Advertisement
Photo Details/zeeodisha/odisha1804092
photoDetails0hindi

Rahul Mahajan: ତୃତୀୟ ଥର ହେବ ବିବାହ ବିଚ୍ଛେଦ, ନତାଲିଆଙ୍କ ହାତ ଛାଡ଼ିବେ ରାହୁଲ ମହାଜନ

Rahul Mahajan: ବିଗ୍ ବସ୍ ଫେମ ରାହୁଲ ମହାଜନ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଅଭିନେତାଙ୍କର ପୁଣି ଥରେ ବିବାହ ବିଚ୍ଛେଦ ହେବାକୁ ଯାଉଛି । ରାହୁଲ ମହାଜନ ଖୁବଶୀଘ୍ର ପତ୍ନୀ ନତାଲିଆ ଇଲିନାଙ୍କଠାରୁ ଛାଡପତ୍ର ନେବେ ବୋଲି ଚର୍ଚ୍ଚା ଜୋର ଧରିଛି।

1/5

ରିପୋର୍ଟ ଅନୁଯାୟୀ, ରାହୁଲ ମହାଜନ ଓ ନାତାଲିଆ ଦୀର୍ଘ ଚାରି ବର୍ଷ ଏକାଠି ରହିବା ପରେ ଗତ ବର୍ଷ ଏହି ଦମ୍ପତି ଛାଡପତ୍ର ପାଇଁ ଆବେଦନ କରିଥିଲେ। ଆରମ୍ଭରୁ ଉଭୟଙ୍କ ମଧ୍ୟରେ ସଠିକ୍ ବୁଝାମଣା ନଥିଲେ ମଧ୍ଯ ଉଭୟ ସମ୍ପର୍କ ବଞ୍ଚାଇବା ନେଇ ଉଦ୍ୟମ କରିଥିଲେ । ଏତେ ସବୁ ପରେ ଗତ ବର୍ଷ ଉଭୟ ଅଲଗା ହେବା ନେଇ ନିଷ୍ପତି ନେବା ପରେ ଛାଡପତ୍ର ଲାଗି ଆବେଦନ କରିଥିଲେ। ଦୁହେଁ କାଗଜପତ୍ର ଦାଖଲ କରିଥିଲେ ମଧ୍ୟ ଦମ୍ପତିଙ୍କ ଛାଡପତ୍ର ଚୂଡାନ୍ତ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।

2/5

ନତାଲିଆ ରାହୁଲଙ୍କ ତୃତୀୟ ପତ୍ନୀ ଅଟନ୍ତି । ଏହାପୂର୍ବରୁ ୨୦୦୬ ମସିହାରେ ସେ ଶ୍ୱେତା ସିଂଙ୍କୁ ବିବାହ କରିଥିଲେ। ଏହା ପରେ ରାହୁଲ ଡିମ୍ପି ଗାଙ୍ଗୁଲିଙ୍କୁ ବିବାହ କରିଥିଲେ। ଡିମ୍ପି ଓ ରାହୁଲଙ୍କ ସାକ୍ଷାତ ରିଆଲିଟି ସୋ 'ରାହୁଲ ଦୁଲହନିଆ ଲୈ ଜାୟେଗେଁ'ରେ ହୋଇଥିଲେ। ପରେ ୨୦୧୦ ମସିହାରେ ଭଭୟ ବିବାହ କରିଥିଲେ । କିନ୍ତୁ ମତଭେଦ କାରଣରୁ ଉଭୟ ୨୦୧୫ ମସିହାରେ ପରସ୍ପରଠାରୁ ଅଲଗା ହୋଇଥିଲେ ।

3/5

ଏହାପରେ ରାହୁଲ ମଡେଲ ନତାଲିଆଙ୍କୁ ବିବାହ କରିଥିଲେ, କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ, ତାଙ୍କର ତୃତୀୟ ବିବାହ ମଧ୍ୟ ଭାଙ୍ଗିବାକୁ ଯାଇଛି। ଦୁହେଁଙ୍କ ମଧ୍ଯରେ ୧୮ ବର୍ଷର ବୟସ ବ୍ୟବଧାନ ରହିଛି ।

4/5

ଯେତେବେଳେ ଏନେଇ ରାହୁଲଙ୍କୁ ପ୍ରଶ୍ନ ପଚରାଯାଉଥିଲା । ସେତେବେଳେ ତାଙ୍କ ରିଆକ୍ସନ୍ ସମନ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ରାହୁଲ ଛାଡ଼ପତ୍ର ଖବରକୁ ଖଣ୍ତନ କରିନଥିବା ବେଳେ ଏନେଇ କୌଣସି  ସୂଚନା ମଧ୍ଯ ଦେଇନଥିଲେ ।

5/5

ରାହୁଲ କହିଥିଲେ ଯେ, "ମୁଁ ମୋର ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ରଖିବାକୁ ଚାହୁଁଛି। ମୁଁ କୌଣସି ବିଷୟରେ ମନ୍ତବ୍ୟ ଦେବାକୁ ଚାହେଁ ନାହିଁ। ମୋର ବ୍ୟକ୍ତିଗତ ଜୀବନରେ କ’ଣ ଘଟୁଛି ମୁଁ ମୋର ସାଙ୍ଗମାନଙ୍କ ସହିତ ମଧ୍ୟ ଆଲୋଚନା କରେ ନାହିଁ।" ସେପଟେ ନତାଲିଆ ମଧ୍ୟ ଏହି ଖବର ଉପରେ କୌଣସି ମନ୍ତବ୍ୟ ଦେଇନାହାଁନ୍ତି।