୂଳରେ ଅବସ୍ଥିତ। ଏହି ମନ୍ଦିର ସୁନାରେ ନିର୍ମିତ ଗମ୍ବୁଜ ଓ ମିନାର ଓ ନନ୍ଦୀ ଷଣ୍ଢର ମୂର୍ତ୍ତି ପାଇଁ ପ୍ରସିଦ୍ଧ ଅଟେ । ହିନ୍ଦୁ ପୁରାଣ ଅନୁଯାୟୀ ଯେଉଁମାନେ କାଶୀ ବିଶ୍ୱନାଥରେ ଶେଷ ନିଶ୍ୱାସ ତ୍ୟାଗ କରନ୍ତି, ସେମାନେ ଜନ୍ମ ଓ ମୃତ୍ୟୁ ଚକ୍ରରୁ ମୁକ୍ତ ହୋଇଯାନ୍ତି ।

5/7

ଶିବୋହମ୍ ଶିବ ମନ୍ଦିର, ବାଙ୍ଗାଲୋର: ଏହା ଭଗବାନ ଶିବଙ୍କର ଏକ ଲୋକପ୍ରିୟ ମନ୍ଦିର । ଏହି ମନ୍ଦିରରେ ଭଗବାନ ଶିବଙ୍କର ୬୫ ଫୁଟ୍ ଉଚ୍ଚର ମହାନ ପ୍ରତିମା ଅଛି । ଶିବୋହମ୍ ଶିବ ମନ୍ଦିରରେ ମଧ୍ୟ ସର୍ବ ବୃହତ ଶିବଲିଙ୍ଗ ଫାଟକ ଅଛି । ଭଗବାନ ଶିବଙ୍କ ସହିତ ଭଗବାନ ଗଣେଶଙ୍କର ୩୨ ଫୁଟ ଉଚ୍ଚର ପ୍ରତିମା ମଧ୍ୟ ଅଛି । ବିଶ୍ୱାସ କରାଯାଏ ଯେ ଆପଣ ଏହି ଶିବ ମନ୍ଦିରକୁ ଯାଇ ଯାହା ମାଗନ୍ତି, ତାହା ନିଶ୍ଚିତ ଭାବରେ ପୂରଣ ହୁଏ ।

6/7

ମୁରୁଦେଶ୍ୱର, କର୍ଣ୍ଣାଟକ: ଉତ୍ତର କର୍ଣ୍ଣାଟକରେ ଅବସ୍ଥିତ ମୁରୁଦେଶ୍ୱରାରେ ଭଗବାନ ଶିବଙ୍କର ଦ୍ୱିତୀୟ ଉଚ୍ଚତମ ପ୍ରତିମା ରହିଛି, ଯାହା ମନ୍ଦିର ପଛରେ ଆରବ ସାଗର ସହିତ ଅତି ସୁନ୍ଦର ଭାବରେ ମନ ମୋହିଥାଏ । ଏହି ପ୍ରତିମୂର୍ତ୍ତି ନିକଟରେ ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ଏକ ୨୦ ମହଲା ମନ୍ଦିର ମଧ୍ୟ ନିର୍ମାଣ କରାଯାଇଛି । ଭକ୍ତ ଓ ପର୍ଯ୍ୟଟକଙ୍କୁ ଏହି ମହାନ ପ୍ରତିମୂର୍ତ୍ତିକୁ ଦେଖିବା ପାଇଁ ଏଠାରେ ଏକ ଲିଫ୍ଟ ମଧ୍ୟ ନିର୍ମାଣ କରାଯାଇଛି । ଲୋକମାନେ ଏହି ମୂର୍ତ୍ତିର ଦୃଶ୍ୟ ଦେଖିବାକୁ ଦୂରଦୂରାନ୍ତରୁ ଏଠାକୁ ଆସନ୍ତି ।

7/7

ସିଦ୍ଧେଶ୍ୱର ଧାମ, ସିକ୍କିମ୍: ସିଦ୍ଧେଶ୍ୱର ଧାମ ମନ୍ଦିର ସିକ୍କିମର ରାଜଧାନୀ ଗାଙ୍ଗଟୋକ ଠାରୁ ପ୍ରାୟ ୨ ଘଣ୍ଟା ଦୂରରେ ଅବସ୍ଥିତ । ଭଗବାନ ବିଷ୍ଣୁ, ଭଗବାନ କୃଷ୍ଣ, ଭଗବାନ ଜଗନ୍ନାଥ ଓ ଭଗବାନ ଶିବଙ୍କୁ ଉତ୍ସର୍ଗୀକୃତ ଚାରୋଟି ମନ୍ଦିର ଅଛି, ଯାହା ଉଚ୍ଚ ସୁନ୍ଦର ପର୍ବତ ଦ୍ୱାରା ଘେରି ରହିଛି । ବିସ୍ତାରିତ ପରିସରରେ ୧୨ ଟି ଜ୍ୟୋତିର୍ଲିଙ୍ଗ ଓ ଭଗବାନ ଶିବଙ୍କର ୧୦୮ ଫୁଟ ଉଚ୍ଚ ପ୍ରତିମା ମଧ୍ୟ ଏଠାରେ ଅଛି ।