Advertisement
photoDetails0hindi

କେତେ ସମ୍ପତ୍ତିର ମାଲିକ ଥିଲେ ରାଜୁ ଶ୍ରୀବାସ୍ତବ, ଜାଣନ୍ତୁ କ'ଣ ଥିଲା ତାଙ୍କର ପ୍ରକୃତ ନାମ

Raju Shrivastav Networth: ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ପରଠାରୁ ପ୍ରଶଂସକମାନେ ତାଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି । ଏପରି ସ୍ଥଳେ ଏହି ରିପୋର୍ଟରେ ଆପଣଙ୍କୁ ରାଜୁ ଶ୍ରୀବାସ୍ତବଙ୍କ ବିଷୟରେ କିଛି ଖାସ୍ କଥା କହିବାକୁ ଯାଉଛୁ...

1/7

ନୂଆଦିଲ୍ଲୀ: Raju Shrivastav Networth: ଦୁନିଆରୁ ବିଦାୟ ନେଇଛନ୍ତି ପ୍ରସିଦ୍ଧ ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ । ସର୍ବଦା ନିଜର କମେଡି ମାଧ୍ୟମରେ ରାଜୁ ଶ୍ରୀବାସ୍ତବ ଲୋକଙ୍କ ମୁହଁରେ ହସ ଫୁଟାଉଥିଲେ । ବୁଧବାର ସକାଳ ପ୍ରାୟ ୧୦.୨୦ ସମୟରେ ରାଜୁଙ୍କର ଦେହାନ୍ତ ହୋଇଛି । ରାଜୁ ଶ୍ରୀବାସ୍ତବଙ୍କ ଦେହାନ୍ତ ପରଠାରୁ ପ୍ରଶଂସକମାନେ ତାଙ୍କ ବିଷୟରେ ଅଧିକ ଜାଣିବାକୁ ଚାହୁଁଛନ୍ତି । ଏପରି ସ୍ଥଳେ ଏହି ରିପୋର୍ଟରେ ଆପଣଙ୍କୁ ରାଜୁ ଶ୍ରୀବାସ୍ତବଙ୍କ ବିଷୟରେ କିଛି ଖାସ୍ କଥା କହିବାକୁ ଯାଉଛୁ...

2/7

ମିଡିଆ ରିପୋର୍ଟ ଅନୁଯାୟୀ, ରାଜୁ ଶ୍ରୀବାସ୍ତବଙ୍କ ସମ୍ପତ୍ତି ମୂଲ୍ୟ ପ୍ରାୟ ୨୦ କୋଟି ଟଙ୍କା ହେବ । ତାଙ୍କର ଆୟର ମୁଖ୍ୟ ଉତ୍ସ ହେଉଛି ହୋଷ୍ଟିଂ, ବିଜ୍ଞାପନ, ରିଆଲିଟି ଶୋ' ଏବଂ ଷ୍ଟେଜ୍ ଶୋ' । ଏହା ବ୍ୟତୀତ ରାଜୁ ଶ୍ରୀବାସ୍ତବଙ୍କ ପାଖରେ କାନପୁରରେ ଏକ ଘର ଅଛି । 

3/7

ଅନ୍ୟ ପଟେ ଯଦି ଆମେ ରାଜୁଙ୍କ କାର କଲେକ୍ଶନ ବିଷୟେରେ କଥା ହେବା, ତେବେ ତାଙ୍କର ଇନୋଭା, ଅଡି Q7 ଏବଂ BMW 3 ସିରିଜ୍ ଅଛି । ରାଜୁଙ୍କ ଅଡିର ମୂଲ୍ୟ ପ୍ରାୟ ୮୨ ଲକ୍ଷ ଟଙ୍କା ଓ ବିଏମଡବ୍ଲୁର ମୂଲ୍ୟ ପ୍ରାୟ ୪୭ ଲକ୍ଷ ଟଙ୍କା ହେବ ।

