Advertisement
Photo Details/zeeodisha/odisha2022692
photoDetails0hindi

Railway Facts: ପାସେଞ୍ଜର ଟ୍ରେନ୍ ରେ ଲାଗିନଥାଏ ୨୪ ରୁ ଅଧିକ କୋଚ୍; ଜାଣନ୍ତୁ କାହିଁକି

Coaches in Passenger Train: ଭାରତୀୟ ରେଳବାଇ ଦ୍ୱାରା ଯାତ୍ରୀବାହୀ ଟ୍ରେନ୍ ରେ ମୋଟ ୨୪ କୋଚ୍ ରହିଥାଏ। ଯଦି ଆପଣ କେବେ ରେଳ ଷ୍ଟେସନ ଠାରେ ଛିଡା଼ ହୋଇଥିବା ପାସେଞ୍ଜର ଟ୍ରେନ୍ ଉପରେ ଧ୍ୟାନ ଦିଅନ୍ତି ତାହାଲେ ଆପଣ ନିଶ୍ଚିତ ଭାବରେ ଦେଖିବାକୁ ପାଇବେ ଯେ ସମସ୍ତ ପାସେଞ୍ଜର ଟ୍ରେନ୍ ସହ ୨୪ କୋଚ୍ ସଂଯୋଗ ହୋଇଥାଏ।

1/6

ଭାରତୀୟ ରେଳ ନେଟୱାର୍କ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟୱାର୍କ। ଭାରତ ବର୍ଷରେ ପ୍ରତିଦିନ ପ୍ରାୟ ୨.୫ କୋଟି ଯାତ୍ରୀ ରେଳଯାତ୍ରା କରିଥାନ୍ତି। ଦେଶରେ ପ୍ରତିଦିନ ପ୍ରାୟ ୨୨,୫୯୩ ଟ୍ରେନ୍ ଚଳାଚଳ କରିଥାଏ। ସେଥିମଧ୍ୟରୁ ପ୍ରାୟ ୧୪ ହଜାର ପାସେଞ୍ଜର ଟ୍ରେନ ରହିଛି। ଯାହା ପ୍ରାୟ ୭୫୦୦ ରେଳ ଷ୍ଟେସନ ଠାରେ ଅଟକିଥାଏ। 

 

2/6

ଭାରତୀୟ ରେଳବାଇର କିଛି ନୀତି ନିୟମ ରହିଛି। ଯାହା ଅଧିନରେ ପାସେଞ୍ଜର ଟ୍ରେନ୍ ରେ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ କୋଚ୍ ସ୍ଥାପିତ ହୋଇଥାଏ। ଭାରତୀୟ ରେଳବାଇ ଦ୍ୱାରା ଯାତ୍ରୀବାହୀ ଟ୍ରେନ୍ ୨୪ କୋଚ୍ ସଂଯୋଗ ହୋଇଥାଏ। ହେଲେ କେବେ ଆପଣ ଚିନ୍ତା କରିଛନ୍ତି ପାସେଞ୍ଜର ଟ୍ରେନ୍ ରେ କାହିଁକି ୨୪ କୋଚ ଲଗାଯାଏ? କାହିଁକି ୨୪ ଠାରୁ ଅଧିକ କୋଚ୍ ପାସେଞ୍ଜର ଟ୍ରେନ୍ ସହ ସଂଯୁକ୍ତ ହୁଏ ନାହିଁ?

3/6

କ'ଣ ଇଞ୍ଜିନ କ୍ଷମତାକୁ ବିଚାର କରି ପାସେଞ୍ଜର ଟ୍ରେନ୍ ରେ କୋଚ୍ ସଂଯୋଗ ହୋଇଥାଏ? ଯାତ୍ରୀବାହୀ ଟ୍ରେନ୍ ରେ ଲାଗୁଥିବା ଇଞ୍ଜିନ ୨୪ ଠାରୁ ଅଧିକ କୋଚ ଟାଣିବାର କ୍ଷମତା ରଖିନଥାଏ? କ'ଣ ପାସେଞ୍ଜର ଟ୍ରେନ୍ ରେ ସେଥିପାଇଁ ୨୪ ରୁ ଅଧିକ କୋଚ୍ ଲଗାଯାଏ ନାହିଁ? ଏବେ ଆମେ ଆପଣଙ୍କୁ ଏହାର କାରଣ ସମ୍ପର୍କରେ ଦର୍ଶାଉଛୁ।

 

4/6

ଲୁପ୍ ଲାଇନ କାରଣରୁ ପାସେଞ୍ଜର ଟ୍ରେନ୍ ରେ କେବଳ ୨୪ କୋଚ୍ ସଂଯୋଗ ହୋଇଥାଏ। ଲୁପ୍ ଲାଇନ୍ ହେଉଛି ସେହି ଲାଇନ ଯେତେବେଳେ ଦୁଇଟି ଟ୍ରେନ୍ ସମାନ ଟ୍ରାକ୍ ରେ ମୁହାଁମୁହିଁ ହୋଇଥାଏ, ଏଭଳି ପରିସ୍ଥିତିରେ ଗୋଟିଏ ଟ୍ରେନ୍ ଅନ୍ୟ ଏକ ଟ୍ରାକ୍ କୁ ଯାଇ ଆଗରେ ରହିଥିବା ଟ୍ରେନ୍ ଲାଗି ରାସ୍ତା ଛାଡ଼ିଥାଏ। ଯେଉଁ ଟ୍ରେନ୍ ଅନ୍ୟ ଏକ ଲାଇନ୍ ରେ ଯିବ ତାହାକୁ ଲୁପ୍ ଲାଇନ୍ କୁହାଯାଏ। 

 

5/6

ଲୁପ୍ ଲାଇନ୍ ପ୍ରାୟତଃ ୬୫୦ ମିଟର ଠାରୁ ୭୫୦ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଏଭଳି ପରିସ୍ଥିତିରେ ଯଦି ଏକ ଯାତ୍ରୀବାହୀ ଟ୍ରେନ୍ କୁ ଲୁପ୍ ଲାଇନ୍ ରେ ଆସିବାକୁ ହୋଇଥାଏ, ତାହେଲେ ଏହାର ଲମ୍ବ ସମାନ ହେବା ଆବଶ୍ୟକ। ଯଦି ଲମ୍ବା ଅଧିକ ହୋଇଯାଏ ତାହାଲେ ଟ୍ରେନ୍ ଲୁପ୍ ଲାଇନ୍ ରେ ଆସିପାରିବ ନାହିଁ।

 

6/6

ଟ୍ରେନ୍ କୋଚ୍ ପ୍ରାୟ ୨୫ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇଥାଏ। ଯଦି ଟ୍ରେନ୍ ରେ ୨୪ କୋଚ୍ ରହିଥାଏ ତାହେଲେ ଏହା ମୋଟ ୬୫୦ ମିଟର ପର୍ଯ୍ୟନ୍ତ ଲମ୍ବା ହୋଇଯାଏ। ଯଦି ଏହା ଠାରୁ ଅଧିକ କୋଚ୍ ସଂଯୁକ୍ତ ହୋଇଥାଏ ତାହେଲେ ଏହାର ଲମ୍ବ ଆହୁରି ବୃଦ୍ଧି ପାଇବ। ଯେଉଁ କାରଣରୁ ଟ୍ରେନ ଲୁପ୍ ଲାଇନ୍ ରେ ଛିଡା ହେବା କଷ୍ଟକର ହୋଇଯିବ।