Advertisement
Photo Details/zeeodisha/odisha2481018
photoDetails0hindi

October 21 Financial Horoscope: ସପ୍ତାହର ପ୍ରଥମ ଦିନରୁ ବିଗିଡ଼ିଯିବ ଆର୍ଥିକ ସ୍ଥିତି, ଆୟ ଠାରୁ ହେବ ବ୍ୟୟ ଅଧିକ

October 21 Financial Horoscope: ଅକ୍ଟୋବର ୨୧ ତାରିଖ ସୋମବାର ରୋହିଣୀ ନକ୍ଷତ୍ରରେ ସର୍ବର୍ଥ ସିଦ୍ଧି ଯୋଗର ଶୁଭ ସଂଯୋଗ ହେବାକୁ ଯାଉଛି। ଏହି ଶୁଭ ଯୋଗରେ କନ୍ୟା ଓ ମିଥୁନ ରାଶି ସମେତ ୫ଟି ରାଶିର ବ୍ୟକ୍ତିଙ୍କୁ ଟିକେ ସମସ୍ୟା ଦେଇ ଗତି କରିବାକୁ ପଡ଼ିବ ଏବଂ ଆପଣଙ୍କଦିନ ସଫଳତା ସହ ବିଫଳତା ଅର୍ଥାତ୍ ମିଶ୍ରିତ ଭାବେ କଟିବ। ଆପଣଙ୍କର ଅଟକି ରହିଥିବା କାମ ପୂରା ହେବ ହେଲେ ଏଥିପାଇଁ ଟିକେ ଅଧିକ କଷ୍ଟ କରିବାକୁ ପଡ଼ିବ। ତେବେ ଆସନ୍ତୁ ଜାଣିବା ୫ଟି ରାଶି ବିଷୟରେ ସବୁକିଛି।

1/5
ମିଥୁନ ରାଶି ପାଇଁ ଲାଭ ଯୋଗ ରହିଛି । ପିତାଙ୍କ ଆଶୀର୍ବାଦ ଓ ଉଚ୍ଚ ଅଧିକାରୀଙ୍କ କୃପାରୁ ସମ୍ମାନ ପାଇବେ। କିଛି ମୂଲ୍ୟବାନ ଜିନିଷ କିଣିପାରନ୍ତି। ସମ୍ପତ୍ତି ପାଇବାର ଇଚ୍ଛା ପୂରଣ ହେବ ଓ ମନ ପ୍ରସନ୍ନ ରହିବ। ସୋମବାର ଅଧିକ ବ୍ୟସ୍ତତା ରହିବ, ଅଯଥା ଖର୍ଚ୍ଚରୁ ଦୂରେଇ ରୁହନ୍ତୁ। ସନ୍ଧ୍ୟାରେ ଗାଡି ଚଳାଇବା ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଏହି ସମୟରେ ସତର୍କ ରୁହନ୍ତୁ। ପଡ଼ୋଶୀଙ୍କ ସହ ବିବାଦ ଦେଖାଦେଇପାରେ।

 

 

2/5

କନ୍ୟା ରାଶିର ଲୋକମାନେ ସୋମବାର କ୍ୟାରିୟରରେ ଲାଭବାନ ହେବେ ଏବଂ ଭାଗ୍ୟ ଆପଣଙ୍କୁ ସହଯୋଗ କରିବ। ସମ୍ପର୍କୀୟଙ୍କଠାରୁ ଖୁସି ପାଇବେ। ପାରିବାରିକ ଶୁଭ କାର୍ଯ୍ୟ ସମ୍ପନ୍ନ ହେବାରେ ଖୁସି ରହିବେ। ସୃଜନଶୀଳ କାର୍ଯ୍ୟରେ ଆଗ୍ରହ ଅନୁଭବ କରିବେ। ପ୍ରତିକୂଳ ପରିସ୍ଥିତି ଉପୁଜିଲେ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ ଏବଂ ଅନ୍ୟମାନଙ୍କ ସମ୍ମୁଖରେ ନିଜର ଭାବନା ପ୍ରକାଶ କରନ୍ତୁ ନାହିଁ। ସରକାରୀ ଜମିଜମା ବିବାଦରେ ବିଫଳ ହେବେ । ଅଯଥା ଖର୍ଚ୍ଚାନ୍ତ ହେବେ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ଲାଗିରହିବ। 

