Advertisement
photoDetails0hindi

Maha Shivratri 2023: ବଡ଼ ପରଦାରେ ଆର୍ବିଭାବ ହୋଇଥିଲେ ମହାଦେବ, ଦେଖନ୍ତୁ ଏହିସବୁ ଫିଲ୍ମର ତାଲିକା

ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ତେବେ ବଲିଉଡ଼ରେ କିଛି ଏଭଳି ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା ଯେଉଁଥିରେ ଦେବ ଦେବ ମହାଦେବଙ୍କ କଥାବସ୍ତୁ ବା ତାଙ୍କୁ ନେଇ କିଛି ଲୋକପ୍ରିୟ ସିନ୍ ରହିଥିଲା । ତେବେ ଚାଲନ୍ତୁ ଆଜିର ଏହି ପବିତ୍ର ଦିନରେ ଶିବଙ୍କ ଉପରେ ସର୍ମିପିତ କିଛି ବଲିଉଡ଼ ଫିଲ୍ମ ଉପରେ ଆଲୋଚନା କରିବା ।

1/5

ବାହୁବଲୀ- ଏସଏସ୍ ରାଜାମୌଲୀଙ୍କ ନିର୍ଦ୍ଦେଶନାରେ ତିଆରି ହୋଇଥିବା ସୁପରହିଟ୍ ଫିଲ୍ମ ବାହୁବଲୀକୁ ବେଶ ପସନ୍ଦ କରିଥିଲେ ଦର୍ଶକ । ସେ ସମୟରେ ବକ୍ସ ଅଫିସରେ ମଧ୍ଯ ଦମଦାର କଲେକସନ କରିଥିଲା ଏହି ଫିଲ୍ମ । ଏଥିରେ ଦେଖିବାକୁ ମିଳିଥିଲା ଯେ ପ୍ରଭାସ ଏକ ଶିବ ଲିଙ୍ଗକୁ ଉଠାଇ ନେଇ ଝରଣା କୂଳରେ ରଖୁଛନ୍ତି । ଏହି ସିନକୁ ବାହୁବଲୀର ସବୁଠୁ ଲୋକପ୍ରିୟ ସିନ୍ ବୋଲି କୁହାଯାଏ ।

2/5

ଶିବାୟ- ଏହି ଚଳଚ୍ଚିତ୍ରରେ ଅଭିନେତା ଅଜୟ ଦେବଗନ୍ ଜଣେ ପର୍ବତାରୋହୀ ଭୂମିକାରେ ଅଭିନୟ କରିଥିଲେ । ଫିଲ୍ମରେ ତାଙ୍କ ନାମ ଶିବାୟ ଥିଲା । ଏହି ଚଳଚ୍ଚିତ୍ରରେ ସେ ଭଗବାନ ଶିବଙ୍କ ଚରିତ୍ର ଦେଖାଇବାକୁ ଚେଷ୍ଟା କରିଥିଲେ। ଫିଲ୍ମରେ ଅଜୟ ଦେବଗନଙ୍କ ଛାତିରେ କରିଥିବା ଶିବଙ୍କ ଟାଟୁକୁ ଲୋକେ ବହୁତ ପସନ୍ଦ କରିଥିଲେ।

3/5

କେଦାରନାଥ- ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଓ ସୁଶାନ୍ତ ସିଂ ରାଜୁପତଙ୍କ ଅଭିନୀତ ଫିଲ୍ମ କେଦାରନାଥକୁ ଦର୍ଶକଙ୍କୁ ବହୁତ ପସନ୍ଦ କରିଥିଲେ। ଏହି ସିନେମାର କାହାଣୀ କେଦାରନାଥରେ ହୋଇଥିବା ଭୟଙ୍କର ବନ୍ୟାକୁ ନେଇ ଗତିଶୀଳ । ଏଥିରେ କେଦାରନାଥ ମନ୍ଦିର ଚର୍ତୁଦିଗକୁ ଫିଲ୍ମରେ ଦେଖାଯାଇଥିଲା ।

4/5

ବ୍ରହ୍ମାସ୍ତ୍ର- ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ 'ବ୍ରହ୍ମାସ୍ତ୍ର'ରେ ରଣବୀର କପୁର ଶିବଙ୍କ ଚରିତ୍ରରେ ଅଭିନୟ କରିଥିଲେ, ଯାହାର କିଛି ବିଶେଷ ଶକ୍ତି ଅଛି। ଏହି ଚଳଚ୍ଚିତ୍ରର ଲୋଗୋ ୨୦୧୯ ମସିହାରେ ପ୍ରୟାଗରାଜର କୁମ୍ବ ମେଳାରେ ମହାଶିବରାତ୍ରୀଙ୍କ ଉଦ୍ଦେଶ୍ୟରେ ଲଞ୍ଚ କରାଯାଇଥିଲା।

5/5

'ଓମଜି'(OMG)- ଏହି ଫିଲ୍ମରେ ସୁପରଷ୍ଟାର ଅକ୍ଷୟ କୁମାର ଭଗବାନ ଶିବଙ୍କ ଭୂମିକାରେ ନଜର ଆସିଥିଲେ । ଅକ୍ଷୟ କୁମାରଙ୍କ ଏହି ଲୁକକୁ ବେଶ ପସନ୍ଦ କରିଥିଲେ ଦର୍ଶକ ।