Advertisement
Photo Details/zeeodisha/odisha1623767
photoDetails0hindi

Skin Care Tips: ତ୍ବଚାରେ ଚମକ ଆଣିବା ପାଇଁ ଲଗାନ୍ତୁ ବେସନରେ ପ୍ରସ୍ତୁତ ଏହି ୫ଟି ଫେସପ୍ୟାକ୍, କମିବ ଦାଗ ଦୂର ହେବ ଟ୍ୟାନିଂ

Skin Care Tips: ଭାରତୀୟ ମାନଙ୍କ ଘରେ ମଇଦା ଓ ବେସନରେ ବହୁ ସୁସ୍ବାଦ ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଖାଲି ଖାଦ୍ୟ କାହିଁକି ବେସନକୁ ତ୍ବଚାର ଯତ୍ନ ନେବା ଲାଗି ମଧ୍ଯ ବ୍ୟବହାର କରାଯାଇଥାଏ । ବେସନରେ ତିଆରି ଫେସପ୍ୟାକ୍ ମୁହଁରୁ ଟ୍ୟାନିଂ ହଟାଇବା ସହ ତେଲିଆପଣକୁ ଦୂର କରିଥାଏ, ମୃତ ଚର୍ମ କୋଷଗୁଡ଼ିକୁ ବାହାର କରି ତ୍ବଚାର ଗ୍ଲୋ ଆଣିଥାଏ ।

1/5

ବେସନ ଓ ମହୁ ଫେସପ୍ୟାକ୍ ତ୍ବଚାରେ ଉଜ୍ଜ୍ୱଳତା ଆଣିବା ପାଇଁ ଏହି ଫେସପ୍ୟାକ୍ ପ୍ରସ୍ତୁତ କରି ଲଗାନ୍ତୁ । ଏକ ପାତ୍ରରେ ୨ ଚାମଚ ବେସନ ଗୋଟିଏ ଚାମଚ ମହୁ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ ।  ଏହାପରେ, ଏହି ଫେସପ୍ୟାକ୍କୁ ଲଗାଇ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ ।

2/5

ବେସନ ନିମ୍ବ ପତ୍ର ପେଷ୍ଟ ଫେସପ୍ୟାକ୍ -  ନିମ୍ବ ପତ୍ରକୁ ଖରାରେ ଶୁଖାଇବା ପରେ ଏହାକୁ ଗୁଣ୍ତ କରନ୍ତୁ । ଏଥିରେ ଏକ ଚାମଚ ବେସନ ଟିକେ ଗୋଲାପ ଜଳ ମିଶାନ୍ତୁ । ଏହାକୁ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଲଗାଇ ରଖନ୍ତୁ, ଏହାପରେ ମୁହଁ ଧୋଇ ଦିଅନ୍ତୁ ।

3/5

ବେସନ ଓ ଲେମ୍ବୁ ରସ ଫେସପ୍ୟାକ୍ - ମୁହଁରେ ଥିବା ଦାଗ ଦୂର କରିବାକୁ ଚାହୁଁଥିଲେ ଏହି ଫେସପ୍ୟାକ୍ ବେଶ ଲାଭଦାୟକ ଅଟେ । ଦୁଇ ଚାମଚ ବେସନରେ ଅଧା ଚାମଚ ଲେମ୍ବୁ ରସ, ଏକ ଚାମଚ ଦହି ଓ ଅଳ୍ପ ଗୋଲାପ ଜଳ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ । ୨୦ ମିନିଟ୍ ଏହାକୁ ଲଗାଇ ରଖିନ୍ତୁ । ଏହାପରେ ମୁହଁ ଧୋଇ ମଶ୍ଚରାଇଜର ଲଗାନ୍ତୁ ।

4/5

ବେସନ ଓ ହଳଦୀ ଫେସପ୍ୟାକ୍ - ଏକ ପାତ୍ରରେ ୨ ଚାମଚ ବେସନ, ଅଳ୍ପ ହଳଦୀ କିଛି ମାତ୍ରାରେ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ଲଗାଇ ୧୦ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ରଖନ୍ତୁ ଏହାପରେ ହାଲକା ଉଷୁମ ପାଣିରେ ମୁହଁ ଧୋଇଦିଅନ୍ତୁ । ଏପରି କରିବା ଦ୍ବାରା ମୁହଁର ଟ୍ୟାନଂ ଦୂର ହୋଇଥାଏ ।

5/5

ବେସନ ଓ ମୁଲତାନୀ ମାଟି ଫେସପ୍ୟାକ୍ - ଯଦି ଆପଣଙ୍କ ତ୍ବଚା ତେଲିଆ ତେବେ ଏହି ଫେସପ୍ୟାକ୍ ଆପଣଙ୍କ ପାଇଁ ଲାଭଦାୟକ ଅଟେ । ଦୁଇ ଚାମଚ ମୁଲତାନି ମାଟିରେ ଗୋଟିଏ ଚାମଚ ବେସନ, ଅଳ୍ପ ଗୋଲାପ ଜଳ କିମ୍ବା ପାଣି ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ଫେସପ୍ୟାକକୁ ମୁହଁରେ ଲଗାଇ ଶୁଖିବା ପରେ ସଫା ପାଣିରେ ମୁହଁ ଧୋଇ ଦିଅନ୍ତୁ ।