3/5

ଧନୁ ରାଶିର ଲୋକମାନେ ସୋମବାର କ୍ୟାରିୟର କ୍ଷେତ୍ରରେ ଲାଭବାନ ହେବେ ଏବଂ ପରିବାର ସଦସ୍ୟଙ୍କ ସହ ସପିଂ କରିବାକୁ ଯାଇପାରନ୍ତି। ସାଂସାରିକ ସୁଖ ଉପଭୋଗ କରିବାର ମାଧ୍ୟମ ବୃଦ୍ଧି ପାଇବ। ସହକର୍ମୀଙ୍କ ସହ ବିବାଦ ର ସମ୍ମୁଖୀନ ହେବାକୁ ପଡିପାରେ ଯାହା ଉତ୍ତେଜନା ବଢାଇପାରେ । ଟଙ୍କା କାରବାରରେ ସତର୍କ ରହିବା ଭଲ, ନଚେତ୍ ଆପଣଙ୍କ ଟଙ୍କା ଅଟକି ଯାଇପାରେ। ଦିନରେ ଆପଣଙ୍କୁ ସରକାରୀ କାର୍ଯ୍ୟ କିମ୍ବା କୋର୍ଟ-ଅଦାଲତକୁ ଯିବାକୁ ପଡିପାରେ ଯେଉଁଥିରେ ଆପଣଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିବ। କୌଣସି ମୂଲ୍ୟବାନ ଜିନିଷ ଚୋରି କିମ୍ବା ହଜିଯାଇପାରେ।

4/5

କୁମ୍ଭ ରାଶି ପାଇଁ ଦିନଟି ଲାଭଦାୟକ, କିନ୍ତୁ ଆପଣଙ୍କୁ ସବୁକାମ ପାଇଁ ଦୌଡ଼ିବାକୁ ପଡ଼ିପାରେ। ହଠାତ୍ ଆପଣଙ୍କୁ ଅଧିକ ଖର୍ଚ୍ଚର ସମ୍ମୁଖୀନ ହେବାକୁ ପଡିପାରେ । ଯେକୌଣସି ସମ୍ପତ୍ତି ର ବିକ୍ରୟ ଓ କ୍ରୟ ସମୟରେ ଏହାର ସମସ୍ତ ଆଇନଗତ ଦିଗକୁ ଭଲ ଭାବରେ ଯାଞ୍ଚ କରନ୍ତୁ । ସନ୍ଧ୍ୟାରେ ଆପଣଙ୍କୁ ଲାଭ ମିଳିବ ଏବଂ ପରିବାର ସଦସ୍ୟଙ୍କ ସହିତ ଆରାମରେ କିଛି ସମୟ ବିତାଇବେ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ । ବାହାର ଖାଦ୍ୟ ଖାଇବା ଠାରୁ ଦୂରେଇ ରୁହନ୍ତୁ ନଚେତ୍ ପେଟ ଜନିତ ସମସ୍ୟା ଦେଖାଦେବ ଯେଉଁଥିରେ ଅଯଥା ଖର୍ଚ୍ଚାନ୍ତ ର ସମ୍ମୁଖୀନ ହେବେ।

5/5
ମୀନ ରାଶିର ଲୋକମାନେ ସୋମବାର ଲାଭବାନ ହେବେ ଏବଂ ଆପଣଙ୍କ ବୈବାହିକ ଜୀବନ ଖୁସିରେ କଟିବ । ଆପଣଙ୍କୁ ନିକଟସ୍ଥ ଭ୍ରମଣରେ ଯିବାକୁ ପଡିପାରେ ଯେଉଁଥିରେ ଆପଣଙ୍କୁ ଲାଭ ମିଳିବ । ବ୍ୟବସାୟରେ ଉନ୍ନତି ହେତୁ ମନରେ ପ୍ରସନ୍ନତା ଦେଖାଦେବ। ବିଦ୍ୟାର୍ଥୀମାନେ ମାନସିକ ଓ ବୌଦ୍ଧିକ ଭାରରୁ ମୁକ୍ତି ପାଇବେ। ସନ୍ଧ୍ୟାରେ କୌଣସି ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିପାରେ ଯାହା ଫଳରେ ମନ ମଧ୍ୟ ଅଶାନ୍ତ ରହିବ। ଦୂରଯାତ୍ରାରୁ ଦୂରେି ରୁହନ୍ତୁ ନଚେତ୍ କିଛି ସମସ୍ୟା ଘଟିପାରେ।      (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)