Advertisement
photoDetails0hindi

IPL Auction 2024: ମିଚେଲ ଷ୍ଟାର୍କ ଠାରୁ ଶାର୍ଦ୍ଦୁଲ ଠାକୁର ପର୍ଯ୍ୟନ୍ତ, ନିଲାମରେ ଏମାନଙ୍କ ଉପରେ ହେବ ଟଙ୍କା ବର୍ଷା

IPL Auction 2024: ଆଇପିଏଲ୍ ୨୦୨୪ ପାଇଁ ମିନି ଅକ୍ସନର ତାରିଖ ପାଖେଇ ଆସିଛି । ୧୯ ଡିସେମ୍ବରରେ ଦୁବାଇରେ ଏହି ନିଲାମ ଅନୁଷ୍ଠିତ ହେବ । ଏହି ନିଲାମରେ କିଏ ସବୁଠାରୁ ଦାମୀ ଖେଳାଳି ହୋଇପାରିନ୍ତି, ଏଠାରେ ଜାଣନ୍ତୁ...

 

1/6

ମିଚେଲ ଷ୍ଟାର୍କ ଦୀର୍ଘ ସମୟ ପରେ ଆଇପିଏଲ୍ କୁ ପର୍ତ୍ତ୍ୟାବର୍ତନ କରୁଛନ୍ତି । ତାଙ୍କର ମୂଳ ମୂଲ୍ୟ ଦୁଇ କୋଟି ଟଙ୍କା ରହିଛି । ଏହି ନିଲାମରେ ଦ୍ରୁତ ବୋଲରଙ୍କ ପାଇଁ ଫ୍ରାଞ୍ଚାଇଜ୍ ମଧ୍ୟରେ ଅନେକ ପ୍ରତିଯୋଗିତା ରହିଛି । ଏଭଳି ପରିସ୍ଥିତିରେ ଅଷ୍ଟ୍ରେଲୀୟ ଭେଟେରାନ ବୋଲର ନିଜ ମୂଳ ମୂଲ୍ୟଠାରୁ ଚାରି-ପାଞ୍ଚ ଗୁଣ ଅଧିକ ପାଇପାରିନ୍ତି ।

 

2/6

ବିଶ୍ୱକପ୍ ୨୦୨୩ ରେ ଭାରତୀୟ ଗ୍ରାଉଣ୍ଡରେ ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ରଚିନ୍ ରବିନ୍ଦ୍ରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପରେ ତାଙ୍କ ନାମ ଏହି ନିଲାମର ସବୁଠାରୁ ଦାମୀ ଖେଳାଳିଙ୍କ ମଧ୍ୟରେ ଅନ୍ତର୍ଭୂକ୍ତ ହେବ । ସେ ନିଜର ମୂଳ ମୂଲ୍ୟ ୫୦ ଲକ୍ଷ ଟଙ୍କା ରଖିଛନ୍ତି ।

 

3/6

ଏହି ନିଲାମ ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ ଦ୍ୱାରା ଭାରତୀୟ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କୁ ରିଲିଜ୍ କରାଯାଇଥିଲା । ବର୍ତ୍ତମାନ ଏହି ନିଲାମରେ ତାଙ୍କ ଉପରେ ଜୋରଦାର ବିଡ୍ ଲାଗିବ । ଦ୍ରୁତ ବୋଲିଂ ସହିତ ଶାର୍ଦ୍ଦୁଲ କିପରି କଠିନ ପରିସ୍ଥିତିରେ ଭଲ ବ୍ୟାଟିଂ କରିପାରନ୍ତି ତାହା ସମସ୍ତଙ୍କୁ ଜଣା । ଶାର୍ଦ୍ଦୁଲଙ୍କ ମୂଳ ମୂଲ୍ୟ ରହିଛି ୨ କୋଟି ଟଙ୍କା ।

 

4/6

ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଜେରାଲ୍ଡ କୋଟଜେ ବିଶ୍ୱକପ ୨୦୨୩ ରେ ଭାରତୀୟ ଗ୍ରାଉଣ୍ଡରେ ଅନେକ ୱିକେଟ୍ ନେଇଥିଲେ । ଏହି ନିଲାମରେ ସେ ଏହି ପ୍ରଦର୍ଶନର ଲାଭ ପାଇବେ ନିଶ୍ଚିତ । କୋଟେଜୀଙ୍କ ମୂଳ ମୂଲ୍ୟ ମଧ୍ୟ ୨ କୋଟି ଟଙ୍କା ରହିଛି ।

 

5/6

ଭାରତୀୟ ଫାଷ୍ଟ ବୋଲର ହର୍ଷଲ ପଟେଲଙ୍କୁ ଏଥର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ରିଲେଜ୍ କରିଛି । ହର୍ଷଲଙ୍କ ମୂଳ ମୂଲ୍ୟ ହେଉଛି ୨ କୋଟି ଟଙ୍କା ରହିଛି । କେତେକ ଫ୍ରାଞ୍ଚାଇଜ୍ ବିଶେଷଜ୍ଞ ଫାଷ୍ଟ ବୋଲରଙ୍କ ଅଭାବକୁ ବିଚାରକୁ ନେଇ, ହର୍ଷଲ ପଟେଲଙ୍କ ପାଇଁ ନିଶ୍ଚିତ ଭାବରେ ଅଧିକ ବିଡିଂ କରି ନେବାର ସମ୍ଭାବନା ଅଛି ।

 

6/6

ଏହି ନିଲାମ ପୂର୍ବରୁ ଆରସିବି ୱାନିନ୍ଦୁ ହସାରଙ୍ଗାଙ୍କୁ ମଧ୍ୟ ରିଲିଜ୍ କରିଥିଲା । ଏହା ଏକ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ଥିଲା କାରଣ ୱାନିନ୍ଦୁ ଆରସିବି ପାଇଁ ଜଣେ ସଫଳ ବୋଲର ଥିଲେ । ସେ ଏମ ଚିନ୍ନାସ୍ୱାମୀଙ୍କ ଭଳି ବ୍ୟାଟିଂ ୱିକେଟରେ ମଧ୍ୟ ୱିକେଟ୍ ନେବାରେ ସଫଳ ହୋଇଛନ୍ତି । ଏଭଳି ପରିସ୍ଥିତିରେ, ଏହି ନିଲାମରେ ଏହି ସ୍ପିନ୍ ଅଲରାଉଣ୍ଡରଙ୍କୁ ବହୁତ ଅଧିକ ମୂଲ୍ୟ ମିଳିବାର ସମ୍ଭାବନା ରହିଛି ।