Mahesh Babu’s Daughter Sitara: ସାଉଥ ସୁପରଷ୍ଟାର ମହେଶ ବାବୁ (Mahesh Babu) ଅଧିକାଂଶ ସମୟରେ ନିଜର ଫିଲ୍ମ ପାଇଁ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ବର୍ତ୍ତମାନ ମହେଶ ବାବୁ ନିଜ ଝିଅ ସୀତାରା(Sitara) ପାଇଁ ଲାଇମ୍ ଲାଇଟ୍ କୁ ଆସିଛନ୍ତି ।
Mahesh Babu’s Daughter Sitara: ସୀତାରା ଟାଇମ୍ସ ସ୍କୋୟାର(TIMES SQUARE)ରେ ଦେଖାଦେବା ପ୍ରଥମ ଷ୍ଟାର୍କିଡ୍ ହୋଇପାରିଛନ୍ତି। ନିକଟରେ ଏକ ଅଳଙ୍କାର ବ୍ରାଣ୍ତ ପାଇଁ ଫଟୋ ସୁଟ୍ କରିଥିଲେ। ଯାହା ନ୍ୟୁୟର୍କର ଟାଇମ୍ସ ସ୍କୋୟାର(TIMES SQUARE)ରେ ପ୍ରକାଶିତ ହୋଇଛି। ୧୧ ବର୍ଷ ବୟସରେ ସେ ଯାହା କରିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।
1/5ସାଉଥ୍ ଇଣ୍ଡଷ୍ଟ୍ରିର ସୁପର୍ଷ୍ଟାର୍ ମହେଶ ବାବୁ ଏବଂ ବଲିଉଡ୍ର ପୂର୍ବତନ ଅଭିନେତ୍ରୀ ନମ୍ରତା ଶିରୋଦକରଙ୍କ ସୁନ୍ଦର ଝିଅ ସୀତାରା । ସୀତାରାଙ୍କୁ ପିଏମଜି ଜୁଏଲର୍ସ ପାଇଁ ଫଟୋ ସୁଟ୍ କରିଛନ୍ତି। ଏହି ବ୍ରାଣ୍ତ ତାଙ୍କୁ ବ୍ରାଣ୍ତ ଆମ୍ବାସେଡର କରିଛି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ଫଟୋ ସୁଟ୍ (jewellery Photo Shot) ପାଇଁ ସୀତାରା ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ପୁରା କୋଟିଏ ଟଙ୍କା (1 crore) ନେଇଛନ୍ତି । ଯାହା ଇଣ୍ତଷ୍ଟ୍ରିର ଜଣେ ନାମିଦାମୀ ଅଭିନେତ୍ରୀଙ୍କ ଫି ସହିତ ସମାନ ।
2/5ତେବେ, ଏଠାରେ ଆମେ ଆପଣଙ୍କୁ କହି ରଖୁଛୁ ଯେ, ସୀତାରାଙ୍କ ଏହି ଫଟୋସୁଟ୍ ଟାଇମ୍ସ ସ୍କୋୟାରରେ ଜୁଲାଇ ୪ରେ ପ୍ରଦର୍ଶିତ ହୋଇଥିଲା। ସେ ଏହା କରିବା ପାଇଁ ପ୍ରଥମ ଷ୍ଟାର କିଡ୍ ହୋଇଛନ୍ତି। ତାଙ୍କ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ୍ ହେବାରେ ଲାଗିଛି । ତେବେ, ଏହା ପୂର୍ବରୁ ସୀତାରାଙ୍କୁ ତାଙ୍କ ପିତା ମହେଶ ବାବୁଙ୍କ ଫିଲ୍ମ 'ସରକରୁ ବୀର ପାଟା'ର ଏକ ଗୀତରେ ଦେଖିବାକୁ ମିଳିଥିଲା।
3/5ତେବେ, ଝିଅର ଏହି ସଫଳତା ପରେ ମହେଶ ବାବୁ, ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ସୋସିଆଲ ମିଡିଆରେ ଝିଅର ଫଟୋ ଶେୟାର କରି ମହେଶ ବାବୁ ଲେଖିଛନ୍ତି ଯେ ସେ ତାଙ୍କର ୧୧ ବର୍ଷର ଝିଅ ସୀତାରା ପାଇଁ ଗର୍ବିତ। ଏବେ ବିଜ୍ଞାପନରୁ ପାଇଥିବା ଫିସ୍କୁ ନେଇ ସୀତାରା ଗଣମାଧ୍ୟମରେ ଚର୍ଚ୍ଚିତ।
4/5ସୀତାରାଙ୍କ ମା’ ନମ୍ରତା ଲେଖିଛନ୍ତି, ଟାଇମ୍ସ ସ୍କୋୟାରରେ କିଏ ଡେବ୍ୟୁ କରିଛି ଦେଖ! ମୁଁ ତୋ ପାଇଁ ଯେତେ ଆନନ୍ଦିତ ଏବଂ ଗର୍ବିତ ତାହାକୁ ଶବ୍ଦରେ ପ୍ରକାଶ କରିପାରିବି ନାହିଁ! ତୋର ସ୍ୱପ୍ନ ସାକାର ହେବା ଦେଖି ଅବିଶ୍ୱାସ ଲାଗୁଛି। ସବୁବେଳେ ଚମକୁଥାଆ, ମୋର ସୁପର୍ଷ୍ଟାର!"
5/5ସୋସିଆଲ ମିଡିଆରେ ସୀତାରା ମଧ୍ୟ ସବୁଠାରୁ ଲୋକପ୍ରିୟ ଷ୍ଟାର୍କିଡ୍। ଇନଷ୍ଟାଗ୍ରାମରେ ସୀତାରା ବହୁତ ସକ୍ରିୟ ଏବଂ ତାଙ୍କର ୧.୩ ମିଲିୟନ୍ ଫଲୋର୍ସ ଅଛନ୍ତି।