Advertisement
photoDetails0hindi

Ishan kishan Net Worth: ଦିନେ ଭୋକିଲେ ଶୋଉଥିଲେ ଆଜି ଏତିକି କୋଟିର ମାଲିକ..

Ishan kishan: ଆସନ୍ତା ମାସରେ ଇଂଲଣ୍ଡରେ ଖେଳାଯିବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ଆଇସିସି ଟେଷ୍ଟ ଚାମ୍ପିୟନସିପରେ ନିଜର ଟେଷ୍ଟ ମ୍ୟାଚ୍ ଡେବ୍ୟୁ କରିବେ ଇଶାନ୍ କିଶାନ୍ । ବିସିସିଆଇ ଏହି ଯୁବ ୱିକେଟ୍ କିପରଙ୍କ ଉପରେ ବିଶ୍ୱାସ କରିଛି। ସେପଟେ ଅନେକ ରାତିରେ ଭୋକିଲା ଥିବା ଏହି କ୍ରିକେଟରଙ୍କ ପାଖରେ ରହିଛି ବିଳାସପୂର୍ଣ୍ଣ ଘର ଓ ଗାଡ଼ି ।

1/5

୨୪ ବର୍ଷୀୟ ଇଶାନ୍ କିଶାନ ମାତ୍ର ୧୨ ବର୍ଷ ବୟସରେ ପାଟନା ଛାଡ଼ି ରାଞ୍ଚି ଆସିଥିଲେ । ଯେତେବେଳେ ସେ ରାଞ୍ଚି କ୍ରିକେଟ୍ ଟୁର୍ନାମେଣ୍ଟ ପାଇଁ ଇଶାନ୍ ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ଦଳରେ ମନୋନୀତ ହୋଇଥିଲେ, ସେ ସମୟରେ ଇଶାନ ଚାରି ଜଣ ବୟସ୍କଙ୍କ ଖେଳାଳିଙ୍କ ସହ ଗୋଟିଏ କୋଠରୀରେ ରହୁଥିଲେ । ସମସ୍ତ ଏକାଠି ରୋଷେଇ କରୁଥିଲେ, କିନ୍ତୁ ଯେତେବେଳେ ସେମାନେ ମ୍ୟାଚ୍ ଖେଳିବାକୁ ଯାଉଥିଲେ ସେ ସମୟରେ ଇଶାନଙ୍କୁ ଅନେକ ରାତି ଭୋକିଲା ଶୋଇବାକୁ ପଡୁଥିଲା ।

2/5

ୱେବସାଇଟ୍ ନଲେଜ୍ ଡ଼ଟ୍ କମ୍ ଅନୁଯାୟୀ, ଝାଡଖଣ୍ଡ ପାଇଁ ଘରୋଇ କ୍ରିକେଟ୍ ଖେଳୁଥିବା ଇଶାନ୍ କିଶାନଙ୍କ ମୋଟ ନେଟ ୱର୍ଥ ପ୍ରାୟ ୬୦ କୋଟି ଟଙ୍କା ଅଟେ। ଆଇପିଏଲରେ ତାଙ୍କର ବାର୍ଷିକ ଦରମା ୧୫.୨୫ କୋଟି ଟଙ୍କା ଅଟେ ।

3/5

ଇଶାନ କିଶନ ମହେନ୍ଦ୍ର ସିଂ ଧୋନିଙ୍କୁ ତାଙ୍କର ଆଦର୍ଶ ବୋଲି ମାନନ୍ତି। ଇଶାନ୍ କିଶାନଙ୍କ ମାସିକ ଆୟ ପ୍ରାୟ ୧.୨ କୋଟି ଅଟେ। ୱେବସାଇଟ୍ ଅନୁଯାୟୀ, ୨୦୨୨ ମସିହାରେ ତାଙ୍କର ମୋଟ ସମ୍ପତ୍ତି ୪୫ କୋଟି ଥିଲା।

4/5

୨୦୧୬ ଓ ୨୦୧୭ ମସିହାରେ ଇଶାନ କିଶନ ଆଇପିଏଲରେ ଗୁଜରାଟ ଲାୟନ୍ସ ପକ୍ଷରୁ ଖେଳୁଥିଲେ । ସେ ସମୟରେ ଫ୍ରାଞ୍ଚାଇଜ୍ ତାଙ୍କୁ ୩୫ ଲକ୍ଷ ଟଙ୍କାରେ କିଣିଥିଲା । ଏହାପରେ ୨୦୧୮ ମସିହାରେ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳୁଛନ୍ତି । ୨୦୧୮ ମସିହାରେ ଦଳ ତାଙ୍କୁ ୬ କୋଟି ୨୦ ଲକ୍ଷ ଟଙ୍କାରେ କିଣିଥିବା ବେଳେ ୨୦୨୨ ଓ ୨୦୨୩ ମସିହାରେ ୧୫.୨୫ କୋଟିରେ କିଣିଛି ।

5/5

କ୍ରିକେଟ୍ ବ୍ୟତୀତ ଇଶାନ୍ କିଶନ ଅନେକ ବିଜ୍ଞାପନରୁ ମଧ୍ୟ କୋଟି କୋଟି ଟଙ୍କା ଆୟ କରିଥାଆନ୍ତି।