Advertisement
Photo Details/zeeodisha/odisha1694346
photoDetails0hindi

Sapna Choudhary Love story: “ଆଜି ମଙ୍ଗନ କାଲି ବାହାଘର”, କିଛି ଏପରି ଥିଲା ସପନା ଚୌଧୁରୀଙ୍କ ଲଭ ଷ୍ଟୋରୀ

Sapna Choudhary love story: ହରିୟାନଭି ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ନୃତ୍ୟ ଶିଳ୍ପୀ ସପନା ଚୌଧୁରୀଙ୍କୁ କିଏ ବା ନ ଜାଣେ । ମଚ୍ଚ ଉପରେ ଦର୍ଶକଙ୍କୁ ନିଜ ଡାନ୍ସରେ ମତୁଆଲା କରିଥାଆନ୍ତି ସପନା । ତେବେ ଲକ୍ଷ ଲକ୍ଷ ପ୍ରସଂଶକଙ୍କ ହୃଦୟରେ ନିଜର ସ୍ବତନ ସ୍ଥାନ ସୃଷ୍ଟି କରିଥିବା ସପନାଙ୍କ ପ୍ରେମ କାହାଣୀ ମଧ୍ଯ ବେଶ ରୋମାଞ୍ଚକର ଅଟେ । ତେବେ ଆଜି ଆସନ୍ତୁ ଆଲୋଚନା କରିବା କିପରି ହୋଇଥିଲା ସ୍ବାମୀ ବୀର ସାହୁଙ୍କ ସହ ସପନାଙ୍କ ବିବାହ ।

1/5

ସପନା ଚୌଧୁରୀ ଲୁଚି ଲୁଚି ବୀର ସାହୁଙ୍କୁ ବିବାହ କରିଥିଲେ । ବିବାହ ନେଇ କାହାକୁ ମଧ୍ୟ ଖବର ନଥିଲା । ଏମିତି କି, ପରିବାର ସଦସ୍ୟଙ୍କ ଠାରୁ ମଧ୍ଯ ବିବାହ ଲୁଚାଇ ରଖିଥିଲେ ସପନା।

2/5

ଏକ ୟୁଟ୍ୟୁବ ଚ୍ୟାନେଲକୁ ସାକ୍ଷାତକାର ଦେଇ ସପନା କହିଥିଲେ ଯେ, ସେ ବୀର ସାହୁଙ୍କୁ ପ୍ରେମ ବିବାହ କରିଥିଲେ ।

3/5

ଯେଉଁ ଦିନ ବୀର ସପନାଙ୍କୁ ପ୍ରପୋଜ କରିଥିଲେ ତା ପରଦିନ ହିଁ ଦୁହେଁ ବିବାହ କରିଥିଲେ।

4/5

ସେ ଆଉ ମଧ୍ୟ କହିଥିଲେ ଯେ, ଉଭୟଙ୍କ ପରିବାର ସଦସ୍ୟ ମଧ୍ଯ ଏନେଇ ଅବଗତ ନଥିଲେ । ମା’ଙ୍କ ବିନା ଅନୁମତିରେ ସପନା ବୀର ସାହୁଙ୍କୁ ବିବାହ କରିଥିଲେ। ବିବାହ ପରେ ସେ ପରିବାର ଲୋକଙ୍କୁ ଏନେଇ ଜଣାଇଥିଲେ।

5/5

ଯେତେବେଳେ ସପନା ବୀରଙ୍କ ସନ୍ତାନର ମାଆ ହୋଇଥିଲେ, ସେତେବେଳେ ଏହା ଉପରୁ ପରଦା ଉଠିଥିଲା ।