Advertisement
Photo Details/zeeodisha/odisha2298244
photoDetails0hindi

Odisha CM: ବରଗଡ଼ରେ ସାଧାରଣ ଲୋକଙ୍କ ସହିତ ମିଶିଲେ ଲୋକଙ୍କ ମୁଖ୍ୟମନ୍ତ୍ରୀ

Odisha CM:  ଚାଷୀ ପାଇଲେ ପିଏମ୍ କିଷାନ ଟଙ୍କା । ଆଉ ଓଡିଶାରେ ବରଗଡରେ ଏଥିପାଇଁ ଏକ ସଭା ଆୟୋଜନ ହୋଇଥିଲା । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ । ମୋହନ ମାଝୀଙ୍କ ଗସ୍ତକୁ ଦେଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ଼ରେ ପିଏମ କିଷାନ ସମ୍ମାନ ନିଧି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ ବରଗଡ଼ ସର୍କିଟ ହାଉସ ରେ ସାଧାରଣ ଲୋକଙ୍କ ସହିତ ମିଶି ସେମାନଙ୍କ ଅଭିଯୋଗ ପତ୍ର ଗ୍ରହଣ କରିଛନ୍ତି। 

1/5

ଲୋକଙ୍କ ସହିତ ମିଶିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଲୋକଙ୍କୁ ଆଶ୍ଵାସନା ମଧ୍ୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

 

2/5

ବିଭିନ୍ନ ସ୍ଥାନୀୟ କୃଷକ ସଂଗଠନ, ସାମାଜିକ ସଂଗଠନର ପ୍ରତିନିଧି ମାନଙ୍କ ସହିତ ମିଶି ସେମାନଙ୍କ ସମସ୍ୟା ଶୁଣିଛନ୍ତି। 

 

3/5

ମୁଖ୍ୟମନ୍ତ୍ରୀଙ୍କୁ ଫୁଲତୋଡ଼ା ଦେଇ ବହୁ ଅନୁଷ୍ଠାନ ସମ୍ବର୍ଦ୍ଧିତ କରିଥିଲେ। ନୂଆ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ବରଗଡରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା।

 

4/5

ଆଜି ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଗସ୍ତ ସମୟରେ ଜିଲ୍ଲାରେ ଲୋକଙ୍କ ଭିତରେ ବ୍ୟାପକ ଉତ୍ସାହ ଦେଖିବାକୁ ମିଳିଥିଲା। କୃଷକ ମାନଙ୍କ କାର୍ଯ୍ୟକ୍ରମକୁ ଯିବା ବେଳେ ଯେଉଁ ଭଳି ଭାବେ ବିଶାଳ ଜନ ସମୁଦ୍ର ତାଙ୍କୁ ସ୍ବାଗତ କରିଥିଲେ। 

5/5

ସେଥିରୁ ଜଣାଯାଉଛି ଯେ ମୁଖ୍ୟମନ୍ତ୍ରୀ ଲୋକଙ୍କ ହୃଦୟ ଜିତିଛନ୍ତି। ଆଜି ସଭାରେ ମଧ୍ୟ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ସରକାର ଲୋକଙ୍କୁ ଭେଟିବେ, ଲୋକଙ୍କ ମତାମତକୁ ନେଇ କାର୍ଯ୍ୟକ୍ରମ ଗ୍ରହଣ କରିବେ।