4/7

ରାଜୁ ଶ୍ରୀବାସ୍ତବ ଉତ୍ତର ପ୍ରଦେଶର କାନପୁରର ବାସିନ୍ଦା ଥିଲେ ଓ ତାଙ୍କର ପ୍ରକୃତ ନାମ ସତ୍ୟ ପ୍ରକାଶ ଶ୍ରୀବାସ୍ତବ ଥିଲେ । ରାଜୁ ଶ୍ରୀବାସ୍ତବଙ୍କ ପିତା ରମେଶ ଚନ୍ଦ୍ର ଶ୍ରୀବାସ୍ତବ ଜଣେ କବି ଥିଲେ, ଯିଏ ଲୋ ବଲଇ କାକା ଭାବରେ ଜଣାଶୁଣା ଥିଲେ ।

5/7

ରାଜୁ ଶ୍ରୀବାସ୍ତବ ପିଲାଦିନରୁ ଜଣେ ଭଲ ମିମିକ ଆର୍ଟିଷ୍ଟ ଥିଲେ । ସେ ଅଳ୍ପ ବୟସରେ ନିଷ୍ପତ୍ତି ନେଇଥିଲେ ଯେ ସେ ହାସ୍ୟ ଅଭିନେତା ହେବାକୁ ଚାହାଁନ୍ତି । ରାଜୁ କମେଡି ଭଳି ଅଭିନୟକୁ ଭଲ ପାଉଥିଲେ ।

 

6/7

ରାଜୁ ଶ୍ରୀବାସ୍ତବ ଅନୀଲ କପୁର ଓ ମାଧୁରୀ ଦୀକ୍ଷିତଙ୍କ ତେଜାବ ଫିଲ୍ମ ସହ ବଲିଉଡରେ ଡେବ୍ୟୁ କରିଥିଲେ । ରାଜୁ ଶ୍ରୀବାସ୍ତବ ତାଙ୍କର ଉତ୍କୃଷ୍ଟ କମେଡି ଓ ପରଫେକ୍ଟ ଟାଇମିଂ ଯୋଗୁଁ ଏକ ସମୟରେ ଭାରତର ସର୍ବାଧିକ ଆୟ କରୁଥିବା ହାସ୍ୟ ଅଭିନେତା ଥିଲେ ।

ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶର ଫୁଲପୁର ଆସନରୁ ନିର୍ବାଚନ ଲଢ଼ିବାକୁ ନେଇ ନୀତିଶ କୁମାରଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା, ଜାଣନ୍ତୁ କ'ଣ କହିଲେ...

ଅଧିକ ପଢ଼ନ୍ତୁ:-ସ୍ଥିର ହୋଇଯାଇଛି ଦିନ, ୭ ଦିନ ପରେ ଲକ୍ଷ ଲକ୍ଷ କର୍ମଚାରୀଙ୍କୁ ମିଳିବ ବଡ଼ ଉପହାର; ଖାତାକୁ ଏତେ ବଢ଼ି ଆସିବ ଦରମା

ଅଧିକ ପଢ଼ନ୍ତୁ:-ବିଜେପି ଓ ଏକନାଥ ସିନ୍ଦେଙ୍କୁ ଜୋରଦାର ଝଟକା! ଉଦ୍ଧବ-ଏନସିପି-କଂଗ୍ରେସକୁ ମିଳିଲା ବଡ଼ ସଫଳତା

7/7

ରାଜୁ ଶ୍ରୀବାସ୍ତବ ମଧ୍ୟ ଶେଖର ସୁମନଙ୍କ ଟିଭି ଶୋ' ଦେଖ୍ ଭାଇ ଦେଖ୍ (୧୯୯୪)ରେ ଏକ କାମ କରିଥିଲେ । ରାଜୁ ଶ୍ରୀବାସ୍ତବ ମଧ୍ୟ ମୁକେଶ ଖାନ୍ନାଙ୍କ ସୁପରହିଟ୍ ଶୋ' ଶକ୍ତିମାନରେ ଅଭିନୟ କରିଥିଲେ । ରାଜୁ ଶ୍ରୀବାସ୍ତବ ବାଜିଗର, ମେନ୍ ପ୍ୟାର କିୟା ଏବଂ ମେ ପ୍ରେମ କି ଦେୱାନୀ ହୁନ୍ ସମେତ ବଲିଉଡର କିଛି ହିଟ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି ।