Advertisement
Photo Details/zeeodisha/odisha2463298
photoDetails0hindi

October 8 Financial Horoscope: ସୁଧୁରିବ ନା ବିଗିଡ଼ିବ ଆର୍ଥିକ ସ୍ଥିତି, ଜାଣନ୍ତୁ କେମିତି ରହିବ ମଙ୍ଗଳବାର?

October 8 Financial Horoscope : ଅକ୍ଟୋବର ୮ ତାରିଖ ମଙ୍ଗଳବାର ପ୍ରଭୁ ହନୁମାନଙ୍କ ଆଶୀର୍ବାଦରେ ବୃଷ ରାଶି ସମେତ ୪ଟି ରାଶିର ଲୋକଙ୍କୁ ପ୍ରଚୁର ଲାଭ ମିଳିବ। ମଙ୍ଗଳବାର ଦିନଟି ଆପଣଙ୍କ ପାଇଁ ଭାଗ୍ୟଶାଳୀ ରହିବ ଏବଂ ଆପଣ ଖୁସି ଅନୁଭବ କରିବେ । ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ତେବେ ଆସନ୍ତୁ ଜାଣିବା ଆସନ୍ତାକାଲି ଆର୍ଥିକ ସ୍ଥିତି ଅନୁସାରେ କେମିତି କଟିବ ମଙ୍ଗଳବାର।

1/5
ବୃଷ ରାଶି ଆର୍ଥିକ ଦୃଷ୍ଚିରୁ ବୃଷ ରାଶିର ବ୍ୟକ୍ତିଙ୍କ ପାଇଁ ମଙ୍ଗଳବାର ଦିନଟି ଭଲ ରହିବ । ଆପଣ ହଠାତ୍ କେଉଁଠାରୁ ବିପୁଳ ପରିମାଣର ଅର୍ଥ ପାଇ ଖୁସି ହେବେ। ମଧ୍ୟାହ୍ନ ସୁଦ୍ଧା କୌଣସି ଶୁଭ ଖବର ପାଇ ଖୁସି ହେବେ ଏବଂ ଆପଣଙ୍କ ଆନନ୍ଦ ବୃଦ୍ଧି ହେତୁ ଆପଣଙ୍କ ମନ ପ୍ରସନ୍ନ ରହିବ । ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବାର ଆବଶ୍ୟକତା ରହିଛି । ଅଟକିରହିଥିବା କାମ ପୂରା ହେବ।      Also Read: Vijaya Dashami 2024: ଦଶହରାରେ ଏସବୁ କାର୍ଯ୍ୟରୁ ରୁହନ୍ତୁ ଦୂରେଇ, ନଚେତ୍ ଜୀବନସାରା ରହିବେ ଦୁଃଖରେ!     Also Read: Shukra Gochar: ବିଛା ରାଶିରେ ଶୁକ୍ରଙ୍କ ଶୁଭ ଚଳନ, ଏହିସବୁ ରାଶି ହେବେ ବଡ଼ ଭାଗ୍ୟବାନ !

2/5
କର୍କଟ ରାଶି କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ବହୁତ ଭଲରେ କଟିବ। ବ୍ୟବସାୟରେ ଉନ୍ନତି ସହିତ ସଫଳତା ମିଳିବ। ହଠାତ୍ ବିପୁଳ ପରିମାଣର ଅର୍ଥ ପାଇ ଆପଣ ଖୁସି ହେବେ ଏବଂ ଆପଣଙ୍କ ଯୋଜନାର ସଫଳତାରେ ଆପଣଙ୍କ ମନ ଖୁସି ରହିବ । ଆପଣଙ୍କର ପାଣ୍ଠି ବୃଦ୍ଧି ହେବ ଏବଂ ଆପଣଙ୍କ ଆର୍ଥିକ ଯୋଜନାର ସଫଳତାରେ ମନ ବହୁତ ଖୁସି ରହିବ । ଅଲଗା ଅଲଗା ଉତ୍ସରୁ ଅର୍ଥର ପ୍ରାପ୍ତି ଯୋଗ ରହିଛି। 

3/5
ସିଂହ ରାଶି ସିଂହ ରାଶିର ଲୋକମାନଙ୍କ ପାଇଁ ମଙ୍ଗଳବାର ଦିନଟି ଶୁଭ ରହିବ ଏବଂ ଆପଣଙ୍କ ଯୋଜନାର ସଫଳତାରେ ମନ ବହୁତ ଖୁସି ରହିବ । ରାଜନୀତି କ୍ଷେତ୍ରରେ ସଫଳତା ପାଇବେ ଓ ମନ ବହୁତ ଖୁସି ରହିବ। ଆର୍ଥିକ ସ୍ଥିତି ଦୃଷ୍ଟିରୁ ଦିନଟି ଖୁବ୍ ଭଲ ରହିବ। ଅଟକି ରହିଥିବା ଟଙ୍କା ଫେରିପାଇବେ। ଋଣ ଦେବା ପୂର୍ବରୁ ଭାବିଚିନ୍ତି ଦିଅନ୍ତୁ। 

4/5
ତୂଳା ରାଶି ତୁଳା ରାଶିର ଲୋକମାନଙ୍କ ପାଇଁ ଦିନଟି ଲାଭ ଓ ସମ୍ମାନରେ ପରିପୂର୍ଣ୍ଣ ରହିବ। ଆର୍ଥିକ ଦୃଷ୍ଟିରୁ ଦିନଟି ଆପଣଙ୍କ ପାଇଁ ଖୁବ ଭଲ ରହିବ। ପକେଟ ପରିପୂର୍ଣ୍ଣ ରହିବ।   କରିଥିବା ଯୋଜନାରେ ସଫଳତା ହାସଲ କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଗାଡ଼ି କିମ୍ବା ଜମି କିଣାର ଯୋଗ ରହିଛି। ଆପଣଙ୍କର ପାଣ୍ଠି ବୃଦ୍ଧି ହେବ।

5/5
ମକର ରାଶି ଆର୍ଥିକ ଦୃଷ୍ଟିରୁ ମକର ରାଶିର ବ୍ୟକ୍ତିଙ୍କ ପାଇଁ ଦିନଟି ଲାଭଦାୟକ ରହିବ ଏବଂ ବ୍ୟବସାୟ କ୍ଷେତ୍ରରେ ଦିନଟି ଲାଭଦାୟକ ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ ଏବଂ ବ୍ୟବସାୟରେ ପରିବର୍ତ୍ତନ ଦ୍ୱାରା ଆପଣଙ୍କୁ ଲାଭ ମିଳିବ । ଗାଡି ବ୍ୟବହାର କରିବା ସମୟରେ ସାବଧାନ ରୁହନ୍ତୁ ଏବଂ ଗାଡିର ଆକସ୍ମିକ ବିଭ୍ରାଟ ଆପଣଙ୍କ ଖର୍ଚ୍ଚ ବଢାଇପାରେ। ଅନ୍ୟ ଉତ୍ସରୁ ଟଙ୍କା ପ୍ରାପ୍ତ ହେବ। ଜୀବନସାଥୀଙ୍କ ଠାରୁ ସାହାଯ୍ୟ ପାଇବେ।    (Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଏହି ସୂଚନାକୁ ନେଇ ଜୀ ଓଡ଼ିଶା ନ୍ୟୁଜ ପୁଷ୍ଟି କରେନାହିଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)