Advertisement
Photo Details/zeeodisha/odisha1527196
photoDetails0hindi

Post Office Scheme: ମାତ୍ର ୫୦୦୦ ହଜାର ଜମା କଲେ ମିଳୁଛି ୮ ଲକ୍ଷ, ଜାଣନ୍ତୁ କେମିତି

Post Office Scheme: ପୋଷ୍ଟ ଅଫିସ ରେ ଟଙ୍କା ଲଗାଉଥିବା ଲୋକଙ୍କ ପାଇଁ ଖୁସିର ଖବର । ଆଜି ବି ଟଙ୍କା ନିବେଶର ସବୁଠାରୁ ବଢ଼ିଆ ବିକଳ୍ପ ହେଉଛି ପୋଷ୍ଟ ଅଫିସ୍ । ଏଠାରେ ଭଲ ରିଟର୍ଣ୍ଣ ସହ ଟଙ୍କା ସୁରକ୍ଷିତ ରହିବାର ଗ୍ୟାରେଣ୍ଟି ମଧ୍ୟ ରହିଛି। ତେବେ ଆଜି ଆମେ ଆପଣଙ୍କୁ ପୋଷ୍ଟ ଅଫିସର ଆରଡି ବିଷୟରେ ଜଣାଇବାକୁ ଯାଉଛୁ। ଯାହା ଜରିଆରେ ଆପଣ ୫ ହଜାର ଟଙ୍କା ନିବେଶ କଲେ ମଧ୍ୟ ଲକ୍ଷପତି ହୋଇପାରିବେ।

1/5

ପୋଷ୍ଟ ଅଫିସରେ ୫ ବର୍ଷିକିଆ ଆରଡି ରେ ଆପଣଙ୍କୁ ଏହି ସମୟରେ ୫.୮ ପ୍ରତିଶତ ହାରରେ ସୁଧରେ ଫାଇଦା ମିଳିବ।ପ୍ରତିଟି ସ୍କିମରେ ଆପଣଙ୍କୁ ପ୍ରାୟତଃ ୧୦୦ ଟଙ୍କା ଲେଖାଏଁ ନିବେଶ କରିବାକୁ ପଡ଼ିବ। ଏଥିରେ ଆପଣ ସିଙ୍ଗଲ ଆକାଉଣ୍ଟ ବି ଖୋଲିପାରିବେ । ଏହାସହ ତିନି ଆଡଲ୍ଟ ମିଶାଇ ଜଏଣ୍ଟ ଆକାଉଣ୍ଟ ଖୋଲିପାରିବେ।

2/5

ଆପଣ ଏହି ସ୍କିମରେ ୧୦ର ବିଭିନ୍ନ ପ୍ରକାରର ଟଙ୍କା ଜମା କରିବାକୁ ହେବ। ଏଥିରେ ଆପଣଙ୍କୁ ପ୍ରତି ସଠିକ୍ ସମୟରେ ଟଙ୍କା ଜମା କରିବାକୁ ପଡ଼ିବ। ଯଦି ଆପଣ କିସ୍ତି ଜମାରେ ବିଳମ୍ବ କରନ୍ତି ତେବେ ଆପଣଙ୍କୁ ଏହାର ରିଟର୍ଣ୍ଣ ମଧ୍ୟ ବିଳମ୍ବରେ ହିଁ ମିଳିବ।

3/5

ଯଦି ଆପଣ ଏହି ଯୋଜନାରେ ପ୍ରତି ମାସରେ ପାଞ୍ଚ ହଜାର ଟଙ୍କା ଜମା କରନ୍ତି ଏବଂ ଆପଣ ଏହି ଯୋଜନାରେ ୫.୮ ପ୍ରତିଶତ ହାରରେ ସୁଧର ଲାଭ ପାଇପାରିବେ । ଯଦି ଆପଣ ଲଗାତାର ୫ବର୍ ଏହିପରି ଟଙ୍କା ବିନିଯୋଗ କରନ୍ତି ତେବେ ଆପଣଙ୍କୁ ତିନି ଲକ୍ଷ ୪୮ ହଜାର ୪୮୦ ଟଙ୍କା ମିଳିବ। 

4/5

ଏଥିରେ ଆପଣଙ୍କ ଜମାରାଶି ହେବ ୩ ଲକ୍ଷ ଟଙ୍କା। ତେବେ ଏଥିରେ ଆପଣଙ୍କୁ ପାଖାପାଖି ୧୬ ପ୍ରତିଶତର ରିଟର୍ଣ୍ଣ ମିଳିବ। ନିୟମ ମୁତାବିକ୍, ଏହି ସ୍କିମକୁ ଆପଣ ୫ ବର୍ଷରୁ ଅଧିକ ବର୍ଷ ପର୍ଯ୍ୟନ୍ତ ବଢାଇପାରିବେ।

5/5

ଯଦି ଆପଣ ଏହି ସ୍କିମକୁ ଆହୁରି ୫ ବର୍ଷ ପର୍ଯ୍ୟନ୍ତ ବଢାଇଦେବେ ତେବେ ଆପଣଙ୍କ ଆରଡି ୧୦ ବର୍ଷ ପର୍ଯ୍ୟନ୍ତ ହୋଇଯିବ। ଏଥିରେ ଆପଣଙ୍କୁ ୮ ଲକ୍ଷ ୧୩ ହଜାର ୨୩୨ ଟଙ୍କା ମ୍ୟାଚୁରିଟି ହିସାବରେ ମିଳିବ। ଏଥିରେ ଆପଣଙ୍କୁ ପାଖାପାଖି ଜମା ରାଶି ୬ ଲକ୍ଷ ଟଙ୍କା ହେବ ତା ସହ ଆପଣଙ୍କୁ ସୁଧ ମଧ୍ୟ ମିଳିବ।