Advertisement
Photo Details/zeeodisha/odisha1528384
photoDetails0hindi

Team India: କେବଳ ରାହୁଲ ନୁହଁନ୍ତି, ଟିମ୍ ଇଣ୍ଡିଆର ଏହି ଷ୍ଟାର ଅଲରାଉଣ୍ଡର ମଧ୍ୟ ହେବାକୁ ଯାଉଛନ୍ତି ବର, BCCI ଦେଲା ଛୁଟି

Team India: ଭାରତର ତାରକା ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଓ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହ ଖବର ଦୀର୍ଘ ଦିନ ଧରି ଚାଲିଆସୁଛି । ଖବର ଅନୁସାରେ କେବଳ ରାହୁଲ ନୁହଁନ୍ତି, ଟିମ୍ ଇଣ୍ଡିଆର ଅନ୍ୟ ଜଣେ ଖେଳାଳି ବିବାହ କରିବାକୁ ଯାଉଛନ୍ତି ।

1/6

Team India: ଭାରତର ତାରକା ବ୍ୟାଟ୍ସମ୍ୟାନ୍ କେ.ଏଲ୍ ରାହୁଲ ଓ ଅଭିନେତ୍ରୀ ଆଥିଆ ଶେଟ୍ଟୀଙ୍କ ବିବାହ ଖବର ଦୀର୍ଘ ଦିନ ଧରି ଚାଲିଆସୁଛି । ଖବର ଅନୁସାରେ କେବଳ ରାହୁଲ ନୁହଁନ୍ତି, ଟିମ୍ ଇଣ୍ଡିଆର ଅନ୍ୟ ଜଣେ ଖେଳାଳି ବିବାହ କରିବାକୁ ଯାଉଛନ୍ତି ।

2/6

ଟିମ୍ ଇଣ୍ଡିଆର ଦୁଇ କ୍ରିକେଟଙ୍କୁ ଖୁବ ଶୀଘ୍ର ବର ରୂପେ ଦେଖିବାକୁ ମିଳିବ । କେ.ଏଲ୍ ରାହୁଲଙ୍କ ବିବାହ ଖବର ଗତ ବର୍ଷ ଠାରୁ ଚାଲିଆସୁଛି । ତେବେ ଟିମ୍ ଇଣ୍ଡିଆର ଆଉ ଜଣେ ଖେଳାଳି ଅଛନ୍ତି, ଯିଏ ମଧ୍ୟ ଏହି ସମୟରେ ବିବାହ କରିବାକୁ ଯାଉଛନ୍ତି । ଆମେ ଭାରତର ଷ୍ଟାର ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ବିଷୟରେ କହୁଛୁ, ଯିଏ ଖୁବ୍ ଶୀଘ୍ର ନିଜର ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । (Axar Patel Instagram)

3/6

ଅକ୍ଷର ପଟେଲ ଚଳିତ ମାସରେ ତାଙ୍କ ଗାର୍ଲଫ୍ରେଣ୍ଡ ମେହା ପଟେଲଙ୍କୁ ବିବାହ କରିବେ । ଏହି କାରଣରୁ ବିସିସିଆଇ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଘରୋଇ ଦିନିକିଆ ଓ ଟି-୨୦ ସିରିଜରୁ ଛୁଟି ଦେଇଛି । ଦଳ ଘୋଷଣା କରିବାବେଳେ ବୋର୍ଡ କହିଛି ଯେ ପାରିବାରିକ କାରଣରୁ ଅକ୍ଷୟ ଏହି ସିରିଜ ପାଇଁ ଉପଲବ୍ଧ ନଥିଲେ । 

4/6

ଅକ୍ଷର ଦୀର୍ଘ ଦିନ ଧରି ମେହାଙ୍କୁ ଡେଟ କରୁଥିଲେ । ଗତ ବର୍ଷ, ତାଙ୍କ ଜନ୍ମଦିନ (ଜାନୁଆରୀ ୨୦) ଅବସରରେ ସେ ମେହାଙ୍କୁ ଏକ ରୋମାଣ୍ଟିକ୍ ଢଙ୍ଗରେ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ । ସେ ନିଜେ ତାଙ୍କ ପ୍ରଶଂସକମାନଙ୍କ ସହ ଏକ ଫଟୋ ସେୟାର କରି ଏ ବିଷୟରେ କହିଥିଲେ । 

5/6

ଅକ୍ଷାର ପଟେଲଙ୍କ ଭାବି ପତ୍ନୀ ମେହା ଜଣେ ପ୍ରୋଫେସନାଲ ଡାଏଟସେନ ଓ ନ୍ଯୁଟ୍ରିନିଷ୍ଚ ଅଟନ୍ତି । ଏଭଳି ପରିସ୍ଥିତିରେ ସେ ଅକ୍ଷରଙ୍କ ଡାଏଟର ମଧ୍ୟ ଯତ୍ନ ନିଅନ୍ତି । ଏହା ବ୍ୟତୀତ ସେ ଟ୍ରାଭେଲ କରିବାକୁ ମଧ୍ୟ ବହୁତ ପସନ୍ଦ କରନ୍ତି । ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅକ୍ଷରଙ୍କ ସହ ଅନେକ ଫଟୋ ଅଛି । 

6/6

ମେହାଙ୍କ ପ୍ରେମକୁ ସହଜରେ ଜାଣିହେବ କାରଣ, ତାଙ୍କ ବାହୁରେ ଏକ ଟାଟୁ ଅଛି ଯେଉଁଥିରେ 'AKSH' ଲେଖା ଅଛି । ଏହି ଅକ୍ଷରଗୁଡ଼ିକ ପଟେଲଙ୍କ ନାମର ପ୍ରାରମ୍ଭିକ ଅକ୍ଷର । ମେହା ଆଇପିଏଲ୍ ମ୍ୟାଚ୍ ର ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ଅକ୍ଷରକୁ ଚିୟର କରୁଥିଥିବା ନଜର ଆସୁଛନ୍ତି ।