Advertisement
Photo Details/zeeodisha/odisha1757483
photoDetails0hindi

Rahul Gandhi: ଗ୍ୟାରେଜରେ କାହିଁକି ବାଇକ୍ ସଜାଡିଲେ ରାହୁଲ? ଫଟୋ ସେୟାର କରି କହିଲେ...

Rahul Gandhi: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଦିଲ୍ଲୀ କରୋଲ ବାଗରେ ପହଞ୍ଚି ସେଠାରେ ମେକାନିକଙ୍କ ସହ କଥାବାର୍ତ୍ତା କରିଥିଲେ। ଏହି ସମୟରେ ରାହୁଲ ଗାନ୍ଧୀ ରେଞ୍ଚି ଧରି ଗାଡ଼ି ମରାମତି କରୁଥିବା ଦେଖିବାକୁ ମିଳିଥିଲା।

1/5

କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ଦିନ ଦିଲ୍ଲୀ କରୋଲ ବାଗରେ ଥିବା ଏକ ଗ୍ୟାରେଜରେ ପହଁଞ୍ଚି ସେଠାରେ ମେକାନିକଙ୍କ ସହ କଥାବାର୍ତ୍ତା କରିଥିଲେ।

2/5

ମେକାନିକଙ୍କ ସହ କଥାବାର୍ତ୍ତା ହେବା ସମୟର ଫଟୋକୁ ରାହୁଲ ଫେସବୁକରେ ପୋଷ୍ଟ କରି ଲେଖିଛନ୍ତି, ‘ରେଞ୍ଚି ଚଳାଇ ଭାରତର ଚକ ଗୁଡ଼ିକୁ ଗତିଶୀଳ କରୁଥିବା ହାତରୁ ମୁଁ ଶିଖୁଛି’ ।

3/5

କଂଗ୍ରେସ ପକ୍ଷରୁ ମଧ୍ଯ ପୂର୍ବତନ ସଭାପତିଙ୍କ ଫଟୋ ଫେସବୁକରେ ସେୟାର କରାଯାଇଛି । ଯେଉଁଥିରେ ରାହୁଲ ମୋଟରସାଇକେଲ ମରାମତି ସହ ମେକାନିକଙ୍କ ସହିତ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି।

4/5

କଂଗ୍ରସେ ପକ୍ଷରୁ ସୋସିଆଲ ମିଡି଼ଆରେ ଏହି ଫଟୋ ପୋଷ୍ଚ କରି ଲେଖାଯାଇଛି, "ଏହି ହାତ ଭାରତ ତିଆରି କରେ। ଏହି ପୋଷାକ ଉପରେ ଲାଗିଥିବା ଦାଗ ଆମର ଗର୍ବ । କେବଳ ଜଣେ ଜନନାୟକ ଏହିପରି ହାତକୁ ଉତ୍ସାହିତ କରିବା ଭଳି କାମ କରନ୍ତି। ରାହୁଲ ଗାନ୍ଧୀ ଦିଲ୍ଲୀର କାରୋଲ ବାଗରେ ମୋଟରସାଇକେଲ ମେକାନିକଙ୍କ ସହିତ। ଭାରତ ଯୋଡ଼ ଯାତ୍ରା ଜାରି ରହିଛି”।

5/5

କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେଟ୍ ମଧ୍ୟ ଏହି ଫଟୋ ସେୟାର କରି ଲେଖିଛନ୍ତି ଯେ, 'କଠିନ ପରିଶ୍ରମ ଓ ପ୍ରେମର ଦୋକାନ ସହ, ତୁମେ ଆଗକୁ ଯାଅ! ଦିଲ୍ଲୀ କରୋଲ ବାଗରେ ବାଇକ୍ ମେକାନିକଙ୍କ ସହିତ ରାହୁଲ ଗାନ୍ଧୀ। 'ଭାରତ ଯୋଡ଼ ଯାତ୍ରା' ।